ନିଜେ ଗୁଳି ଖାଇ ବି ଆତଙ୍କବାଦୀଙ୍କୁ ସବକ୍ ଶିଖେଇଲା ଆର୍ମି କୁକୁର “Zoom”, ଭିଡିଓ ଦେଖିଲେ ଆପଣ ବି ତାକୁ ସାଲ୍ଯୁଟ କରି ପକେଇବେ, ଦେଖନ୍ତୁ video

ସେନା କୁକୁର ଜୁମ୍ ଦେଖାଇଛି ବଡ ସାହସିକତା । ଗୁଳି ଖାଇବି ଆତଙ୍କିଙ୍କ ସହ ଲଢିଥିଲା ଜୁମ୍ । ଲୁଚି ଆକ୍ରମଣର ଷଡଯନ୍ତ୍ର କରୁଥିବା ଆତଙ୍କିଙ୍କ ପାଇଁ ଆତଙ୍କ ପାଲଟିଥିଲା ଜୁମ୍ । ଶଇତାନକୁ ଖୋଜି ବାହାର କରିବା ପରେ ନିଜେ ଗୁଳି ଖାଇଥିଲେ ବି କର୍ତ୍ତବ୍ୟ ଭୁଲି ନଥିଲା ଏହି ସେନା କୁକୁର । ଗୁଳି ଖାଇ ମଧ୍ୟ ଆତଙ୍କିଙ୍କ ଉପରେ କରି ଚାଲିଥିଲା ଆକ୍ରମଣ । ଏହି ସାହାସୀ ସେନା କୁକୁରର ଏଭଳି କାମ ଦେଖିଲେ ଆପଣ ବି ତାକୁ ସାଲ୍ଯୁଟ କରିବେ ।

ହେଲେ ସେନାର ଏହି ଲଢୁଆ କୁକୁର ଆତଙ୍କିଙ୍କ ସହ ଲଢେଇ କରି ବର୍ତ୍ତମାନ ଜୀବନ ମରଣ ସହ ଲଢେଇ କରୁଛି । ଆଗାମୀ ୨୪ରୁ ୪୮ଘଣ୍ଟା ଜୁମ୍ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଡାକ୍ତର କହି ସାରିଛନ୍ତି । ଏଭଳି ସ୍ଥିତିରେ ସାରା ଦେଶ ଏବେ ଜୁମ୍ ପାଇଁ ପ୍ରାର୍ଥନା କରୁଛି । ଜାମୁକାଶ୍ମୀର ଅନନ୍ତନାଗ ଅଞ୍ଚଳରେ ଗୋଟିଏ ଘରକୁ ଘେରାବନ୍ଦୀ କରିଥିଲେ ଆତଙ୍କି । ଘର ଭିତରେ ଲୁଚି ରହିଥିବା ଦୁଇଜଣ ଆତଙ୍କବାଦୀଙ୍କୁ ଧରିବାକୁ ସେନା ପହଞ୍ଚିଥିଲେ ମଧ୍ୟ ଭିତରକୁ ପ୍ରବେଶ କରିବା ସମ୍ଭବ ହେଉ ନଥିଲା ।

କାରଣ ସେମାନେ ବନ୍ଧୁକ ଧରି ସେନାକୁ ଟାର୍ଗେଟ କରିଥିଲେ । ଏହି ସମୟରେ ଘର ଭିତରକୁ ଛଡା ଯାଇଥିଲା ସେନାର ଲଢୁଆ କୁକୁର ଜୁମ୍ କୁ । ଜୁମ୍ ଚାଲାଖିର ସହ ଘର ଭିତରକୁ ପ୍ରବେଶ କରି ଆତଙ୍କିଙ୍କୁ ଖୋଜି ତାଙ୍କ ଉପରେ ହଠାତ ଆକ୍ରମଣ କରିଥିଲା । ଜୁମ୍ ଆକ୍ରମଣରେ ଭୟଭୀତ ହୋଇ ସେମାନେ ଜୁମ୍ ଉପରକୁ ଗୁଳିମାଡ କରିଥିଲେ ।

ତଥାପି ଅଟକି ନଯାଇ ଗୁଳିମାଡ ଖାଇ ମଧ୍ୟ ସଂଘର୍ଷ ଜାରି ରଖିଥିଲା ଜୁମ୍ । ଯାହାପରେ ସେନା ଘର ଭିତରେ ପ୍ରବେଶ କରି ଆତଙ୍କିକୁ ନିପାତ କରିପାରେ ସଫଳ ହୋଇଥିଲେ । ଏହି ସଂଘର୍ଷରେ ଜୁମ୍ ର ଗୋଡରେ ଦୁଇଟି ଗୁଳି ବାଜିବା ସହ ମୁହଁରେ ମଧ୍ୟ ଆଘାତ ଲାଗିଛି । ତାକୁ ଗୁରୁତର ଅବସ୍ଥାରେ ଶ୍ରୀନଗରର ଆରମି ପଶୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଜୁମ୍ ଅବସ୍ଥା ବର୍ତ୍ତମାନ ଗମ୍ଭୀର ଥିବାବେଳେ ଡାକ୍ତରୀ ଟିମ୍ ତା’ ଉପରେ ନଜର ରଖିଛନ୍ତି ।

୧୦ ମାସ ହେବ ସେନା ପାଇଁ କାମ କରୁଛି ଅଢେଇ ବର୍ଷର ଏହି ଲଢୁଆ ସେନା କୁକୁର । ଆର୍ମି ତରଫରୁ ଏହି କୁକୁରର ଭିଡିଓ ଅପଲୋଡ କରାଯିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଆଉ ଏହି ଭିଡିଓ ଦେଖିବା ପରେ ଜୁମ୍ ର ସାହାସକୁ ସଭିଏଁ ସାଲ୍ଯୁଟ କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।