ଓଃ କି ଭୟଙ୍କର ବନ୍ୟା ! ରେଳଷ୍ଟେସନ ବୁଡି ଟ୍ରେନ ବି ଭାସିବାକୁ ଲାଗିଲା, ଆପଣଙ୍କ ଛାତି ଥରେଇ ଦେବ ଏହି ଦୃଶ୍ୟ… ଦେଖନ୍ତୁ Video

ଆସାମରେ ଦେଖିବାକୁ ମିଳିଛି ବନ୍ୟାର କରାଳ ରୂପ । ଆସାମର ଦିମାହସାଉ ଜିଲ୍ଲା ମୁଖ୍ୟ ରେଳ ଷ୍ଟେସନର ଦୃଶ୍ୟ ଛାତି ଥରେଇ ଦେଉଛି । ଏହି ରେଳ ଷ୍ଟେସନରେ ଏକ ଯାତ୍ରୀବାହୀ ଟ୍ରେନ ବନ୍ୟା ଜଳରେ ବୁଡି ତଳେ ପଡିଯିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ପ୍ରବଳ ବର୍ଷା ଏହି ବଦଳାଇ ଦେଇଛି ଏହି ଷ୍ଟେସନର ମାନଚିତ୍ର । ବନ୍ୟା ଯୋଗୁଁ ଷ୍ଟେସନରେ ୨୮୦୦ରୁ ଅଧିକ ଯାତ୍ରୀ ଫସି ରହିଥିଲେ । ସେମାନଙ୍କୁ ବାୟୁସେନା ସହାୟତାରେ ଉଦ୍ଧାର କରା ଯାଇଥିବା ଶୁଣିବାକୁ ମିଳୁଛି ।

ପ୍ରବଳ ବର୍ଷା ଓ ବନ୍ୟା କାରଣରୁ ଚାରିଆଡେ ଖାଲି ପାଣି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଭୁସ୍ଖଳନ ଭଳି ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଛି । ଆସାମରେ ଅନେକ ଜିଲ୍ଲାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଯାହାଫଳରେ ଏବେବି ଅନେକ ଲୋକ ଜଲବନ୍ଦୀ ଅବସ୍ଥାରେ ରହିଥିବା ଜଣାପଡିଛି । ରାସ୍ତା ଘାଟ ଓ ଘରଦ୍ଵାର ଚାରିଆଡେ ବନ୍ୟା ଜଳ ମାଡି ଯାଇଛି । ପ୍ରବଳ ବର୍ଷା ଯୋଗୁଁ ଆସାମର ୨୦ ଜିଲ୍ଲାର ପ୍ରାୟ ଦୁଇ ଲକ୍ଷରୁ ଅଧିକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।

ଆଗାମୀ ତିନି ଦିନ ମଧ୍ୟରେ ରାଜ୍ୟରେ ଆହୁରି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଲଗାଣ ବର୍ଷା ଯୋଗୁଁ ପ୍ରତି ଘଣ୍ଟାରେ ବନ୍ୟା ଜଳ ବୃଦ୍ଧି ପାରୁଛି ବୋଲି ସ୍ଥାନୀୟ ବାସିନ୍ଦାମାନେ କହୁଛନ୍ତି । ବର୍ଷା ଓ ବନ୍ୟା ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ଫସଲ ମଧ୍ୟ ଧୋଇ ହୋଇଯାଇଛି । ନଦୀବନ୍ଧ ଗୁଡିକୁ ମଧ୍ୟ ଖୋଲି ଦିଆଯାଇଛି । ଯମୁନା ନଦୀକୁ ଲାଗି ରହିଥିବା ଗାଁ ଏବଂ ସହର ଗୁଡିକରେ ବନ୍ୟା ଜଳ ଅଧିକ ବଢିବାରେ ଲାଗିଛି ।

ଆସାମ ବ୍ଯତୀତ ମଣିପୁର ଏବଂ ମେଘାଳୟରେ ମଧ୍ୟ ଲଗାଣ ବର୍ଷା ରାଜ୍ୟବାସୀଙ୍କୁ ପ୍ରଭାବିତ କରିଛି । ସେହିପରି କେରଳରେ ମଧ୍ୟ ପ୍ରାକ ମୌସୁମୀ ବର୍ଷା ରାଜ୍ୟବାସୀଙ୍କ ଚିନ୍ତା ବଢେଇଲାଣି । କେରଳର ଅନେକ ନଦୀ ମାନଙ୍କରେ ବନ୍ୟା ଜଳ ଭର୍ତ୍ତି ହେବାରେ ଲାଗିଛି । ତେଣୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ କେରଳରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଏହାସହ ବନ୍ୟା ପରିସ୍ଥିତିକୁ ମୁକାଣିଲା କରିବା ପାଇଁ ମଧ୍ୟ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି କେରଳ ସରକାର ।

ତେବେ ବନ୍ୟା ଜଳରେ ଯଦି ଟ୍ରେନ ଭଳି ଭାରି ବସ୍ତୁ ଭାସି ଯାଉଛି ଆପଣ ସେଥିରୁ ଅନୁମାନ କରି ପାରୁଥିବେ କି ଆସାମରେ କେତେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖା ଦେଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।