ସମସ୍ତେ ଭାବନ୍ତି କି ସେମାନେ ପୁଣି ଥରେ ନିଜର ପିଲାବେଳର ଦିନକୁ ଫେରି ଯାଆନ୍ତି କି । ପୁଣି ଥରେ ମନ କରିଥାଏ କି ବାପ – ମାଙ୍କର ହାତ ଧରି ବଜାର ବୁଲିବାକୁ ଯିବୁ । ପୁଣି ଥରେ ଇଛା ହେଉଛି କି ବନ୍ଧୁ ମାନଙ୍କ ସହ ଲୁଚା – ଲୁଚି ଖେଳିବୁ । ପୁଣି ଥରେ ମନ କରୁଛି କି ବାପାଙ୍କର ଅଫିସରୁ ଫେରିବା ବାଟକୁ ଚାହିଁଥିବା ଏବଂ ପୁଣି ଥରେ ସମସ୍ତେ ମିଶି ଖାଇବାକୁ ଯିବା ।
କିନ୍ତୁ ଥରେ ଯେଉଁ ସମୟ ବୀତି ଯାଏ ତାହା ପୁଣି ଥରେ ଫେରାଇ ଆଣିବା ଅସମ୍ଭବ ଅଟେ । କିନ୍ତୁ ସେହି ସମୟର କିଛି ଜିନିଷ ଜରିଆରେ ଆମେ ପୁଣି ଥରେ ସେହି ସମୟକୁ ଫେରି ପାରିବା । ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ୯୦ ଦଶକର କିଛି ଏମିତି କଥା ବିଷୟରେ କହିବାକୁ ଯାଉଛୁ ଯାହା ପୁଣି ଥରେ ଆପଣଙ୍କୁ ପିଲାବେଳର ସ୍ମୃତିକୁ ତାଜା କରିଦେବ ।
ଆମର ବଜାଜ ସ୍କୁଟର
୯୦ ଦଶକରେ ସବୁଠୁ ଅଧିକ ମଜା ବାପାଙ୍କର ସ୍କୁଟରରେ ଆସୁଥିଲା । ସ୍କୁଟର ଦ୍ଵାରା ସ୍କୁଲ ଗେଟ ପାଖରେ ଓଲାହିବାର ଏକ ଅଲଗା ହିଁ ମଜା ଥିଲା ।
ଛୁଟିର ପକ୍କା ସାଥି
୯୦ ଦଶକରେ କମିକ୍ସର ସମୟ ଥିଲା । ପକେଟମନି ମିଳିବା ମାତ୍ରେ ହିଁ ଆମେ ପ୍ରଥମେ କମିକ୍ସ କିଣି ଥାଉ । ଚମ୍ପକ, ଚାଚା ଚୌଧାରୀ, ଶକ୍ତିମାନ ଆମର ଫେବରେଟ କମିକ୍ସ ଥିଲା ।
ଟିଭି ଦେଖିବା ପାଇଁ ମାଙ୍କର ଗାଳି ଦେବା
ସମସ୍ତେ ପିଲାବେଳେ ଟିଭି ଦେଖିବା ପାଇଁ ନିଜ ମା ଠାରୁ ଗାଳି ଶୁଣିଥିବେ । କେବଳ ଟିଭି ହିଁ ଦେଖ, ପଢା କର ନାହିଁ’ ଏହା ସବୁ ମାଙ୍କର ଫେବରେଟ ଡାଇଲଗ ଥିଲା ।
କୁଲ୍ଫୀବାଲାର ସେହି ଟନ – ଟନ
କୁଲ୍ଫୀବାଲା ଟନ – ଟନ କରି ଆସିଥାଏ ଏବଂ ଦ୍ଵିପହର ସମୟରେ କୁଲ୍ଫୀ ଆଣିବା ପାଇଁ ଆମେ ଦଉଡି ଥାଉ । ଗରମ ଦିନରେ ଥଣ୍ଡାର ଅନୁଭବ କରିବା ପାଇଁ ଏହା ଏକ ଭଲ ଉପାୟ ଥିଲା ।
ସଙ୍ଗେ ସଙ୍ଗେ ବନ୍ଧୁତା, ସଙ୍ଗେ ସଙ୍ଗେ ଶତ୍ରୁତା
ଟିକେ ଟିକେ କଥାରେ ନିଜର ପ୍ରିୟ ବନ୍ଧୁ ସହ ଝଗଡା କରିଦେଉଥିଲୁ । ଏବଂ ବନ୍ଧୁ ମାନଙ୍କ ପଛରେ ତାଙ୍କ ବିଷୟରେ ଖରାପ କହୁଥିଲୁ ।
ଚିଠି ଲେଖିବା
ପ୍ରଥମେ ଲୋକମାନେ ଚିଠି ଉପରେ ବିଶ୍ଵାସ ରଖୁଥିଲେ । ଯେଉଁ କଥା ଚିଠିରେ ହେଉଥିଲା ତାହା ୱ୍ହାଟ୍ସଏପ ଏବଂ ବାକି ଜିନିଷରେ କାହିଁ ।
ଫ୍ଲେମ୍ସ ଖେଳ
ପିଲାବେଳେ ସମସ୍ତେ ନିଜ ଖାତା ପଛରେ ଏକ ଖେଳ ଖେଳୁଥିଲେ । ଫ୍ଲେମ୍ସ ଜରିଆରେ ସେମାନେ ଜାଣିବାକୁ ଚେଷ୍ଟା କରୁଥିଲେ କି ସେହି ଝିଅ ଏବଂ ପୁଅ ମଧ୍ୟରେ ଭବିଷ୍ୟତରେ କେଉଁଭଳି ବନ୍ଧୁତା ରହିବ ।
ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ସେଆର କରନ୍ତୁ ଓ ଆଗକୁ ଆମ ସହୁତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି ।