ଦିଲ୍ଲୀରେ ପାଖାପାଖି ହଷ୍ଟେଲରେ ରହୁଥିଲେ ଆଉ ଏକାଠି ଅଡିଟୋରିୟମକୁ ଶୋ’ ଦେଖିବାକୁ ଯାଉଥିଲେ, ସେଇଠୁ ଆରମ୍ଭ ହୋଇଥିଲା ପ୍ରେମ…- Maya Das

ଓଡିଆ ଅଭିନେତା ଅଜିତ ଦାସଙ୍କୁ ପରିଚୟର କୌଣସି ଆବଶ୍ୟକତା ନାହିଁ । ନିଜର ସୁନ୍ଦର ଅଭିନୟ ମାଧ୍ୟମରେ ସେ ଓଡିଆ ଦର୍ଶକଙ୍କ ମନ ଜିଣି ପାରିଥିଲେ । ସେ ତ ଆଉ ଏ ଦୁନିଆରେ ନାହାନ୍ତି । 2020 ମସିହାରେ କରୋନାରେ ତାଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୁବ କମ୍ ଲୋକ ଜାଣିଥିବା ବେଳେ ଏବେ ତାଙ୍କ ଧର୍ମପତ୍ନୀ ମାୟା ଦାସ ଏକ ଗଣମାଧ୍ୟମ ସାକ୍ଷାତକାରରେ ଅଜିତ ଦାସଙ୍କ ସହ ପ୍ରେମ ଓ ବିବାହ ଏବଂ ବିବାହ ପରର ଜୀବନକୁ ନେଇ ଅନେକ କିଛି ଖୁଲାସା କରିଛନ୍ତି ।

ମାୟା ଦାସ ମହୀଶୂରର ଝିଅ ଓ ସେଠାରେ ରହି ପାଠ ପଢିଥିଲେ । ତେବେ ଉଭୟଙ୍କ ଦେଖା ସାକ୍ଷାତ ଦିଲ୍ଲୀରେ ହୋଇଥିଲା । ଅଜିତ ଦିଲ୍ଲୀ ଏନଏଚଡ଼ି ରେ ପଢୁଥିଲେ ଏବଂ ମାୟା ସେଠାରେ ଫ୍ରି ଲାଂସିଙ୍ଗ କରୁଥିଲେ । ଉଭୟଙ୍କ ହଷ୍ଟେଲ ପ୍ରାୟ ପାଖାପାଖି ଥିବାବେଳେ ସେମାନେ କମାନୀ ଅଡିଟୋରିୟମକୁ ପ୍ରାୟତଃ ଶୋ’ ଦେଖିବାକୁ ଯାଉଥିଲେ । ତେବେ ଯେତେବେଳେ ବିବାହ କଥା ଉଠିଥିଲା ସେତେବେଳେ ଉଭୟଙ୍କ ମଧ୍ୟରେ ବହୁତ କିଛି ଭିନ୍ନତା ଏବଂ ଦୂରତା ମଧ୍ୟ ଥିଲା ।

କାରଣ ମାୟା ଦାସ ମହୀଶୂରର ହୋଇଥିବା ବେଳେ ଅଜିତ ଦାସଙ୍କ ଘର ମୟୂରଭଞ୍ଜର କରଞ୍ଜିଆରେ ଥିଲା । ସେତେବେଳେ ଓଡିଶାକୁ ବି ବହୁତ କମ୍ ଲୋକ ଜାଣୁଥିଲେ । ଏଭଳି ସ୍ଥିତିରେ ମାୟା ଯେତେବେଳେ ଘରେ ବିବାହ କଥା କହିଥିଲେ ସେତେବେଳେ ତାଙ୍କ ଚିନ୍ତାରେ ପଡି ଯାଇଥିଲେ । କେମିତି ଯାଇ ଏତେ ଦୂରରେ ତାହା ପୁଣି ଏକ ଗାଁରେ ରହିବେ ସେନେଇ ସେ ମାୟାଙ୍କୁ ପ୍ରଶ୍ନ କରିଥିଲେ । ମାୟା କହିଥିଲେ କଣ କରିବି ଜାଣିନି କିନ୍ତୁ ତାଙ୍କୁ ହିଁ ବାହା ହେବି ।

ଶେଷରେ ତାଙ୍କ ପିଉସା, ପିଉସୀ ଏବଂ ମା’ କରଞ୍ଜିଆ ଆସି ଅଜିତ ଦାସଙ୍କ ଘର ଦେଖି ଯାଇଥିଲେ । ଅଜିତ ଦାସଙ୍କ ବହୁତ ବଡ ଯୌଥ ପରିବାର ଥିଲା । ଏହା ଦେଖି ମାୟାଙ୍କ ମା’ କହିଥିଲେ, ଯାହା ହେଉ ପଛେ ଏଠି ମୋ ଝିଅ କେବେବି ଭୋକିଲା ରହିବନି । ତା’ପରେ ଅଜିତ ଦାସଙ୍କ ବାପା, ଭାଇମାନେ ଯାଇ ବାହାଘର କରି ମାୟାଙ୍କୁ ଘରକୁ ଆଣିଥିଲେ । ବାହାଘର ପରେ ଶାଶୁଘର ବହୁତ ଥିଲା ଓ ସେ ବେଶ ଭଲରେ ରହୁଥିଲେ । କିନ୍ତୁ କିଛି କରିବେ ବୋଲି ଚିନ୍ତା କରି ପାଠ ପଢିବାକୁ ଚାହୁଁଥିବା ଅଜିତଙ୍କୁ କହିଥିଲେ ।

ସେ ଭୁବନେଶ୍ବରରେ ଯାଇ ଓଡିଶୀ ନୃତ୍ୟ ଏବଂ ଅଭିନୟଚନ୍ଦ୍ରିକାରେ ପଢିଥିଲେ । ଧୀରେ ଧୀରେ ଓଡିଆ ଭାଷା ଶିଖିଥିଲେ ମାୟା ଆଉ ଆଜି ପ୍ରାଞ୍ଜଳ ଭାବେ ଓଡିଆ କହି ପାରୁଛନ୍ତି । ଏମିତିକି ମାୟା ଖାଣ୍ଟି ବ୍ରାହ୍ମଣ ଥିଲେ ଏବଂ ଅଜିତ ଦାସ କରଣ ଥିଲେ ଓ ଆମିଷ ମଧ୍ୟ ଖାଉଥିଲେ । ଉଭୟଙ୍କ ମଧ୍ୟରେ ଏତେ ଭିନ୍ନତା ଥାଇ ମଧ୍ୟ ପରସ୍ପର ବେଶ ଖୁସିରେ ସଂସାର ଗଢିଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।