Vastu Tips- ନିଜ ରୋଷେଇ ଘରେ ଭୁଲରେ ମଧ୍ୟ ରଖନ୍ତୁ ନାହିଁ ଏହି ସବୁ ଜିନିଷ, ବହୁତ ଶୀଘ୍ର ହେଇଯିବେ ବର୍ବାଦ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଏ ଦୁନିଆ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି । ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଯାହା ସବୁ ଲେଖା ହୋଇଥାଏ ତାହା ସତ୍ୟ ଅଟେ ବୋଲି ଭଗବାନ ଶିବ ମଧ୍ୟ କହିଛନ୍ତି । ଶାସ୍ତ୍ର ରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଆମେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଆମେ ଘର ନିର୍ମାଣ କରିଥାଉ । ଯଦି ଆମେ ବାସ୍ତୁ ଶାସ୍ତ୍ର କୁ ନ ମାନି କୌଣସି କାର୍ଯ୍ୟ କରିଥାଉ ତେବେ ଆମ ଘରେ ଅଶାନ୍ତି ଲାଗି ରହିଥାଏ । ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଆମ ରୋଷେଇ ଘରେ କିଛି ଜିନିଷ କୁ ବାରଣ କରାଯାଇଥାଏ । ଏହାକୁ ଯଦି ଆମେ ଆମ ରୋଷେଇ ଘରେ ରଖିବା ତେବେ ଆମର ବହୁତ ଅନିଷ୍ଟ ହୋଇଥାଏ ।

ତେବେ ଆସନ୍ତୁ ଜାଣିବା କଣ ସେହି ଜିନିଷ ଅଟେ । ବନ୍ଧୁଗଣ ଘର ର ରୋଷେଇ ଘର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ରୋଷେଇ ଘର ସେହି ଘର ର ଲୋକ ଙ୍କ ର ସ୍ୱାସ୍ଥ୍ୟ ଓ ଆର୍ଥିକ ପରିସ୍ଥିତି ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଇଥାଏ ।

ବନ୍ଧୁଗଣ ଶାସ୍ତ୍ର ଅନୁସାରେ ରୋଷେଇ ଘରେ କେବେ ବି ପଶ୍ଚିମ ଦିଗ କୁ ମୁହଁ କରି ରୋଷେଇ କରିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ଘର ର ସଦସ୍ୟ ଙ୍କ ତ୍ୱଚା ଓ ହାଡ଼ ରେ ବିଭିନ୍ନ ପ୍ରକାର ରୋଗ ଦେଖାଦେଇଥାଏ । ଏହା ବ୍ୟତୀତ ଉତ୍ତର ଦିଗ କୁ ମଧ୍ୟ ମୁହଁ କରି ଭୋଜନ ପ୍ରସ୍ତୁତ କରିବା ଉଚିତ ନୁହେଁ ।

ଏପରି କରିବା ଦ୍ୱାରା ଆପଣଙ୍କ ଘରେ ଆର୍ଥିକ ସମସ୍ୟା ଲାଗି ରହିଥାଏ ଓ ଆପଣଙ୍କ ବ୍ୟାପାର ରେ ବହୁତ କ୍ଷତି ହୋଇଥାଏ । ଦକ୍ଷିଣ ଓ ପଶ୍ଚିମ ଦିଗ କୁ କେବେ ମଧ୍ୟ ମୁହଁ କରି ବସି ଖାଇବା ଉଚିତ ନୁହେଁ । ଏହା ଦ୍ବାରା ଘର ର ସମସ୍ତ ସୁଖଶାନ୍ତି ଭଙ୍ଗ ହୋଇଥାଏ ଓ ଘରେ ସବୁବେଳେ କଳି ଝଗଡା ଲାଗି କରି ରହିଥାଏ ।

ରୋଷେଇ ଘରେ ଜଫି ପୂର୍ବ ଦିଗ ରେ ଝରକା ରହିଥାଏ ତେବେ ତାହା ବହୁତ ଭଲ ହୋଇଥାଏ । ଶାସ୍ତ୍ର ଅନୁସାରେ ପୂର୍ବ ଦିଗକୁ ମୁହଁ କରି ରୋଷେଇ କରିବା ଉଚିତ କାରଣ ଏପରି କରିବା ଦ୍ୱାରା ସେହି ଘରେ ସୁଖ ଶାନ୍ତି ବଜାୟ ରହିଥାଏ ।

ମହିଳା ମାନେ ସବୁବେଳେ ଧ୍ୟାନ ଦେବା ଉଚିତ ଯେ ଆପଣଙ୍କ ରୋଷେଇ ଘରେ ଥିବା ଟ୍ୟାପ ରୁ ଯେପରି ଠପ ଠପ ହୋଇ ପାଣି ନ ପଡେ । ଯଦି ଆପଣଙ୍କ ଘରେ ଏପରି ହେଉଛି ତେବେ ତୁରନ୍ତ ଏହାକୁ ମରାମତି କରନ୍ତୁ । କାରଣ ଏପରି ହେବା ଦ୍ଵାରା ଘରେ ଆର୍ଥିକ ସମସ୍ୟା ଲାଗି ରହିଥାଏ ଓ ଘରେ ସବୁବେଳେ ଅଶାନ୍ତି ଦେଖା ଦେଇଥାଏ ।

ରୋଷେଇ ଘରେ କେବେ ମଧ୍ୟ ଝାଡୁ କିମ୍ବା ଜୋତା ରଖନ୍ତୁ ନାହିଁ । କାରଣ ଏହା ଦ୍ଵାରା ମାତା ଅନ୍ନପୂର୍ଣ୍ଣା କ୍ରୋଧିତ ହୋଇଥାନ୍ତି । ରୋଷେଇ ଘରକୁ ସବୁବେଳେ ସ୍ନାନ କରି ପ୍ରବେଶ କରିବା ଉଚିତ । ଯଦି ଆପଣ ଏପରି କରୁ ନାହାନ୍ତି ତେବେ ଆପଣଙ୍କ ଘରେ ଧନ ଜନିତ ସମସ୍ୟା ଲାଗି ରହିବ । ତେଣୁ ଆପଣ ସବୁବେଳେ ସ୍ନାନ କରି ରୋଷେଇ ଘରେ ପ୍ରବେଶ କରନ୍ତୁ । ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।