ମରିଗଲେ ବି ନିଜ ଘରର ଏହି 1 କଥା କାହାକୁ ବି କହିବେନି, ସାରା ଜୀବନ କାନ୍ଦୁଥିବେ- Chanakya Niti

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ବ୍ୟକ୍ତି ଓ ମହାନ ପୁରୁଷ ଥିଲେ । ତାଙ୍କର ରଚିତ ଚାଣକ୍ୟ ନୀତି ଗ୍ରନ୍ଥରେ ମାନବ ସମାଜକୁ ସଠିକ ମାର୍ଗ ଦେଖାଇବା ପାଇଁ କିଛି ନୀତି ନିୟମ ଉଲ୍ଲେଖ କରା ଯାଇଛି । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିବାରୁ ନିଜ ନୀତି ଓ ଆଦର୍ଶ ବଳରେ ରାଜା ଚନ୍ଦ୍ରଗୁପ୍ତଙ୍କୁ ରାଜଗାଦିରେ ବସାଇ ଥିଲେ । ଆଜି ଆମେ ଆପଣ ମାନଙ୍କୁ ଚାଣକ୍ୟ ନୀତିର ଏମିତି କିଛି ନିୟମ ବିଷୟରେ କହିବାକୁ ଯାଉଛୁ ଯାହା ଆଗରୁ କେବେ ଆପଣ ମାନେ ଜାଣି ନ ଥିବେ ।

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ଚାଣକ୍ୟ ନୀତି ଅନୁସାରେ ପ୍ରତେକ ବ୍ୟକ୍ତିକୁ ନିଜ ଜୀବନର ଏମିତି କିଛି ଘଟଣା କାହା ଆଗରେ କହିବା ଉଚିତ ନୁହେ । ତେବେ ଆସନ୍ତୁ ଜାଣିବା ସେହି ନୀତି ଗୁଡିକ କଣ ଅଟେ ?

୧- ପ୍ରତେକ ମଣିଷ ଜୀବନରେ କିଛି ନା କିଛି ଘଟନା ଘଟିଥାଏ । ଯେମିତିକି ଯଦି ଜଣେ ବ୍ୟକ୍ତି କାହା ଦ୍ଵାରା ଅପମାନ ହୋଇଥାଏ ତେବେ ଏହି କଥାଟିକୁ କେବେ ବି କାହା ସମୁଖରେ ପ୍ରକାଶ କରିବା ଉଚିତ ନୁହେ । ଏପରି କରିବା ଦ୍ଵାରା ପୁର୍ନବାର ପୁଣି ଥରେ ସେହି ବ୍ଯକ୍ତିର ଅପମାନ ହୋଇଥାଏ । ଅନ୍ୟ ଏକ ପରିଜନ ପୁଣି ଥରେ ଆପଣଙ୍କର ପରିହାସ ବା ଥଟା କରି ପାରନ୍ତି । ତେଣୁ ବ୍ୟକ୍ତିକୁ ଅନ୍ୟ ଲୋକଙ୍କ ଆଗରେ ସବୁବେଳେ ସକାରାତ୍ମକ କଥା କହିବା ଉଚିତ ।

୨- କେବେ ବି ଘରର କୌଣସି ଛୋଟ ହେଉ ବା ବଡ ଘଟଣା ବା ଗୋପନୀୟ କଥା ଅନ୍ୟ ଆଗରେ ପ୍ରକାଶ କରିବା ଉଚିତ ନୁହେ । ଏହା ବ୍ଯତୀତ ନିଜ ସ୍ତ୍ରୀର ଚରିତ୍ରର ଓ ସ୍ଵଭାବ ବିଷୟରେ କେବେ ବି ଅନ୍ୟ ସହ ଆଲୋଚନା କରିବା ଉଚିତ ନୁହେ । ଏପରି କରିବା ଦ୍ଵାରା ଆପଣଙ୍କର ଓ ପରିବାରର କ୍ଷତି ହୋଇଥାଏ ।

୩- ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ପ୍ରତେକ ବ୍ୟକ୍ତିଙ୍କୁ କେବେ ବି ନିଜ ମନ କଥା ବା ନିଜ ଜୀବନରେ ଚାଲିଥିବା କୌଣସି ସମସ୍ଯା ବିଷୟରେ ଅନ୍ୟ ସହ ଆଲୋଚନା କରିବା ଉଚିତ ନୁହେ । କାରଣ ଏପରି କରିବା ଦ୍ଵାରା ଅନ୍ୟ ମାନେ ଆପଣଙ୍କର ଭାବନାକୁ ବୁଝନ୍ତି ନାହି ବରଂ ଆପଣଙ୍କର ପରିହାସ କରିଥାନ୍ତି । ସେଥି ପାଇଁ ନିଜର କୌଣସି ଅତି ସମ୍ପର୍କୀୟଙ୍କ ସହ ନିଜ ମନ କଥା ସେୟାର କରନ୍ତୁ ।

୪- ଅନେକ ସମୟରେ ଆମେ ଆମର କିଛି ଭୁଲ ପାଇଁ ଧନ ସମ୍ପତି ହରାଇଥାଉ । କେବେ ବି ଆପଣ ଗରିବ ବା ଦରିଦ୍ରତାର ଜୀବନ ଅତିବାହିତ କରୁଛନ୍ତି ସେ ବିଷୟରେ ଅନ୍ୟ ସହ ଆଲୋଚନା କରିବା ଉଚିତ ନୁହେ । ଏପରି କରିବା ଦ୍ଵାରା ଅନ୍ୟ ମାନେ ଆପଣଙ୍କର ଥଟ୍ଟା କରିଥାନ୍ତି ।

ଲୋକ ମାନେ ଆପଣଙ୍କ ଆଗରେ ସହାନୁଭୁତି ଦେଖାଇଲେ ମଧ୍ୟ ଅନ୍ୟ ପଟେ ଆପଣଙ୍କର କ୍ଷତି କରିଥାନ୍ତି । ସେଥିପାଇଁ ନିଜ ଇଚ୍ଛା ଶକ୍ତିକୁ ଦୃଢ କରି ପାରିଲେ ଆପଣ ନିଜ ଜୀବନରେ ପୁର୍ନବାର ଧନ ପ୍ରାପ୍ତ କରି ପାରିବେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଟିପ୍ପଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।