ବନ୍ଧୁଗଣ ଏହି ଦୁନିଆରେ ପ୍ରାୟତଃ ଅଧିକାଂଶ ଲୋକ ନିରାମିଷ ସହ ଆମିଷ ଖାଦ୍ୟର ସେବନ କରିବାକୁ ମଧ୍ୟ ପସନ୍ଦ କରିଥାନ୍ତି । ଆଉ କିଛି ଲୋକ ଯେଉଁମାନେ କି କେବଳ ଆଉ ମାତ୍ର କେବଳ ହିଁ ନିରାମିଷ ଖାଇବାକୁ ଭଲ ପାଇଥାନ୍ତି । ସେମାନଙ୍କୁ ହୁଏତ ଆମିଷର ସ୍ଵାଦ ଭଲ ନଲାଗୁଥାଇ ପାରେ କିମ୍ବା ତାଙ୍କର ଆମିଷ ଖାଇବାକୁ ଆଗ୍ରହ ହିଁ ହେଉନଥିବ । ତେବେ ସେ ଯାହା ବି ହେଉ ନା କାହିଁକି ?
ଯେଉଁ ଲୋକମାନେ କେବଳ ନିରାମିଷ ଖାଦ୍ୟର ସେବନ କରୁଥାନ୍ତି ସେମାନଙ୍କୁ ପାଇଁ ଆଜି ଆମେ ନିରାମିଷ ଖାଇବାର ଫାଇଦା ଗୁଡିକ ବିଷୟରେ କହିବାକୁ ଯାଉଛୁ । ତେବେ ନିରାମିଷ ଖାଇବା ଦ୍ଵାରା କଣ କ’ଣ ସବୁ ଫାଇଦା ହୋଇଥାଏ ଆସନ୍ତୁ ଭଲ ଭାବେ ଏଠାରେ ଜାଣିବା ।
1- ନିରାମିଷ ଖାଉଥିବା ଲୋକଙ୍କର ମୁଡ୍ ବହୁତ ଭଲ ରହେ । କାରଣ ଏଥିରେ ଆରାସିଡୋନିକ୍ ଏସିଡ୍ ରହିଥାଏ। ତେଣୁ ଆମିଷ ଖାଉଥିବା ଲୋକଙ୍କ ତୁଳନାରେ କେବଳ ନିରାମିଷ ଖାଉଥିବା ଲୋକଙ୍କର ମୁଡ୍ ଅଧିକାଂଶ ସମୟରେ ଭଲ ହିଁ ରହିଥାଏ ।
2- ସୋରିଏସ ନାମକ ଏକ ଚର୍ମ ରୋଗ ଅଧିକ ଆମିଷ ଖାଇବା ଦ୍ୱାରା ଅଧିକାଂଶ ଲୋକଙ୍କ ଠାରେ ହୋଇଥାଏ । ଏହା ହେଲେ ଦେହରେ ନାଲି ଦାଗ ପଡ଼ିଯାଏ। ହେଲେ ନିରାମିଷ ଖାଉଥିବା ଲୋକଙ୍କ ଠାରେ ଚର୍ମ ଜନିତ କୌଣସି ପ୍ରକାର ସମସ୍ଯା ଅଧିକ ଦେଖାଯାଇନଥାଏ ।
3- ନିରାମିଷ ଖାଇବାର ପ୍ରଭାବ ଆମ ସ୍ଵାସ୍ଥ ଉପରେ ଭଲ ପକାଇଥାଏ । ତେବେ କେବଳ ନିରାମିଷ ଖାଦ୍ୟର ସେବନ କରୁଥବା ଲୋକଙ୍କ ଠାରେ ଡାଇବେଟିସ ରୋଗ ହେବାର ସମ୍ଭାବନା ନଥାଏ ବା ବହୁତ କମ ଥାଏ ।
4- ନିରାମିଷ ଖାଦ୍ୟ ମାନଙ୍କରେ ଆଣ୍ଟିଅକ୍ସିଡେଣ୍ଟ୍ ଅଧିକ ଥିବାରୁ ଏହା ହୃଦୟ ଜନିତ ସମସ୍ୟାରୁ ଲୋକ ମାନଙ୍କୁ ଦୂରରେ ରଖିଥାଏ।
5- ଆମିଷର ଅଧିକ ସେବନ କରୁଥିବା ଲୋକଙ୍କ ଠାରେ ମେଦବହୁଳତା ଭଳି ସମସ୍ଯା ଦେଖିବାକୁ ଅଧିକାଂଶ ମିଳିଥାଏ । ହେଲେ କେବଳ ନିରାମିଷ ଭୋଜନର ସେବନ କରୁଥିବା ଲୋକଙ୍କ ଠାରେ ମେଦବହୁଳତା ବିଶେଷ ଭାବେ ଦେଖାଯାଇନଥାଏ ।
6- ନିରାମିଷ ଖାଉଥିବା ଲୋକଙ୍କର ଆଉ ଏକ ଫାଇଦା ହେଉଛି । ଯେଉଁମାନେ ନିରାମିଷ ସେବନ କରୁଛନ୍ତି । ସେମାନଙ୍କ ଶରୀରରେ ଷ୍ଟୋନ ହେବାର ଚାନ୍ସ ନଥାଏ । କାରଣ ନିରାମିଷ ଭୋଜନରୁ ଭଲ ପ୍ରୋଟିନ ଆମ ଶରୀରକୁ ମିଳିଯାଇଥାଏ ।
ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ପସନ୍ଦ ଆସିଥିବ । ତେବେ ଆମ ସହ ଆଗକୁ ଯୋଡି ହୋଇ ଭଲ ଭଲ ଅପଡେଟ ପାଇବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲନ୍ତୁ ନାହିଁ ।