ଭାରତର ପ୍ରମୁଖ ପର୍ବ ହୋଲିକୁ ଆଉ ମାତ୍ର କିଛିଦିନ ବାକି ରହିଲା । ରଙ୍ଗର ପର୍ବ ହୋଲିରେ ଜ୍ଯୋତିଷ ଅନୁସାରେ ରଙ୍ଗ ମାନଙ୍କର ବହୁତ ମହତ୍ଵ ରହିଛି । ସବୁ ରାଶିଙ୍କର ନିଜର ଏକ ଶୁଭ ରଙ୍ଗ ରହିଛି । ଜ୍ଯୋତିଷ ଅନୁସାରେ ମାନ୍ୟତା ରହିଛି କି ଯଦି ରଙ୍ଗକୁ ଧ୍ୟାନରେ ରଖି ହୋଲି ଖେଳିବେ ତେବେ ଜୀବନରେ ସକରାତ୍ମକତା ବୃଦ୍ଧି ପାଇବା ସହ ଆପଣଙ୍କର ମଙ୍ଗଳ ହେବ । ତେବେ ଚାଲନ୍ତୁ ଜଣାଇବା କେଉଁ ରାଶିର ଲୋକେ କେଉଁ ରଙ୍ଗର ହୋଲି ଖେଳିବା ଖେଳିବା ଉଚିତ ।

ମେଷ ରାଶି । ମଙ୍ଗଳ ଗ୍ରହ ହେଉଛନ୍ତି ମେଷ ରାଶିଙ୍କ ସ୍ଵାମୀ ଓ ଶୁଭ ରଙ୍ଗ ରଙ୍ଗ ହେଉଛି ଲାଲ । ଜ୍ଯୋତିଷ ଅନୁସାରେ ଏହି ରାଶିର ଲୋକଙ୍କୁ ଲାଲ ରଙ୍ଗର ବସ୍ତ୍ର ପିନ୍ଧି ଲାଲ ରାଙ୍ଗର ହୋଲି ଖେଳିବା ଉଚିତ । ଏହାଦ୍ବାରା ଆପଣଙ୍କ ଜୀବନରେ ପ୍ରେମ ଓ ସକାରାତ୍ମକ ଊର୍ଜାର ସଂଚାର ହେବ ।
ବୃଷ ରାଶି । ଆପଣଙ୍କ ସ୍ଵାମୀ ଗ୍ରହ ହେଉଛନ୍ତି ଶୁକ୍ର ଓ ଧଳା ଏବଂ ଗୋଲାପି ଆପଣଙ୍କ ଶୁଭ ରଙ୍ଗ । ତେଣୁ ଏହି ରଙ୍ଗର ବସ୍ତ୍ର ପିନ୍ଧି ଏହି ରଙ୍ଗର ହୋଲି ଖେଳିବା ଉଚିତ । ଏହାଦ୍ବାରା ଆପଣଙ୍କ ଜୀବନରେ ସୌଭାଗ୍ୟ ବୃଦ୍ଧି ହେବ ଓ ଜୀବନରେ ଭରପପୁର ସୁଖ ଶାନ୍ତି ଆସିବ ।
ମିଥୁନ ରାଶି । ଆପଣଙ୍କ ସ୍ଵାମୀ ଗ୍ରହ ବୁଧ ଓ ସବୁଜ ହେଉଛି ଆପଣଙ୍କ ଶୁଭ ରଙ୍ଗ । ଜ୍ଯୋତିଷ ଅନୁସାରେ ମିଥୁନ ରାଶିର ଲୋକେ ସବୁଜ ରଙ୍ଗର ପୋଷାକ ପିନ୍ଧି ସବୁଜ ରଙ୍ଗର ହୋଲି ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଜୀବନରେ ମାନ ସମ୍ମାନ ବୃଦ୍ଧି ହେବା ସହ ଆପଣଙ୍କ ପ୍ରେମ ସମ୍ପର୍କରେ ମଧ୍ୟ ଦୃଢତା ଆସିବ ।

କର୍କଟ ରାଶି । ଆପଣଙ୍କ ସ୍ଵାମୀ ଗ୍ରହ ଚନ୍ଦ୍ର ଓ ଶୁଭ ରଙ୍ଗ ହେଉଛି ଧଳା ଏବଂ ଗୋଲାପି । ତେଣୁ ଯଦି ଆପଣ ହୋଲିରେ ଧଳା ଏବଂ ଗୋଲାପି ରଙ୍ଗର ପ୍ରୟୋଗ କରିବେ ତେବେ ଏହା ଆପଣଙ୍କ ସୁଖ ସୌଭାଗ୍ୟକୁ ବଢାଇବା ସହ ଆପଣଙ୍କ ଧନ, ମାନ ଓ ଯଶକୁ ବୃଦ୍ଧି ହେବାରେ ମଧ୍ୟ ସାହାଯ୍ୟ କରିବ ।
ସିଂହ ରାଶି । ସିଂହ ରାଶିର ସ୍ଵାମୀ ଗ୍ରହ ସୂର୍ଯ୍ୟ ହୋଇଥିବାରୁ ଆପଣଙ୍କ ଉପରେ ସୂର୍ଯ୍ୟଙ୍କ ତେଜ ଅଧିକ ରହିଥାଏ । ତେଣୁ ଆପଣ ଯଦି ଧଳା, କ୍ରିମ ଓ ଗୋଲାପି ରଙ୍ଗରେ ହୋଲି ଖେଳିବେ ତେବେ ଏନର୍ଜେଟିକ ଅନୁଭବ କରିବା ସହ ଏହି ରଙ୍ଗ ଆପଣଙ୍କ ଜୀବନରେ ଶୁଭତା ନେଇ ଆସିବ ।
କନ୍ୟା ରାଶି । କନ୍ୟା ରାଶିର ସ୍ଵାମୀ ଗ୍ରହ ବୁଧ ଓ ଶୁଭ ରଙ୍ଗ ସବୁଜ । ଯଦି ଆପଣ ହୋଲିରେ ସବୁଜ ରଙ୍ଗର ବ୍ୟବହାର କରିବେ ତେବେ ଏହା ଆପଣଙ୍କ ଜୀବନରୁ ଆର୍ଥିକ ସମସ୍ଯା ଦୂର କରିବା ସହ ପ୍ରଗତିର ମାର୍ଗ ଖୋଲିଦେବ ।

ତୁଳା ରାଶି । ଏହି ଗ୍ରହର ସ୍ଵାମୀ ଶୁକ୍ର ଓ ଶୁଭ ରଙ୍ଗ ଧଳା, ଗୋଲାପି ଓ ଆକାଶିଆ । ତେଣୁ ହୋଲିରେ ଏହି ରଙ୍ଗର ପୋଷାକ ପିନ୍ଧି ଏହି ରଙ୍ଗରେ ହୋଲି ଖେଳିଲେ ଆପଣଙ୍କ ଜୀବନରେ ଖୁସି ଆହୁରି ବୃଦ୍ଧି ହେବ ।
ବିଛା ରାଶି । ଏମାନଙ୍କ ସ୍ଵାମୀ ଗ୍ରହ ମଙ୍ଗଳ ଓ ଶୁଭ ରଙ୍ଗ ଲାଲ ଏବଂ ଗୋଲାପି । ତେଣୁ ଆପଣ ଯଦି ହୋଲିରେ ଏହି ସବୁ ରଙ୍ଗର ବ୍ୟବହାର କରିବେ ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ ଓ ଜୀବନରେ ସୁଖ ସମୃଦ୍ଧି ନେଇ ଆସିବ ।
ଧନୁ ରାଶି । ଏହି ରାଶିର ସ୍ଵାମୀ ଦେବଗୁରୁ ବୃହସ୍ପତି ଓ ଶୁଭ ରଙ୍ଗ ହେଉଛି ହଳଦିଆ । ତେଣୁ ଯଦି ଆପଣ ହୋଲିରେ ହଳଦିଆ ଓ ନାରଙ୍ଗି ରଙ୍ଗର ପ୍ରୟୋଗ କରିବେ ତେବେ ଜୀବନରେ ସୁଖ ସମୃଦ୍ଧି ସହ ଆପଣଙ୍କ ପରିଜନଙ୍କ ସହ ଆପଣଙ୍କ ସମ୍ପର୍କ ଆହୁରି ମଜବୁତ ହେବ ।

ମକର ରାଶି । ଏହି ରାଶିର ସ୍ଵାମୀ ଶନିଦେବ ଓ ତାଙ୍କ ପ୍ରିୟା ରଙ୍ଗ ହେଉଛି ନୀଳ । ତେଣୁ ଜ୍ଯୋତିଷ ଅନୁସାରେ ଏହି ରାଶିର ଲୋକ ନୀଳ ରଙ୍ଗର ପ୍ରୟୋଗ କରିବା ସଫଳତା ଦୃଷ୍ଟିରୁ ଉତ୍ତମ ବୋଲି ମାନା ଯାଇଥାଏ ।
କୁମ୍ଭ ରାଶି । ଏହି ରାଶିର ମଧ୍ୟ ସ୍ଵାମୀ ଶନିଦେବ ଓ ଶୁଭ ରଙ୍ଗ ନୀଳ ଅଟେ । ଏହି ରାଶିର ଲୋକେ ବହୁତ ଉତ୍ସାହୀ ସ୍ଵଭାବର ହୋଇଥାନ୍ତି । ତେଣୁ ଏହି ରାଶିର ଲୋକେ ହୋଲି ଦିନ ନୀଳ ରଙ୍ଗର ବ୍ୟବହାର କରିବା ଦ୍ଵାରା ଶନିଦେବଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ ।
ମୀନ ରାଶି । ଏହି ରାଶିର ମଧ୍ୟ ସ୍ଵାମୀ ବୃହସ୍ପତି ଓ ଶୁଭରଙ୍ଗ ହଳଦିଆ । ଏହି ରାଶିନକ ଉପରେ ବୃହସ୍ପତିଙ୍କ ପ୍ରଭାବ ଖୁବ ଅଧିକ ରହିଥାଏ । ତେଣୁ ମୀନ ରାଶିର ଲୋକେ ହଳଦିଆ ରଙ୍ଗରେ ହୋଲି ଖେଳିବା ଦ୍ଵାରା ଧନ ଓ ଐଶ୍ଵର୍ଯ୍ୟ ପ୍ରାପ୍ତ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।