ଓମିକ୍ରନ ବା କରୋନା ପଜିଟିବ ହେଲେ କଣ କରିବେ ? Dr Niroj Kumar Mishra

ଓମିକ୍ରନ କରୋନାର ଡେଲ୍ଟା ଭାରିଏଣ୍ଟ ଠାରୁ ବହୁତ ଭିନ୍ନ ଅଟେ । ଯଦି ଆପଣଙ୍କୁ ଆଗରୁ କୋଭିଡ ହୋଇଥିଲା, ଏହା ପରେ ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୁଦ୍ଧି ହୋଇଛି କିମ୍ବା ଆପଣ ଭ୍ୟାକସିନ ନେଇଛନ୍ତି, ଏହି ସବୁକୁ ବାଇପାସ କରି ଆପଣ ପୁଣି ଥରେ କରୋନାରେ ଆକ୍ରାନ୍ତ ହେଲେ । ଏହିଭଳି ଓମିକ୍ରନ ଡେଲ୍ଟା ଠାରୁ ଭିନ୍ନ ହୋଇଗଲା । ଓମିକ୍ରନ ପ୍ରାୟତଃ ସମସ୍ତକୁ ହୋଇପାରେ । କିନ୍ତୁ କେଉଁମାନେ ଘରେ ଚିକିତ୍ସା କରି ପାରିବେ, କେଉଁ ହସ୍ପିଟାଲ ଯିବା ପାଇଁ ବାଧ୍ୟ ଓ କେଉଁମାନଙ୍କ ପାଇଁ ଏହା ମୃତ୍ୟୁକୁ ବି ଆମନ୍ତ୍ରଣ କରିପାରେ ଜାଣି ନିଅନ୍ତୁ ।

ପ୍ରଥମେ ତ ଯେଉଁମାନେ ଭ୍ୟାକସିନ ନେଇ ନାହାନ୍ତି, ଦ୍ଵିତୀୟରେ ଯେଉଁମାନେ ଗୋଟିଏ ଡୋଜ ଭ୍ୟାକସିନ ନେଇଛନ୍ତି, ତୃତୀୟରେ ଯେଉଁମାନଙ୍କ ବୟସ ହୋଇ ଯାଇଛି, ଯାହାର ଡାଏବେଟିସ, ବ୍ଲଡ ପ୍ରେସର, ହୃଦୟ ସମ୍ବନ୍ଧିତ ସମସ୍ୟା ଅଛି, ଯେଉଁମାନଙ୍କ ଭ୍ୟାକସିନ ନବାର ୭ – ୮ ମାସ ହୋଇ ଯାଇଛି ସେମାନଙ୍କର ସୁରକ୍ଷା କମ ହୋଇ ଯାଉଛି, ଏହିଭଳି ସ୍ଥିତିରେ ଆପଣ କୋଭିଡରେ ଆକ୍ରାନ୍ତ ହୋଇ ପାରନ୍ତି ଓ ହସ୍ପିଟାଲ ମଧ୍ୟ ଯାଇ ପାରନ୍ତି ।

କିନ୍ତୁ ବର୍ତ୍ତମାନ ଯେଉଁ ବୁଷ୍ଟର ଡୋଜ ଦିଆଯାଉଛି ତାହା ଓମିକ୍ରନକୁ ହରାଇବାରେ ଆହୁରି ଅଧିକ ସାହାର୍ଯ୍ୟ କରିବ । ସେଥିପାଇଁ ଆପଣ ଯେତେ ଶୀଘ୍ର ସବୁ ଭ୍ୟାକସିନ ନେଇ ଯାଆନ୍ତୁ । ଓମିକ୍ରନ କିମ୍ବା କରୋନାର ଲକ୍ଷଣ ବିଷୟରେ ଯଦି କହିବା ତେବେ ପ୍ରଥମେ ତ ସାଧାରଣ ଥଣ୍ଡା ହବ, ନାକରୁ ପାଣି ବାହାରିବା, ଛିଙ୍କ ହେବା, ନାକ ବନ୍ଦ ହୋଇଯିବା, କାସ ହବ । କିନ୍ତୁ ଅନ୍ୟ କେତେକ କ୍ଷେତ୍ରରେ କିଛି ଲୋକମାନଙ୍କୁ ଅତ୍ୟଧିକ ମାତ୍ରାରେ ଜର ହେଉଛି । ଯାହାକି ୪ – ୫ ଦିନ ରହିଥାଏ ।

କହିଦେଉଛୁ କି ପୂର୍ବରୁ କରୋନାରେ ଯେଉଁ ସବୁ ଲକ୍ଷଣ ନଜର ଆସୁଥିଲା ତାହା ବର୍ତ୍ତମାନ କରୋନା ପଜିଟିବ ଲୋକମାନଙ୍କ ମଧ୍ୟରେ ନଜର ଆସିବ ନାହିଁ । ବର୍ତ୍ତମାନ ପରିସ୍ଥିତିରେ ଆପଣଙ୍କୁ ଯଦି ଏହିଭଳି କିଛି ଲକ୍ଷଣ ନଜର ଆସୁଛି ଓ ଆପଣ ତାକୁ ନଜର ଅନ୍ଦାଜ କରୁଛନ୍ତି ତେବେ ଏହା ସମସ୍ତଙ୍କୁ ବ୍ୟାପି ଯିବ । ଯଦି ଆପଣ ନିଜକୁ ଅସୁସ୍ଥ ମନେ କରୁଛନ୍ତି ତେବେ ଜଲ୍ଦି ଟେଷ୍ଟ କରାଇ ନିଅନ୍ତୁ । ଯାହା ଦ୍ଵାରା ଆପଣ ନିଜକୁ ସମସ୍ତଙ୍କ ଠାରୁ ଅଲଗା କରି ପାରିବେ ଓ ଡାକ୍ତରଙ୍କ ପରାମର୍ଶ ବି ନିଅନ୍ତୁ ।

କାରଣ ଡାକ୍ତର ଆପଣଙ୍କୁ ଆପଙ୍କଣ କୋଭିଡର ସଠିକ ଚିକିତ୍ସା କରି ପାରିବେ । କିନ୍ତୁ ଯଦି ଆପଣଙ୍କୁ ନିଶ୍ଵାସ ନେବାରେ ଅସୁବିଧା ହେଉଛି, ୪ ୫ ଦିନ ହବ ଜରରେ ପୀଡିତ ଅଛନ୍ତି ଓ ବୟସ ଅଧିକ ହୋଇଯାଇଛି ଏହିଭଳି ସ୍ଥିତିରେ ଯଦି ଆପଣଙ୍କୁ କିଛି ବି ପ୍ରକାରର ଲକ୍ଷଣ ନଜର ଆସୁଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ନଚେତ ଏହା ଭୟଙ୍କର ସ୍ଥିତିକୁ ବି ଯାଇ ପାରେ ।