22 ବର୍ଷ ତଳେ ଏମିତି ଓଡିଆଙ୍କ ଜୀବନ ବଞ୍ଚାଇଥିଲେ ବର୍ତ୍ତମାନର ରେଳମନ୍ତ୍ରୀ, ଜାଣନ୍ତୁ ସେହି ଛାତି ଥରା କାହାଣୀ

ବନ୍ଧୁଗଣ, ପ୍ରଧାନ ମନ୍ତ୍ରୀ ମୋଦୀ ଙ୍କ ମାଧ୍ୟମରେ ବର୍ତ୍ତମାନ ସବୁଠାରୁ ବଡ ଚର୍ଚ୍ଚିତ ଚେହେରା “ଅଶ୍ଵିନୀ ବୈଷ୍ଣବ” ଲୋକ ଲୋଚନକୁ ଆସିଛନ୍ତି । ଆଶ୍ଚର୍ଯ୍ୟ ର କଥା ହୋଇଥିଲେ ମଧ୍ୟ ଏହା ସତ୍ୟ ଅଟେ ଯେ, ପ୍ରଥମ ଥର ପାଇଁ ରେଳ ତଥା ଆଇଟି ଭଳି ପ୍ରମୁଖ ବିଭାଗ ସହିତ କ୍ୟାବିନେଟ ମନ୍ତ୍ରୀ ଭାବରେ ବର୍ତ୍ତମାନ ପରିଗଣିତ “ଅଶ୍ଵିନୀ” ।

ମାତ୍ର ତାଙ୍କର ଦକ୍ଷତା ଏବଂ ପରିଶ୍ରମ ଯୋଗୁଁ “ଅଶ୍ଵିନୀ” ପ୍ରଖ୍ୟାତ ପାହାଚ କୁ ଅତିକ୍ରମ କରିଛନ୍ତି ବୋଲି ସୂଚନା ମିଳିଅଛି । ଅଜିଭଳି ଦିନରେ ଟେକ୍ନୋଲୋଜି କୁ ଗୁରୁତ୍ଵ ଦେବା ସହିତ ଆଧୁନିକ ଯୁଗରେ ତାହାର ବ୍ୟବହାର କରି କିଭଳି ବଡ ବଡ ବିପଦ ର ମୁକାବିଲା କରାଯାଇଥାଏ, ତାହାର ଉଦାହରଣ ପାଲଟି ଯାଇଛନ୍ତି “ଅଶ୍ଵିନୀ” । ମାତ୍ର କେନ୍ଦ୍ରମନ୍ତ୍ରୀ “ଅଶ୍ଵିନୀ” ଙ୍କ ସହିତ ଓଡିଶା ସମ୍ବନ୍ଧୀୟ କିଛି ଏଭଳି ଘଟଣାବଳୀ ରହିଅଛି ଯାହାକୁ ସାଧାରଣ ଆପଣ ଜାଣି ନଥିବେ । ଆଜ୍ଞା ହଁ ଏହି ଘଟଣା ଟି ୨୨ ବର୍ଷ ତଳର ଅଟେ ।

ଆପଣଙ୍କ ମାନଙ୍କର ବେସ ଭଲ ଭାବରେ ମନେଥିବ ଯେ, ୧୯୯୯ ମସିହାର ବାତ୍ୟା ଓଡିଶା ରେ କିଭଳି ତାଣ୍ଡବ ରଚାଇଥିଲା । ସେତେବେଳେ ବାତ୍ୟା ସମ୍ବନ୍ଧୀୟ ସୂଚନା କୁ ଜାଣିବାକୁ କୌଣସି ପ୍ରକାରର ସୁବିଧା ତଥା ଟେକ୍ନୋଲୋଜି ନଥିଲା । ସେତେବେଳେ ରାଜ୍ୟ ରେ କାହା ପାଖରେ କୌଣସି ପ୍ରକାର ଆଧୁନିକ ଜନ୍ତ୍ର ସମ୍ବନ୍ଧୀୟ ଯୋଜନା ମଧ୍ୟ ନଥିଲା ।

ଏହା ୨୨ ବର୍ଷ ତଳେ ରାଜ୍ୟ ସରକାର ଙ୍କ ନିମନ୍ତେ ଭୟାଭୟ ସ୍ଥିତି ସୃଷ୍ଟି କରିଥିଲା । ଏହି ସମୟରେ ହଟାତ ବାତ୍ୟା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା ବାଲେଶ୍ଵର ର ମୁଖ୍ୟ ଶାସନ ସଚିବ ଙ୍କ ଦ୍ଵାରସ୍ଥ ହେବାକୁ ଲାଗିଥିଲା । ସେତେବେଳେ ବାଲେଶ୍ଵରର ଜିଲ୍ଲାପାଳ ଥିଲେ “ଅଶ୍ଵିନୀ” ।

ସେତେବେଳେ ଇଞ୍ଜିନିୟରିଂ ପାଠ ସଂପୂର୍ଣ୍ଣ କରି ତଥା ଟେକ୍ନୋଲୋଜି ସମ୍ବନ୍ଧରେ ସଂପୂର୍ଣ୍ଣ ତଥ୍ୟ ଗ୍ରହଣ କରିଥିବା “ଅଶ୍ଵିନୀ” ୟୁଏସ ନାଭି ୱେବସାଇଟକୁ ଟ୍ରାକ କରି ବାତ୍ୟା ସମ୍ବନ୍ଧୀୟ ମିଳୁଥିବା ତଥ୍ୟ ର ଫଟୋଚିତ୍ର କୁ ଡାଉନଲୋଡ କରି ଫ୍ୟାକ୍ସ ମାଧ୍ୟମରେ ମୁଖ୍ୟ ଶାସନ ସଚିବ ଙ୍କ ଅଫିସ କୁ ପଠାଇ ଦେଇଥିଲେ । ଅଶ୍ଵିନୀ ଙ୍କ ଏହି ସୂଚନା ସେତେବେଳେ ରାଜ୍ୟ ପ୍ରଶାସନ ନିମନ୍ତେ ଆଶା ର ବାଡି ସାଦୃଶ୍ୟ ପାଲଟି ଯାଇଥିଲା ।

ଅଶ୍ଵିନୀ ସେତେବେଳେ ଲଗାତାର ବାତ୍ୟା ସମ୍ବନ୍ଧୀୟ ସୂଚନା ଅପଡେଟ କରିବାକୁ ଲାଗିଲେ । ଏହା ଦ୍ଵାରା ଇଣ୍ଟର୍ନେଟ ମାଧ୍ୟମରେ ନିଜର ଜ୍ଞାନକୌଶଳ ପ୍ରୟୋଗ କରି ପ୍ରାକୃତିକ ବିପର୍ଜ୍ୟାୟର ସାମ୍ନା କିଭଳି ଭାବରେ କରିବାକୁ ହେବ ତାହା “ଅଶ୍ଵିନୀ” ଙ୍କ ଠାରୁ ଶିଖିବାକୁ ମିଳିଥିଲା । ଅଶ୍ଵିନୀ ଙ୍କ ବିଚକ୍ଷଣ ଦକ୍ଷତା ଏବଂ ଜ୍ଞାନକୌଶଳ ପାଇଁ “ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ” ବର୍ତ୍ତମାନ “ଅଶ୍ଵିନୀ” ଙ୍କୁ ଏତେ ବଡ ଦାଇତ୍ଵ ତୁଲାଇବା ଲାଗି ନିୟୋଜିତ କରିଛନ୍ତି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।