Bahanaga ଟ୍ରେନ୍ ଦୁର୍ଘଟଣାର ଅଚିହ୍ନା ଶବଗୁଡାକୁ ଆଜି ପୋଡାଯିବ… AIIMS

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ବାହାନଗା ଦୁର୍ଘଟଣାରେ ଅଚିହ୍ନଟ ହୋଇଥିବା ଶବ ଗୁଡାକୁ ଜୁଇ ଦେବାର ନିଷ୍ପତି ନେଇଛନ୍ତି AIIMS । ହଁ ଦର୍ଶକବନ୍ଧୁ ବାହାନାଗ ଦୁର୍ଘଟଣାକୁ ଆଜି ମାସେ ହେବାକୁ ଆସିଲାନି ମାତ୍ର ଏବେ ଯାଏ ଶବକୁ ନେବା ପାଇଁ କେହି ଆସିନାହାଁନ୍ତି । ଶବଗୁଡିକ ଦିନକୁଦିନ ଖରାପ ହେବାକୁ ଲାଗିଲାନି ।

ବାହାନଗା ଦୁର୍ଘଟଣାରେ 281 ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ 200 ଲୋକଙ୍କ ଶବ ଚିହ୍ନଟ ହୋଇ ସାରିଥିବା ବେଳେ 81 ଶବ ଏଯାଏ ରଖାଯାଇଛି । ତେବେ ଆଉ କେତେ ଦିନ ଅପେକ୍ଷା କରିବେ ତେଣୁ ରାଜଧାନୀର ସତ୍ୟନଗର ଓ ଭରତପୁର ଶ୍ମଶାନରେ ଗଣଦାହ କରିବା ପାଇଁ AIIMS ନିର୍ଦେଶ ଜାରି କରିଛି । କାରଣ ଦୁର୍ଘଟଣା ପରେ ପ୍ରିୟଜଣକ ପାଖରେ ଶବକୁ ପହଞ୍ଚାଇବ ପାଇଁ AIIMS ଯେତେ ସମ୍ଭବ ଶବକୁ ରଖିବା ପାଇଁ ନିଷ୍ପତି ନେଇଥିଲା ।

ତେଣୁ କରି ଏଯାଏ ଶବ ଗୁଡକୁ କ୍ୟାଣ୍ଟେନର ରେ ରଖିଥିଲା । କାରଣ ଦୁଘଟଣାରେ ପଶ୍ଚିମବଙ୍ଗ ,ବିହାର ଆଦିର ଲୋକମାନେ ଯାତ୍ରା କରିଥିବା କାରଣରୁ ସେମାନଙ୍କ ନିକଟରେ ପ୍ରିୟଜଣକ ଶେଷ ଦର୍ଶନ କରି ସେମାନଙ୍କ ରୀତିନୀତିରେ ଶେଷକାର୍ଯ୍ୟ ଶବଦାହ କରିବେ ବୋଲି AIIMS ଚିନ୍ତା କରି ଶବକୁ ରଖିଥିଲା । ମାତ୍ର ଏତେ ଦିନ ହେଲାନି କେହି ନ ଆସିଥିବା କାରଣରୁ ଶବ ଗୁଡାକ ଦୁର୍ଗନ୍ଧରେ ପରିପୂର୍ଣ୍ଣ ହେଲାନି ।

81ଟି ଶବକୁ ଆଉ କିଛି ଦିନ ରଖିବା AIIMS ପକ୍ଷେ କଷ୍ଟକର ହେଉଛି । ତେଣୁ AIIMS ଏଭଳି ଏକ ନିଷ୍ପତି ନେଇଛି ତେଣୁ ସତ୍ୟନଗର ଓ ଭରତପୁରରେ କାର୍ଯ୍ୟ କରୁଥିବା BMC ର କାର୍ଯ୍ୟକାରୀମାନଙ୍କୁ କୁହାଯାଇଛି ଯଥା ଶବଦାହ ପାଇଁ ଆବଶ୍ୟକ ହେଉଥିବା କାଠକୁ ଯୋଗାଡ କରାଯିବ । ସରକାରୀ ନିୟମ ଅନୁଯାୟୀ ଶବକୁ 45 ଘଣ୍ଟା ରଖିବ ଏବଂ କେହି ନ ଆସିଲେ ତାହାର ଶବଦାହ କରାଯାଏ ।

ମାତ୍ର ବାହାନଗା ଟ୍ରେନ୍ ଦୁର୍ଘଟଣାର ଏତେ ଦିନ ରଖିବା ପରେ ମଧ୍ୟ କେହି ନ ଆସିବାରୁ ଏଭଳି ନିଷ୍ପରି ଗ୍ରହଣ କରିଛି AIIMS । ତେବେ ଅପରପକ୍ଷେ ଶବଦାହ ପାଇଁ ଆବଶ୍ୟକ ହେଉଥିବା ଜିନିଷ ସଗୃହୀତ କରି ଜୁଇ ଦେବାର ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।