ନଭେମ୍ବର ପହିଲାରୁ ଗ୍ଯାସ ଦରଠୁ ନେଇ GST ପର୍ଯ୍ୟନ୍ତ ବଢିବ ସବୁର ଦରଦାମ୍ ! ଏହିସବୁ ପରିବର୍ତ୍ତିତ ନିୟମ ନଜାଣିଲେ ଅସୁବିଧାରେ ପଡିବେ, ଶୀଘ୍ର ଦେଖନ୍ତୁ…

ପ୍ରତି ମାସ ଭଳି ନଭେମ୍ବର ମାସ ଆରମ୍ଭରୁ ମଧ୍ୟ କିଛି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଯାହାର ପ୍ରଭାବ ସିଧାସଳଖ ଲୋକଙ୍କ ପକେଟ ଉପରେ ପଡିପାରେ । ଗ୍ଯାସ ସିଲିଣ୍ଡର ଦାମ୍ ଠାରୁ ନେଇ ଇନ୍ସୁରାନ୍ସ ନିୟମ ପର୍ଯ୍ୟନ୍ତ ନଭେମ୍ବରରେ ଅନେକ କିଛି ପରିବର୍ତ୍ତନ ହେବାକୁ ଯାଉଛି । ପ୍ରତି ମାସ ଆରମ୍ଭରେ ପେଟ୍ରୋଲିୟମ କମ୍ପାନୀମାନେ ପରିବର୍ତ୍ତିତ ଦର ଘୋଷଣା କରିଥାନ୍ତି । ସେହିଭଳି ନଭେମ୍ବରରେ ମଧ୍ୟ ଗ୍ଯାସ ଦରରେ ପରିବର୍ତ୍ତନ ହେବାକୁ ଯାଉଛି । ଯାହାର ପ୍ରଭାବ ପ୍ରତ୍ଯକ୍ଷ ଭାବେ ଲୋକଙ୍କ ବଜେଟ ଉପରେ ପଡିବ ।

ମିଳିଥିବା ସୂଚନା ମୁତାବକ ଅକ୍ଟୋବର ମାସ ଅପେକ୍ଷା ନଭେମ୍ବରରେ ଅଧିକ ମହଙ୍ଗା ହୋଇପାରେ ଗ୍ଯାସ ଦର । ତେବେ ପହିଲାରୁ ଘରୋଇ ଗ୍ଯାସ କିଣିବାର ଅନ୍ୟ ଏକ ନିୟମ ମଧ୍ୟ ଲାଗୁ ହୋଇଛି । ନୂଆ ନିୟମ ଅନୁଯାୟୀ ଏଣିକି ଗ୍ଯାସ ଡେଲିଭେରି ପାଇଁ ଓଟିପି ବାଧ୍ୟତାମୂଳକ ଅଟେ । ବିନା ଓଟିପି ରେ ଗ୍ରାହକଙ୍କୁ ଗ୍ଯାସ ଦିଆଯିବ ନାହିଁ ।

ତେବେ ପୂର୍ବରୁ ଏହି ନିୟମ ଥିବାବେଳେ ନଭେମ୍ବରରୁ ଏହାକୁ ଆହୁରି କଡାକଡି ଭାବେ ପାଳନ କରାଯିବ । ତେଣୁ ଆପଣ ଗ୍ଯାସ କରିବା ସମୟରେ ନିଜର ରେଜିଷ୍ଟରଡ୍ ମୋବାଇଲ ନମ୍ବର ଦେବାକୁ ଆଦୌ ଭୁଲନ୍ତୁ ନାହିଁ । ନଭେମ୍ବର ପହିଲାରୁ ଇନସୁରାନ୍ସ ନିୟମରେ ମଧ୍ୟ କିଛି ପରିବର୍ତ୍ତନ ହେବାକୁ ଯାଉଛି ।

ପୂର୍ବରୁ ନନ୍-ଲାଇଫ ଇନସୁରାନ୍ସ ପଲିଶି କରିବା ବେଳେ କୌଣସି KYC ଡିଟେଲ୍ସ ଦେବାକୁ ପଡୁ ନଥିଲା । ହେଲେ ନଭେମ୍ବର ମାସ ଠାରୁ ନନ୍-ଲାଇଫ ଇନସୁରାନ୍ସ ପାଇଁ ପୁରୁଣା ବୀମାଧାରୀଙ୍କ ସହ ନୂଆ ବୀମାଧାରୀ ମଧ୍ୟ KYC ଦାଖଲ କରିବେ । ନହେଲେ ଇନସୁରାନ୍ସ କ୍ଳେମ୍ କରିବା ସମୟରେ ତାହା ରବ୍ଦ କରିଦିଆ ଯାଇପାରେ ।

ସେହିପରି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ନଭେମ୍ବର ୧ ତାରିଖରୁ ଦେଶର ହଜାରେରୁ ଅଧିକ ଟ୍ରେନର ଚଳାଚଳ ସମୟରେ ପରିବର୍ତ୍ତନ ହେବାକୁ ଯାଉଛି । ତେଣୁ ଆପଣ ଯଦି ଟ୍ରେନ ଯାତ୍ରା କରିବାକୁ ଯୋଜନା କରୁଛନ୍ତି ତେବେ ନୂଆ ଲିଷ୍ଟ ଜାରି ହେବା ପରେ ସେଥିରେ ଥରେ ନଜର ପକାଇ ଦିଅନ୍ତୁ ।

ଯେପରିକି ଟ୍ରେନ ଯାତ୍ରା ବେଳେ ଅସୁବିଧାର ସମୁଖୀନ ନ ହୁଅନ୍ତି । ଅକ୍ଟୋବର ୧ରୁ ଏହି ନିୟମ ଲାଗୁ ହେବାକୁ ଥିବାବେଳେ ଏହାକୁ ନଭେମ୍ବର ୧ କୁ ଘୁଞ୍ଚାଇ ଦିଆ ଯାଇଥିଲା । ନଭେମ୍ବରରୁ GST ରିଟର୍ଣ୍ଣ ନିୟମରେ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ଏଣିକି ୫ କୋଟି ଟଙ୍କାରୁ କମ୍ ଟଙ୍କାର ଟର୍ଣ୍ଣଓଭରରେ କରଦାତାଙ୍କୁ ଚାରି ଅଙ୍କ ବିଶିଷ୍ଟ HSM କୋଡ୍ ଦେବାକୁ ହେବ ।

ପୂର୍ବରୁ କରଦାତାଙ୍କୁ କେବଳ ଦୁଇ ଅଙ୍କ ବିଶିଷ୍ଟ କୋଡ୍ ଦେବାକୁ ପଡୁଥିବା ବେଳେ ଏବେ ଏହି ନିୟମକୁ ଏବେ ବାଧ୍ୟତାମୂଳକ କରାଯାଇଛି । ଏହି ପରିବର୍ତ୍ତନ ନିୟମ ସବୁ ଜାଣିବା ରଖିବା ସହ ସତର୍କ ରହିଲେ ଆପଣ କୌଣସି ଅସୁବିଧାର ସମୁଖୀନ ହେବେନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।