ଓଡିଶାରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ପୂର୍ବନୁମାନ କରିଲା IMD! ଏହି ସବୁ ଜିଲ୍ଲାକୁ ମିଳିଲା ସତର୍କ ଘଣ୍ଟି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଉ ମାତ୍ର ୩ ଦିନ ପରେ ଆସୁଛି ଆଉ ଏକ ଲଘୁଚାପ । ତେବେ ପାଣିପାଗ ବିଭାଗ ପକ୍ଷରୁ ଏଭଳି କିଛି ପାଣିପାଗ ସମ୍ପର୍କିତ ସୂଚନା ମିଳି ପାରିଛି । ତେବେ ଆଗାମୀ ୩ ଦିନ ମଧ୍ୟରେ ବର୍ଷାର ପରିମାଣ ବଢି ପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିପାରିଛି । ଉତ୍ତର ଓ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଆଶଙ୍କା ସୃଷ୍ଟି ହେଉଛି । ତେଣୁ ଆସନ୍ତା ୩ ତାରିଖରେ ବର୍ଷାର ପ୍ରଭାବ ଓଡିଶାରେ ଦେଖିବାକୁ ମିଳିବ ।

ତାପରେ ପରେ ଆସନ୍ତା ଜୁଲାଇ ୪ ତାରିଖରୁ ରାଜ୍ୟରେ ବର୍ଷା କିଛି ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷ ତରଫରୁ ପୂର୍ବଅନୁମାନ କରାଯାଉଛି । ଉପକୂଳ ଓଡିଶା ଓ ଦକ୍ଷିଣ ଓଡିଶାରେ ବର୍ଷା ଅଧିକରୁ ଅଧିକ ହେବାର ସମ୍ଭାବନା ରହିଅଛି । ତେବେ ମୌସୁମୀ ବାୟୁ ଓଡିଶାକୁ ଆସିବା ପରେ ବର୍ଷାର ସ୍ଥିତି ଓଡିଶାରେ ଏପରି କିଛି ରହିଥିଲା । ଯେଉଁଥିରେ ୨୧ ଜିଲ୍ଲାରେ କମ୍ ବର୍ଷା ହେବା ସହିତ ୫ ଟି ଜିଲ୍ଲାରେ ସ୍ୱଳ୍ପ ବର୍ଷା ହୋଇଥିଲା ।

ଅନେକ ଜିଲ୍ଲାରେ କିନ୍ତୁ ବର୍ଷା ସହ ବିଜୁଳୀ, ଘଡଘଡି ମଧ୍ୟ ମାରିଥିଲା । ଏହା ସହ ସେହି ସବୁ ସ୍ଥାନରେ ବର୍ଷାର ପରିମାଣ ମଧ୍ୟ ଅଧିକ ରହିଥିଲା । ଯେଉଁ କିଛି ସେହି ସ୍ଥାନ ଗୁଡିକରେ ବର୍ଷାର ପରିମାଣ ଅଧିକ ରହିଥିଲା । ସେହି ସ୍ଥାନରେ ସାଧାରଣ ଲୋକଙ୍କର ଜନଜୀବନ କିଛି ଦିନ ପାଇଁ ହନ୍ତସନ୍ତ ହୋଇଯାଇଥିଲା । ହେଲେ ଓଡିଶାକୁ ମୌସୁମୀ ବାୟୁ ପ୍ରବେଶ କରିସାରିଲାଣି । ଏହାର ପ୍ରଭାବରେ ଅନେକ ଜିଲ୍ଲାରେ ବର୍ଷାର ପ୍ରଭାବ ମଧ୍ୟ ଦେଖିବାକୁ ମିଳି ସାରିଛି ।

ହେଲେ ଏବେ ଓଡିଶାର ଅନେକ ଜିଲ୍ଲାରେ ଶୁଖିଲା ପାଗ ବଳବତ୍ତର ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାଇ କିନ୍ତୁ ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଉତ୍ତର ଓ ଦକ୍ଷିଣ ଓଡିଶାରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିପାରେ ବୋଲି ଅନୁମାନ କରାଯାଉଅଛି । ଏହା ସହ ସେହି ସ୍ଥାନରେ ୩ ତାରିଖ ହିଁ ଲଘୁଚାପ ଆରମ୍ଭ ହୋଇଯିବ ବୋଲି ସୂଚନା ମିଳିଛି । ତେବେ ଏହିଭଳି ପାଣିପାଗ ସମ୍ବଧୀୟ ନୂଆ ନୂଆ ଖବର ଅପଡେଟ ପାଇଁ ଆମ ସହ ଯୋଡି ହୋଇ ରହିଥାନ୍ତୁ । ଏହା ସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ