ମାଡି ଆସୁଛି ବଡ ବିପଦ, ଭଲ ନାହିଁ ବର୍ଷ 2022 ର ଭବିଷ୍ୟତ, ପ୍ରବଳ ବର୍ଷିବ ଆଉ ନିଆଁରେ ଛାରଖାର ହେବ, ଓଡିଆ ପାଞ୍ଜି କଲା ମହା ଭବିଷ୍ୟବାଣୀ !

ବନ୍ଧୁଗଣ, ସୂଚନା ଅନୁଯାୟୀ ୨୦୨୨ ବର୍ଷ ର ଭବିଷ୍ୟତ ଭଲ ନାହିଁ । ସାରା ବିଶ୍ଵ ରେ ଚଳିତ ବର୍ଷ ଅନେକ ଝଡଝଞ୍ଜା ରହିଅଛି । କେଉଁଠି ପ୍ରବଳ ବର୍ଷା ହେବ ତ ଆଉ କେଉଁଠି ନିଆଁ ଲାଗି ଛାରଖାର ହୋଇଯିବ ସଂପୂର୍ଣ୍ଣ ଅଞ୍ଚଳ । ଏହି ସମସ୍ତ କଥା ପଞ୍ଜିକାରେ ଉଲ୍ଲେଖ ହୋଇଛି । ବସ୍ତା ଠାରୁ ବାଲିଆପାଳ ଆଦି ସ୍ଥାନରେ ପ୍ରବଳ ଝଡବର୍ଷା ର ସମ୍ଭାବନା ରହିଅଛି । କେବଳ ଏତିକି ନୁହେଁ ଅନେକ ସ୍ଥାନରେ ଯୁଦ୍ଧ ଲାଗିବା ସହିତ ବହୁ କିଛି କ୍ଷତି ହେବ ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ “ସୂର୍ଯ୍ୟ ନାରାୟଣ ରଥ ଶର୍ମା” କହିଛନ୍ତି ।

ପାଞ୍ଜିକା ରେ ଯେଉଁ ଗଣନା ରହିଅଛି ଏହା ବିଶ୍ଵବାସୀ ଙ୍କ ପାଇଁ ଶୁଭଙ୍କର ନୁହେଁ ବୋଲି ଏହା ପାଞ୍ଜିକା ପରିଷ୍କାର ରଖିଛନ୍ତି । ସେ କହିଛନ୍ତି ଯେ ଯାହା ଶାସ୍ତ୍ର ସିଦ୍ଧାନ୍ତ କରିଛନ୍ତି ଏହା ଏକ ଗଣନା ଅଟେ । ଗଣନା କରି ବିଶ୍ଵ ର ଭାଗ୍ୟ ଭାରତର ଭାଗ୍ୟ ଉତ୍କଳ ର ଭାଗ୍ୟ ମଧ୍ୟ ଏଥିରେ ଲିପିବଦ୍ଧ ହୋଇଅଛି । କେବଳ ଏଥିକି ନୁହେଁ ବରଂ ବିଶ୍ଵ ର ଭାଗ୍ୟ କୁ ନେଇ ଅନେକ କଥା କହିଛନ୍ତି ରଥ ଶର୍ମା ।

ତେବେ ବିପଦ ରୁ ରକ୍ଷା ପାଇବାକୁ ହେଲେ କେବଳ ଭଗବାନ ଙ୍କ ପାଖରେ ଶରଣ ପଶିବାକୁ ହେବ ବୋଲି ସେ କହିଛନ୍ତି । ତେବେ ବସ୍ତା ଏବଂ ବାଲିଆପାଳ କୁ ନେଇ ସେ ଯେଉଁ ପ୍ରସ୍ତାବ ରଖିଛନ୍ତି ତାହା ହେଉଛି ଯେ,- ବାଲେଶ୍ଵର, ବସ୍ତା, ବାଲିଆପାଳ ବିଭିନ୍ନ ସ୍ଥାନରେ ମଧ୍ୟ ବୃଷ୍ଟିପାତ ହେବାର ଅଛି ବିଭିନ୍ନ ପ୍ରକାରର ଅଗନିପାତ ହେବାର ଅଛି । କେବଳ ରଥ ଶର୍ମା ନୁହେଁ, ପୂର୍ବ ରୁ ଅନେକ ଜ୍ୟୋତିର୍ବିଦ ମାନେ ମଧ୍ୟ ଏ ନେଇ ଗଣନା କରିଛନ୍ତି ।

୨୦୨୨ ରେ ମହାଯୁଦ୍ଧ ହେବ ବୋଲି ପୂର୍ବ ରୁ ଗଣନା କରି କୁହାଯାଇଥିଲା । ଏବଂ ତାହା ହିଁ ସତ ପ୍ରମାଣିତ ହେଲା । କାରଣ ପ୍ରାଏ ୪୫ ଦିନ ହେବ ୟୁକ୍ରେନ ତଥା ରୁଷିଆ ମଧ୍ୟରେ ଲାଗିଥିବା ଯୁଦ୍ଧ କୁ ସଂପୂର୍ଣ୍ଣ ବିଶ୍ଵ ଦେଖୁଛି । ତେବେ ଦୁର୍ବିପାକ କଥା ଶୁଣିଲେ ଲୋକ ଙ୍କ ମନରେ ଛନକା ପସୁଅଛି । ଏବଂ ଈଶ୍ଵରଙ୍କ ଶରଣାପନ୍ନ ହେଲେ, ଦୁର୍ବିପାକ ଅନେକ କମିଯାଏ ବୋଲି ଅନେକ ଜ୍ୟୋତିର୍ବିଦ ମତ ଦେଇଅଛନ୍ତି । ତେବେ ବନ୍ଧୁଗଣ ଏହି ମହତ୍ଵପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।