ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରୁ ପୁଣି ଆସିଲା ବହୁତ ବଡ ଦୁଃଖ ଖବର, ଆର ପାରିରେ ଓଡିଆ ଫିଲ୍ମ ଅଭିନେତା ଅଜିତ ଦାଶ, ଜାଣନ୍ତୁ କେମିତି ହେଲା ତାଙ୍କ ମୃତ୍ୟୁ

ଆଜି ପୁଣି ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ରୁ ଆସିଛି ଏକ ଦୁଃଖ ଖବର । ଆଜି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ବରିଷ୍ଟ ଅଭିନେତାଙ୍କର ହୋଇ ଯାଇଛି ପରଲୋକ । ସେ ଦୀର୍ଘ ଦିନ ଧରି କରୋନାରେ ଆକ୍ରାନ୍ତ ଥିଲେ । ତେଣୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟଲ ରେ ତାଙ୍କର ଚିକିତ୍ସା କରା ଯାଉଥିଲା । କିନ୍ତୁ ଆଜି ଅପରାହ୍ନରେ ଖବର ଆସିଲା କି ବରିଷ୍ଟ ଅଭିନେତା ଅଜିତ ଦାଶଙ୍କର ମୃତ୍ୟୁ ହୋଇ ଯାଇଛି । ଆପଣ ମାନେ ତ ଅନେକ ଗୁଡିଏ ଓଡିଆ ଫିଲ୍ମ ରେ ଅଜିତ ଦାଶଙ୍କୁ ଅଭିନୟ କରୁଥିବାର ଦେଖିଥିବେ ।

ଏହା ସହିତ ତାଙ୍କ ଅଭିନୟକୁ ଦର୍ଶକମାନେ ବହୁତ ମାତ୍ରାରେ ମଧ୍ୟ ପସନ୍ଦ କରନ୍ତି । ଏହା ସହିତ ଅନେକ ଗୁଡିଏ ଫିଲ୍ମ ରେ ସେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ତାଙ୍କର ଫିଲ୍ମ କ୍ଯାରିୟର ବିଷୟରେ କହିଲେ ସେ ୧୯୭୬ ମସିହାରେ ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଖଳନାୟକ ଭୂମିକାରେ ଡେବ୍ଯୁ କରିଥିଲେ ।

ତାଙ୍କର ସବୁଠୁ ଚର୍ଚ୍ଚିତ ଚଳଚିତ୍ର ହାକିମ ବାବୁ ସବୁ ଓଡିଆଙ୍କ ମନକୁ କିଣି ନେଇଥିଲା । ଏହି ଫିଲ୍ମ ରେ ସେ ବିଜୟ ମହାନ୍ତିଙ୍କ ସହିତ ଅଭିନୟ କରିଥିଲେ । ତାଙ୍କର ଏହି ଦମଦାର ଅଭିନୟ ଏବେ ବି ଓଡିଆ ସିନେ ଦର୍ଶକଙ୍କ ମନରେ ସ୍ମୃତି ହୋଇ ରହିଛି । କିନ୍ତୁ ବର୍ତ୍ତମାନ ହାକିମ ବାବୁ ଆଉ ଆମ ଗହଣରେ ନାହାଁନ୍ତି ।

ସେ ସବୁଦିନ ପାଇଁ ଆରପାରିକୁ ଚାଲି ଯାଇଛନ୍ତି । ସେ କରୋନା ରେ ପୀଡିତ ଥିଲେ ମଧ୍ୟ ବର୍ତ୍ତମାନ ସୁଧା ତାଙ୍କର ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ଯାଇଛି । କିଛି ଦିନ ପୂର୍ବରୁ ବିଜୟ ମହାନ୍ତିଙ୍କର ଦେହାନ୍ତ ହୋଇଥିଲା ଯାହାର କ୍ଷତି ଏ ପର୍ଯ୍ଯନ୍ତ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ପୁଆ କରି ପାରି ନାହିଁ ।

କିନ୍ତୁ ଏହା ମଧ୍ୟରେ ପୁଣି ଆଉ ଜଣେ ବରିଷ୍ଟ ଅଭିନେତା ଅଜିତ ଦାଶ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା । ସେ ଅନେକ ମଞ୍ଚ ଅଭିନୟ କରିଛନ୍ତି ଓ ଏହା ସହିତ ମଞ୍ଚ ନାଟକରେ ମଧ୍ୟ ସେ ନିର୍ଦ୍ଦେଶନା ଦେଇଛନ୍ତି ।

ଏହା ସହିତ ସେ ଜଣେ ଲେଖକ ମଧ୍ୟ ଥିଲେ । ଅଭିନେତା ଅଜିତ ଦାଶ ଙ୍କ ବିୟୋଗରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ଆମେ ତ ଏତିକି ପ୍ରାର୍ଥନା କରିବୁ କି ଭଗବାନ ତାଙ୍କର ଅମର ଆତ୍ମା କୁ ଶାନ୍ତି ପ୍ରଦାନ କରନ୍ତୁ ।