ଔଷଧ ଖାଇବା ଦରକାର ନାହିଁ, ଡାଏଟରେ କେବଳ କରି ଦିଅନ୍ତୁ ଏହି 7 ସୁପର୍ ଫୁଡ୍, ବିନା ଔଷଧରେ କଣ୍ଟ୍ରୋଲ ହେବ ବ୍ଲଡ଼ ସୁଗାର, Dr Saleem Zaidi

ଡାଇବେଟିସ ବା ଆମ ବ୍ଲଡ଼ ସୁଗାରକୁ ନିୟନ୍ତ୍ରଣରେ ରଖିବା ପାଇଁ ଆମ ଖାଦ୍ୟ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ଠିକ ଖାଦ୍ଯ ଯଦି ଖାଉ ନଥାନ୍ତି ତେବେ ଯେତେ ଚିକିତ୍ସା କରାନ୍ତୁ ଓ ମେଡ଼ିସିନ ଖାଆନ୍ତୁ ପଛେ ଆପଣଙ୍କ ବ୍ଲଡ଼ ସୁଗାର ନିୟନ୍ତ୍ରଣରେ ରହିବ ନାହିଁ । ତେଣୁ ଆପଣଙ୍କ ବ୍ଲଡ଼ ସୁଗାର ସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ଆସନ୍ତୁ ଜାଣିବା ଡକ୍ଟର ସଲିମ ଜେଦୀଙ୍କ ଠାରୁ କିଛି ଖାସ୍ ଖାଦ୍ଯ ଗୁଡିକ ବିଷୟରେ । ବ୍ଲଡ଼ ସୁଗାରକୁ କଣ୍ଟ୍ରୋଲ କରିବା ପାଇଁ ଏହିସବୁ ଖାଦ୍ଯରେ ନିହାତି ଭାବେ ସାମିଲ କରନ୍ତୁ ।

ପ୍ରଥମ ଜିନିଷ ହେଉଛି କଲରା । ଏଥିରେ ଏପରି କିଛି ପୋଷକତତ୍ତ୍ଵ ରହିଛି ଯାହା ଆମର ବଢି ଯାଇଥିବା ବ୍ଲଡ଼ ସୁଗାରକୁ କଣ୍ଟ୍ରୋଲରେ ରଖେ । ଏହାଛଡା ଏକ ଏକ ଅଧ୍ୟୟନରୁ ଜଣାପଡିଛି କି, କଲରା ଆମ ପାନକ୍ରିୟାକୁ ସୁରକ୍ଷା ଯୋଗାଇବା କାମ କରିଥାଏ କଲରା । ପାନକ୍ରିୟାରେ ଇନସୁଲିନ ତିଆରି ହୋଇଥାଏ । ଫଳରେ କଲରା ଖାଇବା ଦ୍ଵାରା ଏହା ଆମ ଶରୀରରେ ଇନସୁଲିନ ବଢାଇବାରେ ସାହାଯ୍ୟ କରିଥାଏ । ଯାହାଦ୍ୱାରା ଆପଣଙ୍କ ବ୍ଲଡ଼ ସୁଗାର କଣ୍ଟ୍ରୋଲରେ ରହିଥାଏ । ଏଥିପାଇଁ କଲରା ଜୁସ୍ କିମ୍ବା ଚୂର୍ଣ୍ଣ ବନାଇ ସକାଳେ ସନ୍ଧ୍ୟାରେ ଖାଆନ୍ତୁ ।

ଦ୍ଵିତୀୟରେ ଜାମୁକୋଳି । ଏହା ଏକ ଋତୁକାଳୀନ ଫଳ ହୋଇଥିଲେ ମଧ୍ୟ ଯେଉଁ ଋତୁରେ ଏହା ପ୍ରଚୁର ଭାବେ ମିଳିଥାଏ ଆପଣ ଏହାକୁ ନିଶ୍ଚିତ ଭାବେ ଖାଇବା ଉଚିତ । ପ୍ରତିଦିନ ୧୦-୧୫ଟି ଜାମୁକୋଳି ଖାଇବା ଦ୍ଵାରା ଏହା ଆପଣଙ୍କ ବ୍ଲଡ଼ ସୁଗାରକୁ କଣ୍ଟ୍ରୋଲରେ ରଖିବାରେ ସାହାଯ୍ୟ କରିଥାଏ ।

ତୃତୀୟରେ ଆପଣଙ୍କ ବ୍ଲଡ଼ ସୁଗାରକୁ କଣ୍ଟ୍ରୋଲ କରିବା ପାଇଁ କଖାରୁ ମଧ୍ୟ ଚମତ୍କାରୀ ଔଷଧ ଭଳି କମ କରିଥାଏ । ଏଥିରେ ଥିବା ଫାଇବର ଓ ଅନ୍ୟ ତତ୍ତ୍ଵ ଗୁଡିକ ଶରୀର ପାଇଁ ବେଶ ଲାଭକାରୀ ହୋଇଥାନ୍ତି । ଚତୁର୍ଥରେ ଭେଣ୍ଡି ମଧ୍ୟ ବଢିଥିବା ବ୍ଲଡ଼ ସୁଗାରକୁ କଣ୍ଟ୍ରୋଲ କରିବା ପାଇଁ ଲାଭଦାୟକ ପରିବା । ସପ୍ତାହରେ ମାତ୍ର ୨ ଥର ଭେଣ୍ଡି ଖାଇବା ଦ୍ଵାରା ମଧ୍ୟ ଏଥିରୁ ବହୁତ ଫାଇଦା ମିଳିଥାଏ ।

ପଞ୍ଚମରେ ସେଓରେ ଅନେକ ଭିଟାମିନ୍ସ, ମିନେରାଲ୍ସ ଓ ଆଣ୍ଟି-ଅକ୍ସିଡାଣ୍ଟ ରହିଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଜରୁରୀ ଅଟେ । ସେଥିପାଇଁ ଦୈନିକ ଗୋଟିଏ ସେଓ ଖାଇବା ଦ୍ଵାରା ମଧ୍ୟ ଏହା ଆପଣଙ୍କ ବ୍ଲଡ଼ ସୁଗାରକୁ କଣ୍ଟ୍ରୋଲ କରିଥାଏ । କିନ୍ତୁ ସେଓକୁ ଜୁସ୍ ବନେଇ ପିଇବା ଦ୍ଵାରା ଏହା ଆପଣଙ୍କ ପାଇଁ କ୍ଷତିକାରଣ ହୋଇପାରେ ।

ଷଷ୍ଠରେ ଚିଆ ସିଡ୍ସ ଓମେଗା-୩, ଫାଇବର ଓ ଫ୍ୟାଟି ଏସିଡର ସବୁଠୁ ଭଲ ଉତ୍ସ ଅଟେ । ଏହା ଆପଣଙ୍କ ପେଟରେ ଥିବା ସୁଗାରର ମାତ୍ରାକୁ କମ୍ କରି ଦେଇଥାଏ । ଏହାଦ୍ବାରା ଆପଣଙ୍କ ଓଜନ କମିବା ସହ ବ୍ଲଡ଼ ସୁଗାର ନିୟନ୍ତ୍ରଣରେ ରୁହେ । ସପ୍ତମରେ ଓଟ୍ସ ଏପରି ଏକ ସୁପର ଫୁଡ୍ ଯାହାର ଅନେକ ସ୍ଵାସ୍ଥ୍ୟଗତ ଫାଇଦା ରହିଛି । ଏହା ମଧ୍ୟ ଆପଣଙ୍କ ବ୍ଲଡ଼ ସୁଗାରକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।