ମିଠା ଖାଇବାକୁ ପସନ୍ଦ କରନ୍ତି କି ? ଏହି ଭିଡିଓ ନିଶ୍ଚୟ ଦେଖନ୍ତୁ, ଏଥର ବାହାରେ ଖାଇବା ପୂର୍ବରୁ ଶହେ ଥର ଚିନ୍ତା କରିବେ…

ଆଜିକାଲି ସୋସିଆଲ ମିଡିଆରେ ଅନେକ ଭିଡିଓ ସବୁ ଭାଇରାଲ ହେଉଛି ଯାହାଦ୍ଵାରା ଆମେ ବିଭିନ୍ନ ଘଟଣାର ସତ୍ୟତା ଜାଣିପାରୁଛୁ । ଆଜିକାଲି ସବୁଆଡେ ସିସିଟିଭି କ୍ୟାମେରା ଲଗାଯାଉଛି ଏବଂ ଅଧିକାଂଶ ଲୋକଙ୍କ ହାତରେ ସ୍ମାର୍ଟଫୋନ ମଧ୍ୟ ରହୁଛି । ସେଥିପାଇଁ ଲୋକଙ୍କ ସାମ୍ନାକୁ ଅନେକ ସତ ଆସିପାରୁଛି ଓ ଏହାଦ୍ବାରା ଲୋକଙ୍କ ମନୋରଞ୍ଜନ ମଧ୍ୟ ହେଉଛି । ତେବେ ଆଜି ଆମେ ଆପଣଙ୍କୁ ଏହିଭଳି କିଛି ଭିଡିଓ ଘଟଣାବଳୀ ଜଣାଇବାକୁ ଯାଉଛି । ଯାହା ଦେଖିଲେ ଆପଣଙ୍କ ସହ ସେହିଭଳି ଘଟିବା ପୂର୍ବରୁ ଆପଣ ସତର୍କ ରହିବେ ।

ବିହାରର ଚେତନ କୁମାର ଅନଲାଇନରେ ଏକ ଡ୍ରୋନ ଅର୍ଡର କରିଥିଲେ । କିନ୍ତୁ ଡେଲିଭେରି ବୟ ପାର୍ସଲ ଦେବା ପରେ ତାଙ୍କୁ ସନ୍ଦେହ ହେବାରୁ ସେ ତାଙ୍କ ସାମ୍ନାରେ ହିଁ ପାର୍ସଲ ଖୋଲିଥିଲେ ଓ ଏହାର ଭିଡିଓ କରିଥିଲେ । ତେବେ ପାର୍ସଲ ଖୋଲିବା ପରେ ସେ ଯାହା ଦେଖିଲେ ତାଙ୍କ ହୋସ୍ ଉଡିଗଲା । ପାର୍ସଲରେ ଡ୍ରୋନ ବଦଳରେ ଥିଲା 1 କେଜି ଆଳୁ ।

ପିଲାଠୁ ନେଇ ବୁଢା ପର୍ଯ୍ୟନ୍ତ ସମସ୍ତେ ମିଠା ଖାଇବାକୁ ପସନ୍ଦ କରନ୍ତି । ହେଲେ ଆପଣ ଯଦି ଏହି ମିଠା ତିଆରି କରୁଥିବ ଗୁଡିଆଙ୍କ କାରନାମା ଦେଖିବେ କୌଣସି ଦୋକାନରେ ମିଠା ଖାଇବା ପୂର୍ବରୁ ଶହେ ଥର ଚିନ୍ତା କରିବେ । କାରଣ ଗୁଡିଆ ମିଠା ଛାଣୁଥିବା ଛାଣିରେ ନିଜ ଝାଳୁଆ ଦେହକୁ ଭଲରେ କୁଣ୍ଡାଉଛନ୍ତି । ଆଉ ତା’ପରେ ସେଥିରେ ଖାଇବା ଜିନିଷ ଛାଣୁଛନ୍ତି । ସେମିତି ଆଉ ଜଣେ ଜଳଖିଆ ବିକାଳି ମଝି ମଝିରେ ଆଗପଛ କରି ଭଲରେ କୁଣ୍ଡାଇ ହେଉଛନ୍ତି ଏବଂ ସେହି ହାତରେ ଗ୍ରାହକଙ୍କୁ ଜଳଖିଆ ଖାଇବାକୁ ଦେଉଥିବାର ଦେଖିବାକୁ ମିଳିଛି ।

ଆଉ ଏକ ଭିଡିଓରେ ଗୋଟିଏ ବାହାଘରେ ଗୁପଚୁପ ଠେଲା ପାଖରେ ଭିଡ ଜମିଥିବା ବେଳର ଏକ ଦୃଶ୍ୟ ଦେଖିବାକୁ ମିଳିଛି । ତିନୋଟି ଛୋଟ ଛୋଟ ପିଲା ଯିଏ ଯେଉଁଠି ପାରିଲା ସେଇଠି ହାତ ପୁରେଇକି ଦୁଇଟି ଯାକ ହାତରେ ଲୋକଙ୍କୁ ଗୁପ୍ଚୁପ ଖାଇବାକୁ ଦେଉଛନ୍ତି । ଯାହା ଦେଖିଲେ ଆପଣ ଗୁପ୍ଚୁପ ଖାଇବା ପୂର୍ବରୁ ମଧ୍ୟ ଚିନ୍ତାରେ ପଡିଯିବେ । ଆଜିକାଲି ପିଜା, ବର୍ଗର ଓ ନୁଡୁଲ୍ସ ସମସ୍ତେ ଖାଇବାକୁ ପସନ୍ଦ କରିଥାନ୍ତି ।

ହେଲେ ଆପଣ ଖାଉଥିବା ସ୍ଵାଦିଷ୍ଟ ପିଜା, ବର୍ଗର ଓ ନୁଡୁଲ୍ଡ କେଉଁ ଭଳି ପରିବେଶରେ ତିଆରି ହେଉଛି ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ । ଯାହା ପ୍ରସିଦ୍ଧ ଇନଷ୍ଟାଗ୍ରାମ ପେଜ୍ “yummy bites” ର ଆଡମିନ କରିସ୍ମା ତ୍ୟାଗୀ ସାମ୍ନାକୁ ଆଣିଛନ୍ତି । ଏସବୁ ଜିନିଷ ପ୍ରସ୍ତୁତ କରିବା ସ୍ଥାନ ଅତ୍ୟନ୍ତ ଅପରିଷ୍କାର ହୋଇଥିବା ବେଳେ ଏସବୁରେ ଅଣ୍ଡାର ଲେପ ମଧ୍ୟ ଲଗାଯାଉଛି । ତେଣୁ ଆପଣଙ୍କ ଭେଜ୍ ବର୍ଗର ସତରେ ଭେଜ୍ କି ନାହିଁ ଆପଣ ଏଥିରୁ ଅନୁମାନ କରି ପାରୁଥିବେ । ସେହିପରି ଆପଣଙ୍କ ମନ ପସନ୍ଦ ନୁଡୁଲ୍ସ ମଧ୍ୟ କେତେ ସଫାସୁତୁରା ଜାଗାରେ ତିଆରି ହେଉଛି ଦେଖିଲେ ଆପଣ ଚିନ୍ତାରେ ପଡିଯିବେ ।

ଏହାସହ ଧୂଳି ଜରଜର ବାଉଁଶ ତାରରେ ଏହାକୁ ଲୁଗାପଟା ସୁଖେଇବା ଭଳି ଟଙ୍ଗେଇ ରଖୁଛନ୍ତି ଦେଖିଲେ ଆପଣ ଆଉ କେବେବି ନୁଡୁଲ୍ସ ଖାଇବାକୁ ଇଚ୍ଛା କରିବେନି । ତେବେ ବାହାରରେ ମିଳୁଥିବା ଯେକୌଣସି ଖାଦ୍ଯସାମଗ୍ରୀ ଖାଇବା ଆଗରୁ ଶହେ ଥର ଚିନ୍ତା କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।