ତାତି ସରିବ ମଣିଷ ଟିକେ ରିହାତି ପାଇବ । ହଁ ଦର୍ଶକ ବନ୍ଧୁ ଆପଣ ସମସ୍ତଙ୍କ ପାଇଁ ରହିଛି ବଡ ଖୁସି ଖବର । ଆଜି ଓଡିଶା ଛୁଇଁବ ମୌସୁମି । ଆଜି 14 ଜିଲ୍ଲା ରେ ପ୍ରବଳ ବର୍ଷା ହୋଇପାରେ । ବିଜୁଳି ଚମକିପାରେ, ଘଡଘଡି ମାରିପାରେ । ଏମିତିକି କାଳ ବୈଶାଖୀ ପ୍ରଭାବରେ ପବନ ର ବେଗ ଅଧିକରୁ ଅଧିକ ହୋଇପାରେ । ତେବେ ସେହି 14 ଜିଲ୍ଲା ହେଉଛି ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ଵର, ଭଦ୍ରକ, କାରକ, ଖୋର୍ଦ୍ଧା ଆଦି ଜିଲ୍ଲା ରେ ଆଜି ବିଜୁଳୀ ସହ ଘଡଘଡି ବର୍ଷା ହୋଇପାରେ ।
ଏ ସବୁ ଜିଲ୍ଲା ରେ ଆଜି ବିଜୁଳି ସହ ଘଡଘଡି ବର୍ଷା ହୋଇପାରେ । ଆଉ ଏହାରି ଭିତରେ ଅଧିକରୁ ଅଧିକ ପବନ ବି ବୋହିପାରେ । ସାରା ଓଡିଆ ଯେବେ ତାତି କାରଣରୁ ଅସ୍ତବ୍ୟସ୍ତ ହେଉଥିଲା ସେତେବେଳେ ସମସ୍ତେ ତ୍ରାହି ତ୍ରାହି ଡାକୁଥିଲେ । କିନ୍ତୁ ଆଜି ବର୍ଷା ହେବ ଆଉ ନିସ୍ତାର ମିଳିବ । ଏମିତି କିଛି ପୂର୍ବ ଅନୁମାନ କରିଛି ଭାରରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର । ଖାଲି ସେତିକି ନୁହେଁ ଶୁକ୍ରବାର ଠାରୁ ଅତି ପ୍ରବଳ ବର୍ଷା ହେବ ।
ରାଜ୍ୟରେ ବିଭିନ୍ନ ସ୍ଥାନରେ ପାକ ମୌସୁମି ବର୍ଷା ଜାରି ରହିଛି । ମଙ୍ଗଳବାର ଠାରୁ ଏହି ବର୍ଷା ଆରମ୍ଭ ହୋଇଥିବା ଏଲେ ବୁଧବାର ଠାରୁ ବର୍ଷା ର ବିସ୍ତୃତି ବୃଦ୍ଧି ପାଇଛି । ବର୍ଷାର ପରିମାଣ, ତାପମାତ୍ରା ହ୍ରାସ ଓ ପବନର ଦିଗ ଆଦି ମୌସୁମୀ ଓଡିଶା ପ୍ରବେଶ ସମ୍ଭାବନାକୁ ବୃଦ୍ଧି କରିଛି । ତେଣୁ ଆସନ୍ତା 24 ଘଣ୍ଟା ଅର୍ଥର ଆଜି ସନ୍ଧ୍ୟା ସୁଧା ଓଡିଶା ଦକ୍ଷିଣ- ପଶ୍ଚିମରେ ମୌସୁମି ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ଦକ୍ଷିଣ-ପଶିମ ମୌସୁମି ବାୟୁ ପ୍ରଥମେ ଦକ୍ଷିଣ ଓଡିଶା ଓ ପଶ୍ଚିମ ଓଡିଶାର କିଛି ଜିଲ୍ଲା କୁ ଛୁଇଁ ପାରେ । ଏହା ସହ ଗତ 36 ଘଣ୍ଟା ମଧ୍ୟରେ ଏହି ସବୁ ଅଞ୍ଚଳରେ ବର୍ଷା ହୋଇଛି । ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 36 ଘଣ୍ଟା ମିଲିମିଟର, ଝାରସୁଗୁଡା ରେ 10 ମିଲିମିଟର ବର୍ଷା ହୋଇଥିବା ବେଳେ ବାଲେଶ୍ଵର ରେ 4 ମିଲିମିଟର, ସୁନ୍ଦଗଡରେ 21, ଭବାନୀପାଟଣାରେ 25, କୋରାପୁଟ ରେ 8, ଦାରିଙ୍ଗବାଡି ରେ 10, ଭଦ୍ରକ ରେ 7 ଓ ନବରଙ୍ଗପୁର ରେ 20 ମିଲିମିଟର ବର୍ଷା ରେକର୍ଡ ହୋଇଛି ।
ଏହା ସହ ଅନ୍ୟ ଜିଲ୍ଲା ଗୁଡିକରେ ବୁଧବାର ସନ୍ଧ୍ୟା ରେ ବର୍ଷା ଆରାମ୍ଭ ହୋଇଥିବା ବେଳେ ଅନେକ ସ୍ଥାନ ମେଘାଛନ ରହିଛି । ସେହିପରି ଭାବରେ ଆଜି ସୁନ୍ଦରଗଡ, ବରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, କଟକ, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ଵର ଆଜି ଜିଲ୍ଲା ରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।