ବଙ୍ଗାଳୀ ଯୁବତୀର ଏହି ଯୁବକ ଜଣକ ସବୁ ସାରିଦେଲା । ଏହି ଯୁବକ ଜଣକ ଯୁବତୀଙ୍କ ଠାରୁ ଲୁଟିବା ପାଇଁ ଓଡିଶାରୁ ଯାଇଥିଲା ପଶ୍ଚିମବଙ୍ଗ । ଆଉ ନିଜ କାମରେ ବି ସଫଳ ହୋଇଛି ଯୁବକ ଜଣକ । 64 ଲକ୍ଷ ତାଙ୍କ ଧରି ପଶ୍ଚିମବଙ୍ଗ ରୁ ଓଡିଶା ଚାଲି ଆସିଛି ଯୁବକ ଜଣକ । ଯୁବକ ଜଣକ ଏତେ ଚାଲାକ ଯେ ଏ ଯୁବତୀଙ୍କ ଲୁଟି ନେଇଛି । ଏମିତି କିଛି ଅଭିଯୋଗ ଆଣିଛନ୍ତି ଯୁବତୀ ଜଣକ । ଯୁବତୀ ଜଣକ ଅନଲାଇନରେ ଏତେ ଟଙ୍କା ପଠାଇଛନ୍ତି ଯେ ଯେତେ ସ୍କ୍ରୋଲିଙ୍ଗ କରିଲେ ବି ଜମା ସରୁ ନାହିଁ ।
କେବେ 85 ହଜାର ତ କେବେ 90 ହଜାର ତ ଆଉ କେବେ 32 ହଜାର ଏମିତି ପାର୍ଟ ପାର୍ଟ କରି ଯୁବତୀ ଜଣକ 64 ଲକ୍ଷ ଟଙ୍କା ଦେଇଥିବାର ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ହୁଗୁଲି ଜିଲ୍ଲା ଦକ୍ଷିଣ ସୁବାସ ପଲ୍ଲି ଅଞ୍ଚଳର ସୋମା ଘୋସ । ଆଉ ଯୁବକ ଜଣକ ହେଉଛନ୍ତି ସମ୍ବଲପୁର ଜିଲ୍ଲାର ରାହୁଲ । ମାଟ୍ରି ମନିରେ ରାହୁଲ ସୋମାଙ୍କୁ ବିବାହ କରିବାକୁ କହିଥିଲେ ।
ରାହୁଲ ଓଡିଶାରୁ ପଶ୍ଚିମବଙ୍ଗ ଯାଇଥିଲେ ଦେଖା କରିବାକୁ । ରାହୁଲ ବିବାହ ପାଇଁ ପ୍ରସ୍ତୁତି ଦେଲେ ଓ 64 ଲକ୍ଷ ଟଙ୍କା ମଧ୍ୟ ଲୁଟିଲେ । 64 ଲକ୍ଷରୁ 2 ଲକ୍ଷ 90 ହଜାର ଋଟର୍ନ କରିଛନ୍ତି ରାହୁଲ । ଆଉ ବାକି ଟଙ୍କା ସୋମା ଯେବେ ମାଗିଥିଲେ ସେତେବେଳେ ଅସଲ ରୂପ ଦେଖାଇଥିଲେ ରାହୁଲ । ସୋମା ପଶ୍ଚିମବଙ୍ଗରୁ ଆସି ସମ୍ବଲପୁର ଟାଉନ ଥାନାରେ ଅଭିଯୋଗ କରିଛନ୍ତି ।
ଯେବେ ସୋମା ରାହୁଲଙ୍କ ଘରେ ପହଞ୍ଚିଥିଲେ ସେତେବେଳେ ରାହୁଲ ଧକ୍କା ଦେଇ ଘରୁ ବାହାର କରି ଦେଇଥିଲା । ଆଉ ମରଣାତ୍ମକ ଆକ୍ରମଣ କରିଥିଲେ ରାହୁଲ ସୋମା ଙ୍କୁ । ଏଭଳି ଅଭିଯୋଗ ସମ୍ବଲପୁର ଟାଉନ ଥାନାରେ ହୋଇଛି । ସୋମା ଙ୍କ ମା କହିଛନ୍ତି ରାହୁଲ ନେଇଥିବା ଟଙ୍କା ଫେରାଇ ଦେଉ । ତେବେ ଦେଖିବାକୁ ବାକି ରହିଲା ସମ୍ବଲପୁର ଟାଉନ ଥାନା ପୋଲିସ ଏ ଘଟଣାକୁ ନେଇ କଣ ଷ୍ଟେପ ନେଉଛି ଓ ଏହାର ସମାଧାନ କେବେ ହେଉଛି ।
ତେବେ ଯୁବତୀ ଜଣକ ଅଭିଯୋଗ କରିବା ପରେ ଏବେ ପୋଲିସ ଏ ଦିଗରେ ତଦନ୍ତ ଆରମ୍ଭ କରିଛି । ଯୁବକ ଜଣକ ଯୁବତୀ ଙ୍କୁ ମିଛ ପ୍ରେମ ଜାଲରେ ଫସାଇ 64 ଲକ୍ଷ ଟଙ୍କା ଠକି ନେଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟି ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।