ଇଲେକ୍ଟ୍ରନିକ ଓଜନ ମେସିନରେ, ଦେଖନ୍ତୁ କେମିତି ଓଜନ ଠକୁଛନ୍ତି ଦୋକାନୀ… ରୁହନ୍ତୁ ସତର୍କ

ବନ୍ଧୁଗଣ ଅନେକ ସମୟରେ ଆମେ ବଜାର ଯାଉଛୁ ଆଉ ଅନେକ ଜିନିଷ କିଣିଥାଉ । କିନ୍ତୁ ଜିନିଷପତ୍ର ର ଓଜନ କୁ ନେଇ ମନରେ ସନ୍ଦେହ ରହୁଛି କି କାଳେ ଦୋକାନୀ ଆମକୁ ଠକି ଦେଉଛି କି ? ତେଣୁ ଏଥିପାଇଁ ଆମକୁ ଦରକାର ଖାଉଟି ମାନଙ୍କ ସଚେତନତା । ଏଥିପାଇଁ କଟକ ବାଲିଯାତ୍ରା ରେ ଚଳିତ ବର୍ଷ ଆୟୋଜିତ ହୋଇଛି ଖାଉଟି ସଚେତନା କେନ୍ଦ୍ର । ଏ ନେଇ ଖାଉଟି କର୍ମଚାରୀ ଜଣକ କହିଛନ୍ତି ” ଆଜିକାଲି ସବୁ କ୍ଷେତ୍ରରେ ଠକେଇ ହେଉଛି ।

ସାଧାରଣତ ଇଲେକ୍ଟ୍ରି ମେସିନ ଆପଣ ଜିନିଷ ନେଲେ ତାହା ସଠିକ ଅଛି କି ନାହି ତାହା ଜାଣିବାର ଉପାୟ ଅଛି । କୌଣସି ଜିନିଷ କିଣିବା ପୂର୍ବରୁ ଦୋକାନୀକୁ ପଚାରିବେ ଆପଣଙ୍କର ମେସିନର ସାର୍ଟିଫିକେଟ ଅହକି କି ନାହି ? ଯଦି ସାର୍ଟିଫିକେଟ ନ ଥିବ ତେବେ ଜାଣିବେ ମେସିନ ଟେମ୍ପର ଅଛି ବା ମେସିନର ସମସ୍ଯା ଥାଇପାରେ । ମେସିନ ଚାଲୁ ହେଲେ ମାତ୍ରେ ସାର୍ଟିଫିକେଟ ଦେଖାଇବା ଜରୁରୀ ଅଟେ ।

ଗ୍ରାହକ ମାନେ ଦୋକାନୀଙ୍କୁ ପଚାରି ପାରିବେ ସାର୍ଟିଫିକେଟ ଅଛି କି ନାହି କାରଣ ଏହା ସେମାନଙ୍କର ଅଧିକାର । ଅନ୍ୟ ଜିନିଷ ହେଉଛି ମେସିନ ଉଭୟ ପାର୍ଶ୍ଵରେ ସିଲ ହେବା ଦରକାର । ମେସିଆ ୫୦ କେଜିର କାପାସିଟି ହୋଇଥିଲେ ମିନିମମ ୫ କେଜିର ୱେଟ ଷ୍ଟାଣ୍ଡାର୍ଡ ରଖିବା ଆବଶ୍ୟକ । ମେସିନରେ ବ୍ୟବହାର ହେଉଥିବା ବଟକରା ପ୍ରତି ୨ ବର୍ଷରେ ଥରେ ଷ୍ଟାମ୍ପ ହୋଇଥିବା ଦରକାର । ଏହା ସହ ରେଜିଷ୍ଟ୍ରେଶନ ହୋଇଥିବା ଦରକାର ମେସିନର ।

ଯଦି ଦୋକାନୀ ମେସିନରେ ଫ୍ରଟ କରୁଥିବ ତେବେ ମେସିନ ଅନ ଥିବା ଆଉ ସିଲ ହୋଇ ନ ଥିବ । ସେଥିରେ ବଟକରା ପକାଇବା ପୂର୍ବରୁ ମେସିଆରେ ୦ ଦେଖାଉଥିବ ଆଉ ବଟକରା ପକାଇବା ପରେ ମେସିନରେ ୧ କିଲୋ ଉପରକୁ ଓଜନ ଦେଖାଇବ । ତା ମାନେ ଜାଣିବେ ମେସିନ ଟେମ୍ପରିଙ୍ଗ ହେଉଛି । ଆଉ ମେସିନ ଖରାପ ଅଛି । ଡିପାର୍ଟମେଣ୍ଟ ଲିଗାଳ ମେଟ୍ରୋଲୋଜି ସବୁ ଜିଲ୍ଲା ରେ ଅଛି ।

ଖାଉଟି ସଚେତନା କେନ୍ଦ୍ର ଏହାକୁ ଭେରୀଫାଏ କରି ଲିଗାଲ ଡିପାର୍ଟମେଣ୍ଟ କୁ ସବୁ ତଥ୍ୟ ଦେଉଛନ୍ତି । ଯେତେବେଳେ ଏନଫର୍ସଏନଟି କରୁଛୁ ସେତେବେଳେ ଅସାଧୁ ବ୍ୟବସାୟିଙ୍କୁ ଧରା ଯାଉଛି ଆଉ ତାଙ୍କ ଠାରୁ ଫାଇନ ଆଦାୟ କରାଯାଇ ସରକାରଙ୍କୁ ରେଭିନ୍ୟୁ ଦିଆ ଯାଉଛି । ଯଦି ଆପଣଙ୍କର କୌଣସି ଦୋକାନରେ ଓଜନ ସମୟରେ ଡାଉଟ ହେଲା ତେବେ ସାର୍ଟିଫିକେଟ ଅଛି କି ନାହି ପ୍ରଶ୍ନ ପଚାରି ପାରିବେ ।

ଏହା ସହ ଲିଗାଲ ଆକ୍ସନ ମଧ୍ୟ ଗ୍ରାହକ ମାନେ ନେଇ ପାରିବେ । ବାତକାର ଛାଡ କେଉଁଥି ରେ ଷ୍ଟାଣ୍ଡାର୍ଡ କରି ପାରିବେ ନାହି । ମେସିନ ସିଲ ନାହି କି ପେପର ନାହି ତେବେ ସେ ମେସିନ ଟେମ୍ପର ଅଛି । ଆଉ ସେଥିରେ ଜିନିଷ ଠିକ ଭାବେ ପାଇ ପାରିବେ ନାହି । ଓଜନ ଏପଟ ସେପଟ ହୋଇପାରେ । ଗ୍ରାହକ ମାନେ ଏ ନେଇ ଖାଉଟି ସଚେତନାଙ୍କ ଠାରୁ ପଡ଼ାମର୍ଶ ନେଇ କଞ୍ଜ୍ଯୁମର କୋର୍ଟ ରେ କେସ କରି ପାରିବେ ଦୋକାନୀଙ୍କ ବିରୁଦ୍ଧରେ” । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।