ନନଷ୍ଟିକ ପ୍ୟାନରେ ରୋଷେଇ କରୁଛନ୍ତି କି ? ଏବେଠୁ ହୋଇଯାନ୍ତୁ ସାବଧାନ, ନନଷ୍ଟିକ ନେଇପାରେ ଆପଣଙ୍କ ଜୀବନ, ବଡ ଖୁଲାସା କଲେ ବିଶେଷଜ୍ଞ !

ନନଷ୍ଟିକ ରୋଷେଇ ସାମଗ୍ରୀ ଏବେ ପ୍ରତିଟି ଲୋକଙ୍କ ପ୍ରଥମ ପସନ୍ଦ । ଏବେ ରୋଷେଇ ସାମଗ୍ରୀ ଆଣିବାକୁ ବଜାରକୁ ଗଲେ ଲୋକେ ନନଷ୍ଟିକ ସାମଗ୍ରୀ ଆଣୁଛନ୍ତି ଓ ଘରେ ଘରେ ନନଷ୍ଟିକ ରୋଷେଇ ସାମଗ୍ରୀର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି । ନନଷ୍ଟିକ ହାଣ୍ଡି କଡେଇ ବ୍ୟବହାର କରିବାର ସବୁଠୁ ବଡ ଫାଇଦା ହେଉଛି ଏହି ପାତ୍ରରେ ରୋଷେଇ କଲେ ଖୁବ କମ୍ ତେଲ ଖର୍ଚ୍ଚ ହୁଏ ଓ ଖାଦ୍ଯ ମଧ୍ୟ ଏଥିରେ ଲାଖିକି ରୁହେନାହିଁ । ଫଳରେ ନନଷ୍ଟିକ ପାତ୍ର ସଫା କରିବା ଖୁବ ସହଜ ହୋଇଥାଏ ।

ହେଲେ ଏବେ ଜଣାପଡିଛି କି ନନଷ୍ଟିକ ପ୍ୟାନରେ ଖାଇବା ସହ ଲାଗିକି ରୁହେ ନାହିଁ ହେଲେ ଏଥିରୁ ବାହାରୁଥିବା କେମିକାଲ ଭୟଙ୍କର ରୋଗ କରାଇପାରେ । ଯେଉଁଥି ପାଇଁ ଆପଣଙ୍କ ଜୀବନ ମଧ୍ୟ ଯାଇପାରେ । ଏଭଳି ଏକ ଭୟଙ୍କର ଅନୁସନ୍ଧାନ କରିଛି ଆମେରିକାର ସାଉଥ କାଲିଫର୍ଣ୍ଣିଆ ବିଶ୍ଵ ବିଦ୍ୟାଳୟର ଏକ ଟିମ୍ । ଏହି ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି କି ନନଷ୍ଟିକ ପ୍ୟାନର ବ୍ୟବହାର ଦ୍ଵାରା ଲୋକେ କର୍କଟ ଭଳି ଭୟଙ୍କର ରୋଗର ଶିକାର ହୋଇଥାନ୍ତି ।

ଏହି ଅନୁସନ୍ଧାନ ମୁତାବିକ ନନଷ୍ଟିକ ପ୍ୟାନ ତିଆରି ପାଇଁ ଯେଉଁ କେମିକାଲ ବ୍ୟବହାର ହୋଇଥାଏ ତାହା ଆମ ଶରୀରରେ କ୍ୟାନ୍ସରର ମାତ୍ରାକୁ ଚାରିଗୁଣା ଅଧିକ ବଢାଇ ଦେଇଥାଏ । ଏହି ରିସର୍ଚ୍ଚରେ ପ୍ରାୟ ଦୁଇ ଲକ୍ଷରୁ ଅଧିକ ଲୋକଙ୍କୁ ସାମିଲ କରା ଯାଇଥିଲା । ସେମାନଙ୍କ ମଧ୍ୟରୁ 50 ଜଣ ଏମିତି ଥିଲେ ଯାହାଙ୍କୁ ଲିଭର କ୍ୟାନ୍ସର ହୋଇଥିଲା । ନନଷ୍ଟିକ ପ୍ୟାନ ଗରମ କଲେ ସେଥିରୁ ସିନ୍ଥେଟିକ କେମିକାଲ ବାହାରିଥାଏ ଓ ତାହା ଖାଦ୍ଯରେ ଯାଇ ମିଶେ ।

ଯାହା ଆମ ଶରୀରକୁ ଯିବା ଫଳରେ ଲୋକମାନେ କ୍ୟାନ୍ସର ପୀଡିତ ହୋଇଥାନ୍ତି । ଏହି କେମିକାଲ କେବଳ ନନଷ୍ଟିକ ପ୍ୟାନ ନୁହେଁ ବରଂ ଆମେ ବ୍ୟବହାର କରୁଥିବା ପ୍ଲାଷ୍ଟିକ ଡବା, ପୋଷାକ ଓ ଗାଧୁଆ ଘରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ପାଇପରୁ ମଧ୍ୟ ନିର୍ଗତ ହୋଇଥାଏ । ଏହା ଆମ ପାଟି ଓ ମୁଣ୍ଡ ଦ୍ଵାରା ଦେହକୁ ଯାଇ କର୍କଟ ଭଳି ମାରାତ୍ମକ ରୋଗ ସୃଷ୍ଟି କରିଥାଏ ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହା ଆମ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ । ଲୋକଙ୍କ ପାଖରେ ଏନେଇ ଉଚିତ ଜ୍ଞାନ ନଥିବାରୁ ସେମାନେ ଏହା ବ୍ୟବହାର କରୁଛନ୍ତି । ଯେଉଁଥି ପାଇଁ କର୍କଟ ଭଳି ରୋଗ ଆଗକୁ ଆହୁରି ବଢି ଚାଲିବାର ସମ୍ଭାବନା ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।