ଟଳିଲା ବଡ Train ଦୁର୍ଘଟଣା ! ବୃଦ୍ଧାଙ୍କ ଉପସ୍ଥିତ ବୁଦ୍ଧି ବଞ୍ଚାଇ ଦେଲା ଶହ-ଶହ ଲୋକଙ୍କ ଜୀବନ, ଶୁଣିଲେ ଆପଣ ବି କରିବେ ପ୍ରଶଂସା…

ନିଜ ଶାଢୀ ଟାଙ୍ଗୀ ବଞ୍ଚାଇ ଦେଲେ ହଜାର ହଜାର ଜୀବନ । ଓମବତୀଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଚାଲିଛି । ଏହି 70 ବର୍ଷୀୟ ମହିଳାଙ୍କ ବୁଦ୍ଧି ପାଇଁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ଟ୍ରେନ । ନିଜ ମୁଣ୍ଡ ଖଟାଇ ଅଟକାଇ ଦେଲେ ଟ୍ରେନ ଆକ୍ସିଡେଣ୍ଟ । ଉତ୍ତର ପ୍ରଦେଶର ଏଟାରର ଏହି ଖବରକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି । ୭୦ ବର୍ଷୀୟ ବୟସ୍କା ବୃଦ୍ଧା ମହିଳା ଓମବତୀଙ୍କୁ ରେଲୱେ ଏଥିପାଇଁ ସାବାସୀ ଜଣାଇଛି ।

ସବୁଦିନ ପରି ଆଜିବି ସ୍ଵାଭାବିକ ଚାଲୁଥିଲା ଟ୍ରେନ । ବ୍ଯସ୍ତବହୁଳ ଷ୍ଟେସନରେ ନିଜର ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ବ୍ୟସ୍ତ ହେଉଥାନ୍ତି ଶହ ଶହ ଯାତ୍ରୀ । ଆଉ ସବୁଦିନ ପରି କ୍ଷେତକୁ କାମ କରିବାକୁ ବାହାରିଥିଲେ ଓମବତୀ । ଆଉ ଏତିକି ବେଳେ ସେ ଦେଖିଲେ କି ରେଳଧାରଣାରେ ଏକ ଫାଟ ସୃଷ୍ଟି ହୋଇଛି । କେମିତି ଟ୍ରେନକୁ ଅଟକାଇବେ ଓ କେମିତି ଲୋକଙ୍କ ଜୀବନ ବଞ୍ଚାଇବେ ସେନେଇ ତାଙ୍କୁ କିଛି ବୁଦ୍ଧିବାଟ ଦିଶୁ ନଥାଏ ।

ହେଲେ ଏତିକି ବେଳେ ତାଙ୍କ ମୁଣ୍ଡକୁ ତାଙ୍କ ଏକ ବୁଦ୍ଧି ଜୁଟିଥିଲା । ଆଉ ନିଜେ ପିନ୍ଧିଥିବା ନାଲି ଶାଢୀକୁ ଟ୍ରେନ ଟ୍ରାକରେ ଦୁଇଟି ବାଡି ସାହାଯ୍ୟରେ ଟଙ୍ଗେଇ ଦେଇଥିଲେ । ଯାହାଫଳରେ ଟ୍ରେନ ଟ୍ରକ ଫାଟିଥିବା ସ୍ଥାନରୁ ବହୁ ଦୂରରେ ଅଟକି ଯାଇଥିଲା ଏବଂ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା । ମିଳିଥିବା ସୂଚନା ଅନୁଯାୟୀ ଗତ ଗୁରୁବାର ସକାଳ ୮ଟାରେ ଏହି ଘଟଣା ଘଟିଥିଲା । ଏଟା, ଜାଲସେର, ତୁଣ୍ଡଲା ଯାତ୍ରୀବାହୀ ଟ୍ରେନ ଏଟା ଠାରୁ ତୁଣ୍ଡଲା ଅଭିମୁଖେ ଯାଉଥିଲା ।

ହେଲେ କୁଶୁଆ ଗ୍ରାମରେ ଟ୍ରେନ ଟ୍ରାକ ଭାଙ୍ଗି ଯାଇଥିଲା । ଗୁଲାରିଆ ଗାଁର ବାସିନ୍ଦା ଓମବତୀ ସେହି ରାସ୍ତା ଦେଇ କ୍ଷେତକୁ ଯାଉଥିବା ବେଳେ ଟ୍ରାକ ଭାଙ୍ଗିଥିବା ଦେଖି ଟ୍ରେନକୁ ଅଟକାଇ ଥିଲେ ଏବଂ ଏକ ବଡ ଦୁର୍ଘଟଣାରୁ ଶହ ଶହ ଲୋକଙ୍କୁ ରକ୍ଷା କରିଥିଲେ । ତେବେ ଓମବତୀଙ୍କ ଏହି କାର୍ଯ୍ୟ ସତରେ ବେଶ ପ୍ରଶଂସନୀୟ । ସାରା ଦେଶର ଲୋକେ ତାଙ୍କୁ ଏଥିପାଇଁ ସାବାସୀ ଦେଉଛନ୍ତି ଓ ଟ୍ରେନରେ ଥିବା ଯାତ୍ରୀମାନେ ମଧ୍ୟ ତାଙ୍କ ଜୀବନ ବିପଦରୁ ବଞ୍ଚାଇ ଥିବାରୁ ତାଙ୍କୁ ଶତ ଶତ ଧନ୍ୟବାଦ ଦେଉଛନ୍ତି ।

ସତରେ ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ଏହି ବୃଦ୍ଧା ମହିଳା ଯେଉଁ କାର୍ଯ୍ୟ କରି ପକାଇଲେ ତାହା ସମସ୍ତଙ୍କ ପାଇଁ ଉଦାହରଣ ହୋଇ ରହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।