ୟୁକ୍ରେନରେ ଲଢିଲେ ଓଡିଆ ପୁଅ, ଘନଘନ ବୋମା ମାଡ ଭିତରେ ଜୀବନକୁ ଖାତିର କଲେ ନାହିଁ, କରିଲେ ଏମିତି କାମ କି ଏବେ ପୁରା ଦୁନିଆ କରୁଛି ସଲାମ…

ଯୁଦ୍ଧଭୂମିରେ ସାହସ ଦେଖାଇଲେ କଳାହାଣ୍ଡିର ପୁଅ । ଘନଘନ ବୋମାମାଡ ଭିତରେ ଜୀବନକୁ ଖାତିର ନକରି ତିନି ହଜାର ଛାତ୍ରଛାତ୍ରୀଙ୍କୁ ୟୁକ୍ରେନ ସୀମା ପାର୍ କରାଇଲେ । ଆଜିକୁ ପ୍ରାୟ ଦଶଦିନରୁ ଊର୍ଦ୍ଧ୍ଵ ସମୟ ହେବ ୟୁକ୍ରେନ ଓ ଋଷିଆ ମଧ୍ୟରେ ଘମାଘୋଟ ଲଢେଇ ଚାଲିଛି । ଏହାରି ମଧ୍ୟରେ ନିଜ ଜୀବନ ବଞ୍ଚାଇବାକୁ ସମସ୍ତେ ଆପ୍ରାଣ ଉଦ୍ୟମ କରୁଛନ୍ତି । ଏତିକି ବେଳେ ଭାରତୀୟ ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ନିଜ ଜୀବନକୁ ବାଜିରେ ଲଗାଇଲେ ଜଣେ ଓଡିଆ ପୁଅ ।

ସେ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ରାମପୁର ବ୍ଲକ ଅଏଁଳାପାଲିର ବିକାଶ ଚନ୍ଦ୍ର ସାହୁ । ସେ ୨୦୧୭ରେ ଡାକ୍ତରୀ ପାଠ ପଢିବାକୁ ୟୁକ୍ରେନ ଯାଇଥିଲେ । କିନ୍ତୁ ଋଷ ଓ ୟୁକ୍ରେନ ଯୁଦ୍ଧ ପରେ ସେଠାକାର ଚିତ୍ର ସଂପୂର୍ଣ୍ଣ ବଦଳି ଯାଇଛି । ଗତ ଫେବୃୟାରୀ ୨୪ ତାରିଖରେ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ଋଷ । ଋଷ ଅନବରତ ବୋମାମାଡ କରି ଚାଲିଥିବା ବେଳେ ୟୁକ୍ରେନ ମଧ୍ୟ ଋଷ ସେନାଙ୍କୁ ରୋକିବାକୁ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି । ତଥାପି ୟୁକ୍ରେନ ଉପରେ ଭାରି ପଡୁଛି ଋଷ ।

ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ଅକ୍ତିଆର କରିବାରେ ଲାଗିଛନ୍ତି ଋଷ ସେନା । ଆଉ କିଭ ଅକ୍ତିଆର କରିବାକୁ ଜୋରସାର ଚେଷ୍ଟା ଚଳେଇଛି । ଯୁଦ୍ଧ ବେଳେ ନିଜ ବଞ୍ଚାଇବାକୁ କିଏ ବଙ୍କର ଭିତରେ ତ କିଏ ଷ୍ଟେସନ ଭିତରେ ଲୁଚି ରହିଥିଲେ ଏବଂ ଆଉ କିଏ ଶହ ଶହ କିଲୋମିଟର ବରଫ ରାସ୍ତାରେ ସୀମା ପାର ହେଉଥିଲେ ।

ଭାରତ ସରକାର ରୋମାନିଆ ଏବଂ ପୋଲାଣ୍ଡ ଦେଇ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଦେଶକୁ ଫେରାଇବାକୁ ପ୍ରଚେଷ୍ଟା ଜାରି କରିଛନ୍ତି ଏବଂ ଏହି ଉଦ୍ଧାର ଉଦ୍ୟମ ଏବେ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସମୟରେ ଭାରତ ଆସିବାକୁ ବିକଳ ହେଉଥିବା ଅନେକ ଛାତ୍ରଛାତ୍ରୀଙ୍କୁ ବିକାଶ ସହାୟତାର ହାତ ବଢାଇଥିଲେ । ସମସ୍ତେ ଯିବା ପରେ ଶୀତ କାକରରେ ଅନ୍ୟପିଲାଙ୍କୁ ଧରି ରାତି ଅନିଦ୍ରା ହୋଇଥିଲେ ଓ ଶେଷରେ ରୋମାନିଆରୁ ହଙ୍ଗେରୀ ପହଞ୍ଚିଥିଲେ ।

ବିକାଶ ୟୁକ୍ରେନ ସୀମାରେ ତିନୋଟି ବସ୍ ରେ ବସିଥିବା ଛାତ୍ରଛାତ୍ରୀଙ୍କ ଭିଡିଓ କରି ମଧ୍ୟ ପଠାଇଥିଲେ । ବର୍ତ୍ତମାନ ବିକାଶ ୟୁକ୍ରେନରୁ ଫେରି ଆସି ଦିଲ୍ଲୀରେ ପହଞ୍ଚିଛନ୍ତି । ପ୍ରଥମେ ନିଜେ ନଆସି ବିକାଶ ଅନ୍ୟ ପିଲାଙ୍କୁ ସୀମା ପାର କରାଇବାରେ ଯେଉଁ ଉଦ୍ୟମ କରିଥିଲେ ଏହାକୁ ତାଙ୍କ ପରିବାର ଲୋକଙ୍କ ସମେତ ବିଭିନ୍ନ ମହଲରେ ଖୁବ ପ୍ରଶଂସା କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।