Nisha Moharana କୁ ଯୋଉଠି ଦେଖିବି ଗୋଡେଇ ଗୋଡେଇ ପିଟିବି ଆଉ କେହି ତା’ ପିଠିରେ ପଡିବେନି… ବର୍ଷିଲେ ଯାତ୍ରା କଳାକାର

ଅଭିନେତ୍ରୀ ନି-ଶା ମହାରଣାଙ୍କୁ ନେଇ ବିବାଦ ଜୋରସୋର ମୁଣ୍ଡ ଟେକିଛି । ଏନେଇ ନି-ଶାଙ୍କ ବିରୁଦ୍ଧରେ କଡା ପଦକ୍ଷେପ ନେଇଛନ୍ତି ରାଜଧାନୀ ଅପେରାର ଯାତ୍ରା କଳାକାର ମାନେ । ସରକାର ଯାତ୍ରା ମଞ୍ଚରେ ଅଶ୍ଳୀଳତା ଉପରେ ରୋକ ଲଗାଇଥିବା ବେଳେ ନି-ଶା ମହାରଣା କିନ୍ତୁ ସୀମା ଲଙ୍ଘୁଥିବା ନେଇ ଅଭିଯୋଗ ଉଠିଛି । କେନ୍ଦ୍ରପଡାର ବଡମୂଳବସନ୍ତରେ ଯାତ୍ରା ଚାଲିଥିବା ବେଳେ ଏହାର ଦ୍ଵିତୀୟ ଦିନରେ ନି-ଶାଙ୍କୁ ମଞ୍ଚରେ ସ୍ଥାନ ମିଳିବା ନେଇ ବିରୋଧ ଆରମ୍ଭ କରି ଦେଇଥିଲେ ଯାତ୍ରା କଳାକାର ମାନେ ।

ଯାତ୍ରା କମେଡିଆନ ଦୟାନିଧି ଏବଂ ଅନ୍ୟ ସହ କଳାକାର ମାନେ ମିଶି ନି-ଶାଙ୍କୁ ମଞ୍ଚସ୍ଥ କରିବା ଅନେଇ ପ୍ରତିବାଦ ଜଣାଇଥିଲେ । ଯଦି ନି-ଶାଙ୍କୁ ମଞ୍ଚ ଉପରକୁ ଚଢାଯାଏ ତେବେ କୌଣସି ଯାତ୍ରା କଳାକାର ମଞ୍ଚ ଉପରକୁ ଉଠିବେ ନାହିଁ ବୋଲି ସେମାନେ ରୋକଠୋକ କହିଥିଲେ । ଯାହାପରେ ନି-ଶାଙ୍କୁ ମଞ୍ଚ ଉପରକୁ ଯିବାକୁ ମନା କରା ଯାଇଥିଲା । ତାଙ୍କ ବଦଳରେ ଓଡିଶା ଅଭିନେତ୍ରୀ ରିୟା ମଞ୍ଚ ଉପରେ ଦର୍ଶକଙ୍କ ମନୋରଞ୍ଜନ କରାଇଥିଲେ ।

ତେବେ ନି-ଶା ମଧ୍ୟ ଛାଡି ନଥିଲେ ଓ କ୍ଷୁବ୍ଧ ହୋଇ ଭିଡିଓ ମାଧ୍ୟମରେ ଯାତ୍ରା କଳାକାରଙ୍କୁ ଅନେକ କଟୁ ଭାଷାରେ ଗାଳିଗୁଲଜ କରିବା ସହ ଧମକ ମଧ୍ୟ ଦେଇଥିଲେ । ଏହାକୁ ନେଇ ଯାତ୍ରା କଳାକାର ମାନେ ପୁଣି ଥରେ ପ୍ରତିକ୍ରିୟା ରଖିଛନ୍ତି । ତେବେ କଳାକାର ମାନେ ନି-ଶାଙ୍କୁ ଯାତ୍ରା ମଞ୍ଚରୁ ତଡି ବେଶ ଭଲ ପଦକ୍ଷେପ ନେଇଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଏନେଇ ଜଣେ ଯାତ୍ରା କଳାକାର କହିଛନ୍ତି ନି-ଶା ମହାରଣା କଣ ଧମକ ଦେଉଛି । ମୁଁ ଯଦି ତାକୁ କେଉଁଠି ଦେଖିବି ତେବେ ଗୋଡେଇ ଗୋଡେଇ ପିଟିବି ଆଉ କେହି ତା’ ପିଠିରେ ପଡିବେନି । ନି-ଶା ଯାତ୍ରା ମଞ୍ଚରେ ନଗ୍ନ ଶରୀର ଦେଖାଇବା ସହ ଦ୍ଵିଅର୍ଥବୋଧକ ଅଶ୍ଳୀଳ କଥା କହୁଥିବା ଦେଖିବାକୁ ମିଳିଛି । ଯାତ୍ରା କଳାକାର ମାନେ ଏନେଇ କହିଛନ୍ତି, ଆମେ ସମସ୍ତେ ନିଜ ପେଟ ପାଇଁ ଏଠି କାମ କରୁଛୁ । ତା’ ମାନେ ନୁହେଁ ଲଙ୍ଗଳା ହେଇକି ସବୁ ଦେଖେଇବ ଆଉ ରୋଜଗାର କରିବ ।

ଯାତ୍ରା ମଞ୍ଚକୁ ନି-ଶାଙ୍କ ଭଳି କଳାକାରମାନେ ବଦନାମ କରୁଛନ୍ତି । ନି-ଶାକୁ ତା ଔକାତ୍ ଦେଖେଇଦେବୁ ବୋଲି ସେମାନେ କହିଛନ୍ତି । ଆହୁରି ମଧ୍ୟ କହିକହନ୍ତି କି, ନି-ଶାଙ୍କୁ ମଞ୍ଚରୁ ବାହାର କରି ଆମେ ବହୁତ ଭଲ ପଦକ୍ଷେପ ନେଇଛୁ ଓ ଆଗକୁ ମଧ୍ୟ ଏସବୁକୁ ବିରୋଧ କରିବୁ ବୋଲି ସେମାନେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।