ବୁଡିଯିବ ଓଡିଶା ମାଡି ଆସୁଛି ପାଣି । ଏଥର ଓଡିଶାରେ ବର୍ଷା ନାହିଁ ହେଲେ ଓଡିଶା ଏବେ ବୁଡିବାକୁ ଯାଉଛି । ପୁରା ବୁଡି ଯାଇପାରେ ଅଧା ଓଡିଶା ଆଉ ଏହାକୁ କେହି ବି ରୋକୀ ପାରିବେ ନାହିଁ । ହଁ ଦର୍ଶକ ବନ୍ଧୁ ହୀରାକୁଦ କୁ ମାଡି ଆସୁଥିବା କ୍ୟୁସେକ ଜଳ ଏବେ ଓଡିଶା ପାଇଁ ବିପଦ ହେବାକୁ ଯାଉଛି । ଯାହାକୁ ଅଟକାଇବା ସମସ୍ତଙ୍କ ପକ୍ଷେ ଅସମ୍ଭବ ଅଟେ । ଚାଷୀ ମାନଙ୍କର ଜମି ଠାରୁ ଆରମ୍ଭ କରି ଘର ମଧ୍ୟ ଏଥିପାଇଁ ପ୍ରଭାବିତ ହୋଇପାରେ ।
ବନ୍ୟା ରେ ଅଧା ବୁଡି ଯାଇପାରେ ଓଡିଶା । କଥାରେ ଅଛି ଜଳ ବିହୁନେ ସୃଷ୍ଟି ନାସ ଜଳ ବହୁଲେ ସୃଷ୍ଟି ନାସ । ଠିକ ସେମିତି ବର୍ତ୍ତମାନ ଓଡିଶାର ସ୍ଥିତି ରହିଛି । ଓଡିଶା ପାଇଁ ବିପଦ ପାଲଟିଛି ଛତିଶଗଡର କଲମା ବ୍ୟାରେଜ । ଦେଖିବାକୁ ଗଲେ ଓଡିଶାରେ ମୌସୁମୀ ବର୍ଷା ଏତେ ମାତ୍ରାରେ ହୋଇ ନାହିଁ କିନ୍ତୁ ଏବେ ଓଡିଶା ବୁଡିବାକୁ ଯାଉଛି ।
ବିନା ବର୍ଷାରେ ଓଡିଶାରେ ଏବେ ବନ୍ୟା ହେବାକୁ ଯାଉଛି । କାରଣ ଛତିଶଗଡ ରେ ବର୍ଷା ପାଇଁ ହୀରାକୁଦ ରେ ମଧ୍ୟ ଗେଟ ଖୋଲିପାରେ । ଛତିଶଗଡ ଉପର ମୁଣ୍ଡ ରେ ପ୍ରବଳ ବର୍ଷା ପାଇଁ କଲମା ବ୍ୟାରେଜ କୁ ଖୋଲି ଦିଆ ଯାଇଛି । ମୋଟ 666 ଟି ଗେଟ ରୁ 64 ଟି ଗେଟ କୁ ଖୋଲି ଦେଇଛି ଛତିଶଗଡ ସରକାର । ଯାହା ଫଳରେ ମହାନଦୀର ତଳ ମୁଣ୍ଡ କୁ ମାଡି ଆସୁଛି ।
ଯେଉଁଥି ପାଇଁ ହୀରାକୁଦ ଜଳ ଭଣ୍ଡାର ର ଜଳ ସ୍ତର ଦିନକୁ ଦିନ ବଢିବାରେ ଲାଗିଛି । ଆଉ ଏହା ଓଡିଶା ପାଇଁ ନେଇ ଆସୁଛି ଘୋର ବିପଦ । ଯଦି ଦେଖିବା ଗତ କାଲି ଅର୍ଥାତ ଶନିବାର ଦିନ ସକାଳୁ ହୀରାକୁଦ ର ଜଳ ସ୍ତର 604.89 ଫୁଟ ଥିଲା । ପ୍ରତି ସେକେଣ୍ଡ ରେ ହୀରାକୁଦ ରୁ 94 ହଜାର 800 କ୍ୟୁ ସେକ ଜଳ ପ୍ରବେଶ କରୁଥିବା ବେଳେ 30 ହଜାର 622 କ୍ୟୁସେକ ଜଳ ନିଷ୍କାସିତ ହେଉଛି ।
ସବୁଠାରୁ ବଡ କଥା ହେଉଛି ପୂର୍ବ ଭଳି ଏଥର ମଧ୍ୟ ବିନା ବର୍ଷା ରେ ହଜାର ହଜାର ଲୋକେ ବନ୍ୟା ର ଶିକାର ହେବେ । କାରଣ ପୂର୍ବ ବର୍ଷ ମଧ୍ୟ କଲମା ବ୍ୟାରେଜ ତାର ଗେଟ ଖୋଲିବା କାରଣରୁ ବନ୍ୟା ଆସିଥିଲା । ଠିକ ସେହିପରି ଏଥର ମଧ୍ୟ ନିଜର ମନ ମାନି କରିଛି ଛତିଶଗଡ । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।