ନିଜର ୧୪ ବର୍ଷର ଝିଅକୁ ବିଷ ଦେଇ ମାରିଦେଲା ବାପା, ତାହାର ଭୁଲ ମାତ୍ର ଏତିକି ଥିଲା କି…

ପିତା ହିଁ ନିଜର ୧୪ ବର୍ଷର ଝିଅକୁ ବିଷ ଦେଇ ହତ୍ୟା କରିଛି ଓ ଝିଅର ଶବକୁ ଘରେ ଛାଡି ଫେରାର ହୋଇ ଯାଇଛି । ଝିଅର କେବଳ ଏତିକି ମାତ୍ର ଭୁଲ ଥିଲା କି ସେ ପିତାକୁ ଚାବି ଦେବା ପାଇଁ ମନା କରିଦେଲା । ଥାନା ସିବିଲ ଲାଇନର ପୋଲିସ ମୃତ କିଶୋରୀର ଶବ ତା’ର ଘରୁ ବରାମଦ କରିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ, ଅନିତା ସ୍ଵାମୀ ସଚିନ ନିଜର ଚାରି ଜଣ ପିଲାଙ୍କ ସହିତ ମେରଠ ର ଥାନା ସିବିଲ ଲାଇନର ନଗଲା ବଟ୍ଟୁରେ ରହୁଥିଲା ।

କହିବାକୁ ଗଲେ ଅନିତାର ନିଜ ସ୍ଵାମୀ ସଚିନ ସହ ପ୍ରାୟତଃ ବିବାଦ ଲାଗି ରହୁଥିଲା । ଅନିତା ନିଜ ସ୍ଵାମୀ ସଚିନ ବିରୁଦ୍ଧରେ ଯୌତୁକ ନିମନ୍ତେ ମାରପିଟର କେସ ବି ରୁଜୁ କରିଥିଲା । ଯେଉଁଥିରେ ପୋଲିସ ଚାର୍ଜ ଶୀଟ ବି ଲଗାଇ ଥିଲେ । କୁହାଯାଉଛି କି ଘଟଣା ଦିନ ସଚିନ ଘରକୁ ଆସିଲା ଓ ସେ ନିଜର ୧୪ ବର୍ଷୀୟ ଝିଅ ମାହିକୁ ଚାବି ମାଗିଲା । ଯାହାକୁ ଦେବା ପାଇଁ ମାହି ମନା କରିଦେଲା ।

 

ଏହା ପରେ ସଚିନ ରାଗି ଗଲା  ଓ  ନିଜ ଭାଇ, ମା ଓ ପିତାଙ୍କ ସହ ମିଶି ମାହିକୁ ମାରିଦେଲା । ଆରୋପ ଏହା ଅଟେ କି ସମସ୍ତେ ମିଶି ମାହିକୁ ବିଷାକ୍ତ ପଦାର୍ଥ ଦେଲେ ଯାହା ଦ୍ଵାରା ତାହାର ମୃତ୍ୟୁ ହୋଇଗଲା । ଏହା ପରେ ସମସ୍ତେ ଫେରାର ହୋଇଗଲେ । ଘଟଣା ଅନୁସାରେ ଘର ଅନିତାର ସ୍ଵାମୀ ସଚିନ ନାମରେ ଅଛି । ଅନିତା ତ୍ୟାଗୀଙ୍କ ଜଣେ ଭାଇ ୟୁପି ପୋଲିସରେ ବି ଅଛନ୍ତି । ପୋଲିସ ଏହି ମାମଲାର ଯାଞ୍ଚ କରିବାରେ ଲାଗିଛି ।