ଚିନ୍ତା ବଢାଉଛି ବାତ୍ୟା (ଗତି), ଏହି ସବୁ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ

ବର୍ତ୍ତମାନର ସବୁଠୁ ବଡ ଖବର । ଆଉ ଏକ ଲଘୁଚାପ ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି । ଏହି ସାମୁଦ୍ରିକ ବାତ୍ୟା ଅକ୍ଟୋବର ମାସର ଦ୍ଵିତୀୟ ସପ୍ତାହ ବେଳକୁ ଆସିବାର ସମ୍ଭାବନା ରହିଛି । ଏବେ ବାତ୍ୟା ଗତିକୁ ନେଇ ଚିନ୍ତା ବଢୁଛି । କୃଷି ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳ କହିଛନ୍ତି କି ଏବେ ଓଡିଶାରେ ବାତ୍ୟାର ଗତି ପାଇଁ ପରିବେଶ ଅନୁକୂଳ ନାହିଁ ତଥାପି କିନ୍ତୁ ଏହି ବାତ୍ୟାକୁ ଏଡାଇ ଦିଆଯାଇ ପାରିବ ନାହିଁ ।

ଅନ୍ୟପଟେ 9 ତାରିଖ ବେଳକୁ ବାତ୍ୟାର ଗତିବିଧି ସ୍ପଷ୍ଟ ହୋଇ ପାରିବ ବୋଲି ସୁଚାନ ଦେଇଛି ପାଣିପାଗ ବିଭାଗ । ଅନୁମାନ କରା ଯାଉଛି କି ଏହି ବାତ୍ୟା ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗରେ ଆନ୍ଧ୍ର ଆଡକୁ ମୁହାଁଇ ପାରେ । ଯେଉଁ କାରଣରୁ ଅକ୍ଟୋବର 11 ରୁ 13 ତାରିଖ ମଧ୍ୟରେ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଅନ୍ୟପଟେ ବଂଗୋପ ସାଗରରେ ପୂର୍ବରୁ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଉ ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗରୁ ସୂଚନା ମିଳିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରି କହିଛି କି

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ନବରଙ୍ଗପୁର , ରାୟଗଡା , କନ୍ଧମାଳ , କଳାହାଣ୍ଡି , ଗଞ୍ଜାମ , ସୋନପୁର , ନୂଆପଡା , ବଲାଙ୍ଗୀର , ଅନୁଗୁଳ , କେନ୍ଦୁଝର , ବରଗଡ , ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ଓ ୭ ତାରିଖ ପରେ ବର୍ଷାର ପରିମାଣ କମି ଯିବ । ପ୍ରବଳ ବର୍ଷା କୁ ନଜରରେ ରଖି ପାଣିପାଗ ବିଭାଗ ରାଜ୍ୟର ୧୩ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ।