ପୋଲିସ ବାବୁ ହେଲେ ହଟହଟା ! ପୋଲିସ ବାବୁଙ୍କୁ ଓଲଟା ଯେତେବେଳେ ଫାଇନ ମାଗିଲେ ଜନତା, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଏହି video

ମାସ୍କ ପିନ୍ଧି ନଥିବା ଲୋକଙ୍କୁ ଜୋରିମାନା କାଟୁଥିଲେ । ହେଲେ ନିଜେ ମାସ୍କ ପିନ୍ଧିବାକୁ ଭୁଲି ଯାଇଥିଲେ ପୋଲିସ ବାବୁ । ସେଥିପାଇଁ ବିଚ୍ ବଜାରରେ ହଟହଟା ହେବାକୁ ପଡିଥିଲା ପୋଲିସ ବାବୁଙ୍କୁ । ପରିସ୍ଥିତି ଅଣାୟତ ହେବାରୁ ସେ ଏରିଆ ଛାଡି ପଳାଇ ଯାଇଥିଲେ ପୁରା ପୋଲିସ ଟିମ୍ । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବରରେ । ମାର୍କେଟରେ ଠିଆ ହୋଇଥିଲେ ଏକ ପୋଲିସ ଟିମ୍ । ବାଟରେ ଯାଉଥିବା ଲୋକଙ୍କୁ ଚେକିଙ୍ଗ କରୁଥିଲେ ଆଉ ମାସ୍କ ପିନ୍ଧି ନଥିବା ଲୋକଙ୍କ ଠାରୁ ଫାଇନ ଆଦାୟ କରୁଥିଲେ ।

ଆଉ ଏହି ସମୟରେ ଯାହା ଘଟି ଯାଇଥିଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଫାଇନ ଆଦାୟ କରୁଥିବା ପୋଲିସ ବାବୁ ଜଣକ ନିଜେ ମାସ୍କ ପିନ୍ଧି ନଥିଲେ । କିନ୍ତୁ ମାସ୍କ ପିନ୍ଧି ନଥିବା ଲୋକଙ୍କର ଫାଇନ କାଟୁଥିଲେ । ଏହାକୁ ନେଇ ଅଭିଯୋଗ କରିଥିଲେ କିଛି ଲୋକ । ଆଉ ଦେଖୁ ଦେଖୁ ଅନେକ ଲୋକ ମିଶି ପୋଲିସ ବାବୁଙ୍କୁ ମାସ୍କ କାହିଁକି ପିନ୍ଧି ନାହାନ୍ତି ବୋଲି ପ୍ରଶ୍ନ ପଚାରିବାକୁ ଲାଗିଥିଲେ । ଆଉ ଏହାସହ ମୋବାଇଲ କ୍ୟାମେରା ଖୋଲି ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ ।

ଏତେ ଲୋକ ଘେରି ଯାଇ ପ୍ରଶ୍ନ ପଚାରିବା ଏବଂ ଭିଡିଓ ଉତ୍ତୋଳନ କରୁଥିବା ଦେଖି ପୋଲିସ ବାବୁ ଜଣକ ହଡବଦେଇ ଯାଇଥିଲେ । ପାଖରେ ଠିଆ ହୋଇଥିବା ତାଙ୍କ ପୋଲିସ ଟିମ୍ ମଧ୍ୟ କିଛି କରିପାରି ନଥିଲା । ମାସ୍କ ପାଇଁ ଫାଇନ ଆଦାୟ କରୁଛନ୍ତି କିନ୍ତୁ ଆପଣଙ୍କର ମାସ୍କ କୁଆଡେ ଗଲା ବୋଲି ଜନତା ପ୍ରଶ୍ନ କରିବାରୁ ପୋଲିସ ବାବୁ ଜଣକ ଉତ୍ତର ଦେଇଥିଲେ କି, ମାସ୍କ ଗାଡିରେ ଥୋଇଛି ।

ଜନତା କିନ୍ତୁ ଛାଡି ନଥିଲେ ଘେରି ଯାଇ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରିଥିଲେ ପୋଲିସ ବାବୁଙ୍କୁ । ଆଉ ତାଙ୍କୁ ମଧ୍ୟ ଫାଇନ କାଟିବାକୁ ବାରମ୍ବାର ଦାବି କରିଥିଲେ । ନିଜ ଭୁଲ ଥିବା ଅନୁଭବ କରି ହୁଏତ ପୋଲିସ ବାବୁ କିଛି କହି ପାରୁ ନଥିଲେ । ଆଉ ଘଟଣାସ୍ଥଳରେ ଧୀରେ ଧୀରେ ଜନତାଙ୍କ ଭିଡ ହେବା ଦେଖି ଏବଂ ପରିସ୍ଥିତି ଆୟତ୍ତ ବାହାରେ ହେବା ଦେଖି ଉକ୍ତ ପୋଲିସ ବାବୁଙ୍କ ସହ ତାଙ୍କର ପୁରା ଟିମ୍ ଭ୍ୟାନରେ ଭାସି ସେଠାରୁ ଚମ୍ପଟ ମାରିଥିଲେ ।

ତେଣୁ ଆଇନର ସୁରକ୍ଷା କରୁଥିବା ବ୍ୟକ୍ତି ପ୍ରଥମେ ନିଜେ ଆଇନ ପାଳନ କରିବା ନିହାତି ଆବଶ୍ୟକ । ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।