Rani Panda ଭଳି ମୋତେ ଫେମସ କରିବେ କହିଲେ ଆଉ ନିଜ TRP ପାଇଁ ମୋତେ ସମସ୍ତଙ୍କ ସାମ୍ନାରେ ବେଶ୍ୟା ସଜେଇଲେ : Rajalaxmi Mohapatra

ନିକଟରେ ଏକ ଗଣମାଧ୍ୟମରେ ସମାଜସେବୀ ରାଜଲକ୍ଷ୍ମୀ ମହାପାତ୍ର ଓରଫ ରୋଜିଙ୍କ ଏକ ସାକ୍ଷାତକାର ବେଶ ଭାଇରାଲ ହୋଇଥିଲା । ମିଡିଆ ସାମ୍ନାରେ ସେ ନିଜ ଜୀବନର କିଛି କଳା ପୃଷ୍ଠା ଓଲଟାଇ ଥିଲେ । ତେବେ ଗତକାଲି ରୋଜି ପୁଣି ଥରେ ଏକ ସାକ୍ଷାତକାର ଦେଇଛନ୍ତି । ଯେଉଁଥିରେ ସେ ପୂର୍ବରୁ ସାକ୍ଷାତକାର ଦେଇଥିବା ଗଣମାଧ୍ୟମ ଉପରେ ବିଲକୁଲ ଖୁସି ନଥିବା ଜଣା ପଡ଼ୁଛନ୍ତି । ଏହାର କାରଣ ମଧ୍ୟ ସେ ନିଜେ କହିଛନ୍ତି । ରୋଜିଙ୍କ କହିବା ଅନୁଯାୟୀ, ତାଙ୍କ ସହ ନିକଟରେ ଏକ ଧୋକା ହୋଇଛି ।

ଜଣେ ଫଟୋଗ୍ରାଫରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା । ସେ ଆସି ରୋଜିଙ୍କ ଘରେ ରହୁଥିଲେ ଓ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ । କିନ୍ତୁ ତାଙ୍କୁ ଯେତେବେଳେ ଟଙ୍କାର ଆବଶ୍ୟକ ହେଲା ସେ ନଦେଇ ପଳେଇଲେ । ଏନେଇ ଗଣମାଧ୍ୟମ ଜରିଆରେ ସେ ନ୍ୟାୟ ପାଇବାକୁ ଇଚ୍ଛା କରିଥିଲେ । ତେଣୁ ଦୁଇଟି ଚ୍ଯାନେଲକୁ ଡକାଇଥିଲେ । ସେମାନେ ରୋଜିଙ୍କ ଜୀବନର ସଂପୂର୍ଣ୍ଣ କାହାଣୀ ରେକର୍ଡ କରିଥିଲେ ।

ହେଲେ ରୋଜି ଯାହା ଚାହୁଁଥିଲେ ସେଇଟା ନ ଦେଖାଇ କେବଳ ତାଙ୍କ ଜୀବନର କିଛି ଘଟଣାକୁ ଅଧା ଅଧା କରି ଦେଖିଥିଲେ । ସେ ପୁଣି ଅଶ୍ଳୀଳ କ୍ୟାପସନ ସବୁ ଲେଖିଥିଲେ । ଏନେଇ ରୋଜି ଖୁବ ରାଗି ଯାଇଛନ୍ତି । ସେ ଯାହା ଚାହୁଁଥିଲେ ତାହା ନ ଦେଖାଇ ଚ୍ଯାନେଲ ନିଜ ଟିଆରପି ପାଇଁ ତାଙ୍କ ଇଜ୍ଜତ ସହ ଖେଳ ଖେଳିଛି ବୋଲି ସେ ଅଭିଯୋଗ କରିଛନ୍ତି । ତାଙ୍କ ସହ ପୂର୍ବରୁ ଧୋକା ହୋଇଥିବାରୁ ସେ ମନସ୍ତତ୍ଵବିତଙ୍କ ପାଖରେ ଚିକିତ୍ସିତ ହେଉଛନ୍ତି ଓ ଏହାର ପ୍ରେସକ୍ରିପସନ ମଧ୍ୟ ଦେଖାଇଛନ୍ତି ।

ଯଦି ସେହି ଦୁଇଟି ଚ୍ଯାନେଲ ଆଗକୁ ଆଉ କୌଣସି କ୍ଲିପ ତାଙ୍କ ବିଷୟରେ ପ୍ରସାରିତ କରନ୍ତି କିମ୍ବା ଅଶ୍ଳୀଳ କ୍ୟାପ୍ସନ ଲେଖନ୍ତି ତେବେ ରୋଜି ଡ଼ିସିପି ଅଫିସ ଯାଇ ନିଜ ଉପରେ କିରୋସିନ ଢାଳି ହୋଇଯିବେ ବୋଲି ଧମକ ଦେଇଛନ୍ତି । ରୋଜି କହିଛନ୍ତି କି, ଏନେଇ ସେ ଉକ୍ତ ଚ୍ଯାନେଲ ପାଖରେ ଅଭିଯୋଗ କରିବାରୁ ସେମାନେ ତାଙ୍କୁ କହିଥିଲେ ଆମେ ରାଣୀ ପଣ୍ଡାର ଖରାପ ସାଇଡ ଦେଖେଇ ଦେଖେଇ ଧୀରେ ଧୀରେ ତାକୁ ଫେମସ କରିଦେଲୁ, ତୁମକୁ ବି ସେମିତି କରିବୁ ।

ରୋଜି କିନ୍ତୁ ଏହାର ବିରୋଧ କରିଛନ୍ତି ଓ ଦୁଃଖର ସହ କହିଛନ୍ତି କି ହାଁ ଜୀବନରେ ଦୀର୍ଘ 6 ମାସ ଧରି ଭୋକ ଉପାସରେ ରହିବା ପରେ ନିଜ ପିଲାଙ୍କ ମୁହଁକୁ ଦେଖି ସେ ଖରାପ ଲାଇନ ଆପଣେଇବାକୁ ବାଧ୍ୟ ହୋଇଥିଲେ । ତା’ ବୋଲି ନୁହେଁ କି ତାଙ୍କୁ ସର୍ବ ସମୁଖରେ ଏଭଳି ନଗ୍ନ କରିବା ଉଚିତ ହେବ । ଏନେଇ ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।