ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା, ୬ ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ପାଣିପାଗ ବିଭାଗ ଅନୁଯାୟୀ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି ଓ ଯାହାର ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଏହା ଛଡା ପାଣିପାଗ ପକ୍ଷରୁ ଏଭଳି କିଛି ନୂଆ ରିପୋର୍ଟ ଜାରି ହୋଇଛି କି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି ହୋଇଛି । ଯେଉଁଥିରେ ଖାଲି ବର୍ଷା ନୁହେଁ ବରଂ ବିଜୁଳି ଘଡଘଡିର ମଧ୍ୟ ଆଶଙ୍କା କରା ଯାଉଛି । ତେବେ ବର୍ଷା କେଉଁ ଜିଲାକୁ ରହିଛି ଓ କଣ ରହିଛି ପାଣିପାଗ ବିଭାଗ ପକ୍ଷରୁ ଫ୍ରେଶ ଅପଡେଟ ଆସନ୍ତୁ ଜାଣିବା ।

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ଓ ତତସଲଗ୍ନ ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳରେ ଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳରେ ଏକ ଲୋ ପ୍ରେସର ଏରିଆରେ ପରିଣତ ହୋଇଛି । ଏହାର ପ୍ରଭାବରେ ଦକ୍ଷିଣ ଓଡିଶାର ଜିଲ୍ଲା ଗୁଡିକ ସମେତ ଉତ୍ତର ଉପକୂଳ ଓଡିଶାର ଜିଲ୍ଲା ମାନଙ୍କର କିଛି ସ୍ଥାନରେ ଓ ଦକ୍ଷିଣ ଓ ଆଭ୍ଯନ୍ତରୀଣ ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲ୍କା ରୁ ମଧ୍ୟମ ଧରଣର ବର୍ଷା ଏବଂ ବଜ୍ରପାତ ହେବାର ଆଶଙ୍କା ରହିଛି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, କଳାହାଣ୍ଡି ଓ ରାୟଗଡା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲା ପାଇଁ ଭୁବନେଶ୍ଵର ସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନିଙ୍ଗ ଜାରି କରା ଯାଇଛି ।

ଝଡ ବର୍ଷା ଏବଂ ବଜ୍ରପାତ ସମୟରେ ଘରୁ ବାହାରକୁ ନ ବାହାରିବା ପାଇଁ ଜନ ସାଧାରଣ ଙ୍କୁ ସତର୍କ କରା ଯାଇଛି । ଆହୁରି ମଧ୍ୟ ଅନେକ ଜିଲ୍ଲା ଯେମିତି କୋରାପୁଟ, ମାଲକାନାଗିରି, ରାୟଗଡା, କଳାହାଣ୍ଡି, ଗଜପତି, ନବରଙ୍ଗପୁର ଜିଲ୍ଲାର ଗୋଟିଏ କିମ୍ବା ୨ ଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଆମର ଆଶା କି ଆପଣଙ୍କୁ ଆମର ଏହି ଲେଖାଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକକରି ଦିଅନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।