ଆପଣ ଜାଣିଛନ୍ତି କି ଯୋଡା ଶ୍ରାବଣ କଣ, କାହିଁକି 19 ବର୍ଷ ପରେ ଯୋଡା ଶ୍ରାବଣ ପଡିଛି, ଯୋଡା ଶ୍ରାବଣ ପଡିବା ଶୁଭ ନା ଅଶୁଭ ?

ବନ୍ଧୁଗଣ ଶ୍ରାବଣ ମାସ ହେଉଛି ଧର୍ମର ମାସ । ଏହି ମାସ ପ୍ରଭୁ ଶଙ୍କର ଙ୍କର ଅତି ପ୍ରିୟ ମାସ ଅଟେ । ଶ୍ରାବଣ ମାସରେ ଭଗବାନ ଶିବ ଙ୍କୁ ବିଶେଷ ରୂପରେ ପୂଜା କରିବାର ରୁକ ବେଦରେ କୁହା ଯାଇଛି । ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ମାସରେ ଭଗବାନ ଶିବ ଓ ମାତା ପାର୍ବତୀଙ୍କର ବିଧି ବିଧାନ ଅନୁସାରେ ପୂଜା କରିଲେ ମନସ୍କାମନା ପୂରଣ ହୋଇଥାଏ । କୁହାଯାଏ କି ମାତା ପାର୍ବତୀଙ୍କୁ ଭଗବାନ ଶିବ ଙ୍କୁ ପାଇବା ପାଇଁ ଏହି ମାସରେ କଠୋର ତପସ୍ୟା କରିଥିଲେ ।

ଏହା ମଧ୍ୟ ବିଶ୍ଵାସ ଅହିଛି କି ମାତା ପାର୍ବତୀ ଓ ମହାଦେବ ତ୍ରିଲୋକରେ ଭ୍ରମଣ କରିଥାନ୍ତି । ତେଣୁ ଏହି ପବିତ୍ର ମାସରେ ଭଗବାନଙ୍କ ଶିବ ଙ୍କ କୃପା ପାଇବାକୁ କାଉଡି ଯାତ୍ରାର ପରମ୍ପରା ପ୍ରାଚୀନ କାଳରୁ ରହି ଆସିଛି । ତେବେ ଚଳିତ ବର୍ଷ ଜୁଲାଇ 4ରୁ ଆରମ୍ଭ ହେବାକୁ ଯାଉଛି ଶ୍ରାବଣ ମାସ । ଯାହାକୁ ନେଇ ଆଜି ଠାରୁ କାଉଡିଆ ମାନେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଲେଣି । କିନ୍ତୁ ସବୁ ବର୍ଷ ଭଳି ଏଥର ଶ୍ରାବଣ ମାସ ଟିକେ ସ୍ଵତନ୍ତ୍ର ରହିଛି ।

ଦୀର୍ଘ 19 ବର୍ଷ ପରେ ଯୋଡା ଶ୍ରାବଣ ପଡୁଅଛି ଏହି ବର୍ଷ । ତେବେ ଆପଣ ଜାଣିଛନ୍ତି କି ଏହି ଯୋଡା ଶ୍ରାବଣ କଣ ଓ କାହିଁକି ଏହା ପଡିଥାଏ ? ଯୋଡା ଶ୍ରବଣ ପଡିଲେ ଏହା ଶୁଭ ନା ଅଶୁଭ ଆସନ୍ତୁ ଜାଣିବା । କାଉଡିଆ ମାନେ ଶିବଲିଙ୍ଗରେ ଜଳ ଲାଗି କରିବା ପାଇଁ ଜୁଲାଇ 4 ତାରିଖ ପରେ ଆସିବେ । ଅର୍ଥାତ ଚଳିତ ବର୍ଷ ଶ୍ରାବଣ ମାସ ମଙ୍ଗଳବାର ଠାରୁ ଆରମ୍ଭ ହେଉଛି ।

ତେଣୁ ଆସନ୍ତା ସୋମବାର ଠାରୁ ଶ୍ରାବଣ ସୋମବାର ବ୍ରତ ପାଳିତ ହେବ । ଏହି ଶ୍ରାବଣ ମାସ ଟି ଅତ୍ୟନ୍ତ ଶୁଭ ରହିବ । ଚଳିତ ବର୍ଷ ଜୁଲାଇ 4ରୁ ଶ୍ରାବଣ ମାସ ଆରମ୍ଭ ହୋଇ ଅଗଷ୍ଟ 31ରେ ଶେଷ ହେବ । ଏହି ଯୋଡା ମାସର ପ୍ରଥମ କୃଷ୍ଣ ପକ୍ଷ ଶେଷ ଶୁକ୍ଲ ପକ୍ଷ ହେଉଛି ଶୁଦ୍ଧ ଶ୍ରାବଣ ମାସ । ମଝିରେ ପ୍ରଥମ ଶୁକ୍ଲ ପକ୍ଷ ଓ ଦ୍ଵିତୀୟ କୃଷ୍ଣ ପକ୍ଷ ହେଉଛି ମଉଳା ଶ୍ରାବଣ ମାସ ।

ଓଡିଶାରେ ପ୍ରଚଳିତ ପୂର୍ଣ୍ଣିମା ଅନ୍ତ ମାସ ଗଣନାରେ ମଉଳା ମାସ ଟି ଶୁକ୍ଲ ପକ୍ଷ ର ଦୁଇ ମାସ ମଝିରେ ରୁହେ । ଶିବ ପୁରାଣ ଅନୁଯାୟୀ ଶ୍ରାବଣ ମାସ କୁ ବିଶେଷ ଶୁଭ ବୋଲି ମାନାଯାଏ । କାରଣ ଏହି ମାସରେ ଭକ୍ତ ମାନେ କାଉଡି ଧରି ମହାଦେବଙ୍କ ଶିବଲିଙ୍ଗରେ ପାଣି ଅର୍ପଣ କରିବାକୁ ଯାଇଥାନ୍ତି । ଏଥର ଶ୍ରାବଣ ମାସ 59 ଦିନ ରହିବ । ଏଥର 8ଟି ସୋମବାର ପଡୁଛି ।

ତେବେ ଶ୍ରାବଣର ଆଗମନକୁ ଦେଖି ସବୁ କିଛି ଚଳ ଚଞ୍ଚଳ ହୋଇ ଉଠିଛି । କାଉଡିଆ ମାନେ ତତପର ହୋଇ ଉଠିଛନ୍ତି । ଏବେ ସବୁଆଡେ ବୋଲବମର ସାମଗ୍ରୀ ବିକ୍ରି ହେବାର ଦେଖିବାକୁ ମିଳିଛି । ନିଜର ମାନସିକ ପୂରଣ ପାଇଁ ଶ୍ରାବଣ ମାସରେ ଜଳାଭିଷେକ କରିଥାନ୍ତି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।