କାହିଁକି ଆମେରିକା ପରି ଦେଶ ବି ଋଷକୁ ଭୟ କରୁଛି ? Putin ଙ୍କ ପାଖରେ ଅଛି ଏମିତି ଏକ ବ୍ରହ୍ମାସ୍ତ୍ର ଯାହା ବିଷୟରେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

କାହିଁକି ପୁଟିନଙ୍କୁ ଡରୁଛନ୍ତି ପାଶ୍ଚାତ୍ୟ ଦେଶ ? ଋଷ ସହ ସାମ୍ନାସାମ୍ନି ଯୁଦ୍ଧକୁ ଆମେରିକାର ବି ଭୟ ରହିଛି । ଏମିତି କଣ ଅଛି ପୁଟିନଙ୍କ ପାଖରେ ? ପୁଟିନଙ୍କ ଅସ୍ତ୍ର ଭଣ୍ଡାରରେ ଅଛି ବ୍ରହ୍ମାସ୍ତ୍ର । ସେହି ଶକ୍ତିଶାଳୀ ଅସ୍ତ୍ରର ଏଯାଏଁ ପ୍ରୟୋଗ କରି ନାହାନ୍ତି ପୁଟିନ । ନିଜର ସୈନ୍ୟ ଓ ସାମରିକ ବଳରେ ସାରା ବିଶ୍ଵକୁ ଡରେଇ ରଖିଛନ୍ତି ପୁଟିନ । ବିଧ୍ଵଂସକାରୀ ଯୁଦ୍ଧାସ୍ତ୍ର ବଳରେ ନାଲି ଆଖି ଦେଖାଉଛନ୍ତି । କେବଳ ୟୁକ୍ରେନ ଯୁଦ୍ଧ ନୁହେଁ ବରଂ ପୂର୍ବରୁ ବି ଆଣବିକ ଯୁଦ୍ଧର ଚେତାବନୀ ଦେଇ ସାରିଛନ୍ତି ।

ତେବେ ଋଷ ଆପଖାରେ ଏମିତି କେଉଁ ଅସ୍ତ୍ର ଅଛି ଯାହାର ମୁକାବିଲା ନାହିଁ ? ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ସହ ଆମେରିକା ବି ଯୁଦ୍ଧ ପାଇଁ ସାହସ ଜୁଟାଇ ପାରୁନାହିଁ । ଋଷ ଏକ ଆଣବିକ ଶକ୍ତି ସମ୍ପନ୍ନ ଦେଶ । ମସ୍କୋ ପାଖରେ ରହିଛି ସବୁଠାରୁ ଅଧିକ ଆଣବିକ ଅସ୍ତ୍ରଶସ୍ତ୍ର । ନିଜର ଆଣବିକ ଶକ୍ତିକୁ ବଢାଇବା ପାଇଁ ଅବିରତ କାର୍ଯ୍ୟ କରୁଛନ୍ତି ପୁଟିନ । ପାଖରେ ରଖିଛନ୍ତି ଦୁନିଆକୁ ନିମିଶକେ ଧ୍ଵଂସ କରି ପାରୁଥିବା ଅସ୍ତ୍ର ସମୂହ । ପୁଟିନଙ୍କ ବ୍ରହ୍ମାସ୍ତ୍ର ସୁପରସୋନିକ ଟିୟୁ୧୬୦ଏମ ଏୟାରକ୍ରାଫ୍ଟ ।

ଘଣ୍ଟାକୁ ୨୨୨୦ କିଲୋମିଟର ବେଗରେ ଯାତ୍ରା କରିପାରିବ ଏହି ଏୟାର କ୍ରାଫ୍ଟ । ଅର୍ଥାତ କେବଳ ତିନି ଘଣ୍ଟାରେ ମସ୍କୋରୁ ନ୍ୟୁୟର୍କରେ ପହଞ୍ଚି ଯାଇପାରିବ ପୁଟିନଙ୍କ ଅସ୍ତ୍ର । ୧୨ଟି ନ୍ୟୁକ୍ଲିୟର କ୍ଷେପଣାସ୍ତ୍ର ନିଜ ସହ ନେଇପାରିବ ଟିୟୁ୧୬୦ଏମ । ଏହି ଏୟାର କ୍ରାଫ୍ଟ ୭ ହଜାର ୫ ଶହ କିଲୋମିଟର ପର୍ଯ୍ୟନ୍ତ ଅବିରତ ଯାତ୍ରା କରିପାରିବ । ସିରିଆରେ ସରକାର ବଞ୍ଚାଇବା ପାଇଁ ପୁଟିନ ଟିୟୁ୧୬୦ଏମ ର ପୁରୁଣା ସଂସ୍କରଣ ବ୍ୟବହାର କରିଥିଲେ । ଏହାର ନୂତନ ସଂସ୍କରଣ ୬୦ ପ୍ରତିଶତ ଅଧିକ ପ୍ରଭାବୀ ଥିବା ଏହାର ନିର୍ମାତା ଟ୍ଯୁପୋଲେଭ ଦାବି କରିଛି ।

ଏହାର ହତିଆର, ନେଭିଗେସନ ଏବଂ ଇଲେକ୍ଟ୍ରୋନିକ ସିଷ୍ଟମ ଏହାକୁ ଅଧିକ ଘାତକ କରୁଛି । ସମସ୍ତେ ଏହାକୁ ରୁଷର ସୁପରସୋନିକ ବମର୍ ବୋଲି କହୁଛନ୍ତି । ରୁଷ ବାୟୁସେନା ୧୫ ମିଲିୟନ ରୁବଲରେ ୧୦ଟି ଟିୟୁ୧୬୦ଏମ କିଣିଛି । ୨୦୧୮ ଜାନୁୟାରୀରେ ପୁଟିନଙ୍କ ଉପସ୍ଥିତିରେ ଏହି ଚୁକ୍ତି ସାକ୍ଷର ହୋଇଥିଲା । ଋଷ ଏୟାରଫୋର୍ସ ୫୦ଟି ଟିୟୁ୧୬୦ଏମ ଆବଶ୍ୟକ ଥିବା କହିଥିଲା । ଏହାର ଉନ୍ନତ ସଂସ୍କରଣ ପ୍ରଥମେ ଟିୟୁ୧୬୦ଏମ-୨ ନାମରେ ଜଣା ଯାଇଥିଲା ।

କିନ୍ତୁ ଏବେ ଏହାର ନାଁ ଟିୟୁ୧୬୦ଏମ ରଖାଯାଇଛି । ଋଷର ଏହି ନୂତନ ସଂସ୍କରଣ ବମର୍ କୁ ନେଇ ଚିନ୍ତିତି ଆମେରିକା । ୟୁକ୍ରେନ ଉପରେ ଆକ୍ରମଣ ପୂର୍ବରୁ ଋଷକୁ ଆମେରିକା ଚେତାବନୀ ଦେଉଥିଲା । ଏହା ସତ୍ତ୍ଵେ ବାଇଡେନଙ୍କ ଚେତାବନୀକୁ ଖାତିର ନକରି ପୁଟିନ ଯୁଦ୍ଧ ଆରମ୍ଭ କଲେ । ଋଷର ସାମରିକ ଶକ୍ତି ବଢାଉଥିବା ଟିୟୁ୧୬୦ଏମ ଆମେରିକା ପାଇଁ ଚିନ୍ତାର କାରଣ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।