ଦେହସୁଖ ସରିଗଲା ପରେ ଝିଅକୁ ଅନାଦର କରିବା ଉଚିତ ନୁହେଁ । ପ୍ରେମ ପାଇଁ ବହୁ ସଂଘର୍ଷ କରି ବାହା ହୋଇଥିବା ପ୍ରେମୀଯୁଗଳ ରାଜେନ୍ଦ୍ର ଓ ଦୀପାଞ୍ଜଳିଙ୍କ ଲଭଷ୍ଟୋରିକୁ ନେଇ ସବୁଆଡେ ଚର୍ଚା ! ତେବେ ଏହାରି ମଧ୍ୟରେ କିନ୍ତୁ ଅନେକ ଲୋକ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ମିଡିଆ ସାମ୍ନାରେ ରଖୁଛନ୍ତି । ତେବେ ୟୁଟବର Mr ଗଜପତି ମଧ୍ୟ ଏଭଳି ପ୍ରେମ ବିବାହକୁ ନେଇ ଏକ ସାକ୍ଷାତକାରରେ ପ୍ରତିକ୍ରିୟା ରଖିଛନ୍ତି । ତେବେ Mr ଗଜପତି କହିଛନ୍ତି ।
ଯେ ପ୍ରେମ କରିବା କି ପ୍ରେମ ବିବାହ କରିବା କିଛି ଭୁଲ କଥା ନୁହେଁ । ହେଲେ ଭଲ ପାଇଲା ପରେ ସବୁକିଛି ଦ୍ରୁଷ୍ଟିରେ ରଖି ଭଲ, ମନ୍ଦ ନିଷ୍ପତ୍ତି ମଧ୍ୟ ନେବା ଦରକାର । କାରଣ ଯେଉଁ ଝିଅକୁ ପରିବାର ଲୋକେ ୨୦ ବର୍ଷ ପାଳି ଛୋଟରୁ ବଡ କରିଛନ୍ତି । ସେହି ଝିଅ ବର୍ଷକର ଭଲ ପାଇବା ପାଇଁ ଯଦି ବାପା, ମାଆ କୁ ଛାଡି ପାରୁଛି । କିଛି ଦିନ ଗଲା ପରେ ତ ଅନ୍ୟ କାହା ଭଲ ପାଇବା ପାଇଁ ନିଜ ସ୍ଵାମୀକୁ ମଧ୍ୟ ଛାଡିପାରେ । ହେଲେ ଯଦିଓ ସବୁ ପୁଅ ଓ ଝିଅ ଖରାପ ମୁହାଁଟି ।
ହେଲେ ବର୍ତ୍ତମାନର ସମାଜରେ ଏଭଳି ଘଟିବା କିଛି ନୂଆ କଥା ନୁହେଁ । ହେଲେ ସେ ଯେତେ ଯାହା ହେଲେ ବି ଉଭୟ ଏତେ ସଂଘର୍ଷ ପରେ ବାହାଘର ବନ୍ଧନରେ ବାହା ହୋଇସାରିଛନ୍ତି । ତେଣୁ ମୋର ଏତିକି ରାଜେନ୍ଦ୍ରଙ୍କ ପାଇଁ ମତ ରହିବ । ଯେ ଯେଉଁ ଝିଅ ତା’ ଘର ପରିବାରକୁ ପର କରି ନିଜ ପ୍ରେମ ପାଇଁ ତମ ହାତକୁ ଧରିଛି । ସେହି ଝିଅ ଆଖିରେ କେବେବି ଲୁହ ଦେବନାହିଁ । ସବୁବେଳେ ସେ ଝିଅକୁ ତୁମେ ଭଲରେ ରଖିବ ।
ବାପା। ମା ରାଗରେ ହୁଏତ ଝିଅର ଶୁଦ୍ଧିକ୍ରିୟା କରିଦେଇଛନ୍ତି । ହେଲେ ପରେ ଯେତେବେଳେ ନାତି କି ନାତୁଣୀ ଆଗକୁ ହେବ । ସେତେବେଳେ ହୁଏତ ଧୀରେ ଧୀରେ ଝିଅ ପ୍ରତି ଥିବା ରାଗ ଧୀରେ ଧୀରେ କମିବାକୁ ଲାଗିବ । ଦୀପାଞ୍ଜଳି ମଧ୍ୟ ନିଜ ଶାଶୁଘର ପରିବାର ସହିତ ମନ ମିଶାଇ ଚଳି ସାଂସାରିକ ଜୀବନ ଭଲରେ ଗଢିବା ଉଚିତ । ତେବେ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ