ନିତା ଆମ୍ବାନୀଙ୍କ ଏହି ବ୍ୟାଗ ରେ ଲାଗିଛି ୨୦୦ ଟି ହୀରା, କୁମ୍ଭୀର ଛାଲରୁ ତିଆରି, ମୂଲ୍ୟ ଜାଣିଲେ ଆପଣଙ୍କୁ ଚକ୍କର ଆସିବ

ନିତା ଆମ୍ବାନୀ ବର୍ତ୍ତମାନ କେବଳ ଭାରତ ନୁହେଁ ବରଂ ପୁରା ଏସିଆର ସବୁଠୁ ଧନୀ ମହିଳା ଅଟନ୍ତି । ସମସ୍ତେ ଜାଣନ୍ତି କି ନିତା ରିଲାୟନ୍ସ ର ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ଅଟନ୍ତି । ଏମିତିରେ ତାଙ୍କ ପାଖରେ ଢେର ସାରା ପଇସା ଅଛି । ନିତା ଜଣେ ହାଉସ ୱାଇଫ ହେବା ସହିତ ବିଜିନେସଓମେନ ବି ଅଟନ୍ତି । କିଛି ଦିନ ପୂର୍ବେ ନିତା ଲଣ୍ଡନ ଯାଇଥିଲେ ଓ ସେଠାରେ ତାଙ୍କର କରିସ୍ମା କପୁର ଓ କରିନା କପୁରଙ୍କ ସହିତ ଦେଖା ହୋଇଗଲା ।

ଏହି ଦୁଇ ଭଉଣୀ ବି କିଛି ଦିନ ପୂର୍ବରୁ ସେଠାକୁ ଛୁଟି କାଟିବାକୁ ଯାଇଥିଲେ । ଏମିତିରେ କରିସ୍ମା, କରିନା ଓ ନିତାଙ୍କର ଏକ ଫଟୋ ଇନ୍ଟରନେଟରେ ବହୁତ ଜଲ୍ଦି ଭାଇରାଲ ହେଉଛି, ଯେଉଁଥିରେ ନିତାଙ୍କ ହାତରେ ଏକ ବହୁତ ସୁନ୍ଦର ବ୍ୟାଗ ଦେଖା ଯାଉଛି ।

ଯେତେବେଳେ ଲୋକମାନେ ଏହି ବ୍ୟାଗ ବିଷୟରେ ସୂଚନା ପାଇଲେ ତେବେ ସେମାନଙ୍କର ହୋସ ଉଡିଗଲା । ଏହି ବ୍ୟାଗର ମୂଲ୍ୟ ଓ ଏଥିରେ ଲାଗିଥିବା ମ୍ୟାଟେରିଆଲ୍ସ ବିଷୟରେ ଜାଣିଲେ ଆପଣ ବି ଆଚାର୍ଯ୍ୟ ହୋଇଯିବେ ।

ବ୍ୟାଗର ମୂଲ୍ୟ ଓ ଏହାର ବିଶେଷତ୍ତ୍ଵ

ପ୍ରକୃତରେ ନିତାଙ୍କ ହାତରେ ଯେଉଁ ବ୍ୟାଗ ଦେଖାଯାଉଛି ତାହା ଏକ ପପୁଲାର ବ୍ରାଣ୍ଡ Hermès Himalaya Birkinର ଅଟେ । ଏହି ବ୍ୟାଗର ମୂଲ୍ୟ ପୁରା ୨.୬ କୋଟି ଟଙ୍କା ଅଟେ । ଏହି ବ୍ଯାଗର ବିଶେଷତ୍ତ୍ଵ ଏହା କି ଏହା କୁମ୍ଭୀର ଛାଲ ରୁ ତିଆରି ହୋଇଛି ଓ ଏଥିରେ ୨୦୦ ଟି ହୀରା ଲାଗିଛି । ଏହା ବ୍ଯତୀତ ଏଥିରେ ୧୮ କ୍ୟାରେଟ ସୁନା ର କାରିଗରୀ ବି କରା ଯାଇଛି ।

ଗତ ବର୍ଷ ଏହି ବ୍ରାଣ୍ଡ ର ସେମ ବ୍ୟାଗ ଗୋଟିଏ ନିଲାମିରେ ୩୭୯.୨୬୧ ଡଲାର ଅର୍ଥାତ ହାରାହାରି ୨ କୋଟି ୬୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା । ଏହି ପ୍ରକାରରେ ଏହା ଦୁନିଆର ସବୁଠୁ ମହଙ୍ଗା ବ୍ୟାଗ ଅଟେ ।

ଯଦି ଆମେ ଜଣେ ସାଧାରଣ ନାଗରିକ କଥା କହିବା ତେବେ ସେ ନିଜ ବ୍ୟାଗ ପାଇଁ ଅତି ବେଶିରେ ୧୦୦୦ ଟଙ୍କା ହିଁ ଖର୍ଚ୍ଚ କରିଥାଏ କିନ୍ତୁ ନିତାଙ୍କ କଥା ତ କିଛି ଅଲଗା । ତାଙ୍କ ପାଖରେ ଏତେ ପଇସା ଅଛି କି ସେ ପୁରା ମୁମ୍ବାଇ କୁ କିଣି ପାରିବେ ।