କୋଭିଡ ବେଳର ଦୁଃଖ କହି ଭୋ-ଭୋ ହେଇ କାନ୍ଦି ପକାଇଲେ ସିରିଏଲ ‘ମଙ୍ଗଳା ଚରଣ’ ର ମଙ୍ଗଳା, କହିଲେ ‘ମୁଁ କେବଳ ଗୋଟିଏ ବେଳା ଖାଏ, କାରଣ…’ ଦେଖନ୍ତୁ video

ତରଙ୍ଗ ଚ୍ଯାନେଲରେ ଏବେ ନୂଆରେ ପ୍ରସାରିତ ହେଉଛି ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ନୂଆ କାର୍ଯ୍ୟକ୍ରମ ‘ଜିତିବ ଓଡିଶା’ । ଶୋ ଟିକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି ଓ ଭଲ ପାଇବା ମଧ୍ୟ ଦେଉଛନ୍ତି । ଶୋ’କୁ ସବ୍ୟସାଚୀ ନିଜେ ହୋଷ୍ଟ କରୁଛନ୍ତି । ଏକ ଏପିସୋଡରେ କିଛି ଓଡିଆ ସିରିଏଲରେ ମୁଖ୍ୟ ଭୂମିକାରେ ଥିବା କିଛି ଅଭିନେତ୍ରୀ ଏହି ଶୋ’ରେ ଯୋଗ ଦେଇଥିଲେ । ଆଉ ସବ୍ୟସାଚୀ ତାଙ୍କୁ କରୋନା ସମୟ କିପରି ବିତିଥିଲା ବୋଲି ପଚାରିଥିଲେ ।

ଏହି ସମୟରେ ଅଭିନେତ୍ରୀ ମାନେ ପ୍ରକାଶ କରିଥିବା ଦ-ର-ଦ-ଭରା କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ । କରୋନା ମହାମାରୀ ଯେତେବେଳେ ଆରମ୍ଭ ହୋଇଥିଲା ତାହା ଏମିତି ଏକ ସମୟ ଥିଲା ଯାହା ପ୍ରତ୍ଯେକଙ୍କ ନିଦ ହଜାଇ ଦେଇଥିଲା । ଜୀବନର ଭୟ ସାଙ୍ଗକୁ ଆର୍ଥିକ ପରିସ୍ଥିତି ସମସ୍ତଙ୍କୁ କଲବଲ କରୁଥିଲା ।

ଲକଡାଉନ ଘୋ-ଷ-ଣା ହେବା ପରେ ଅନେକ ଲୋକଙ୍କ ଚାକିରି ଚାଲି ଯାଇଥିଲା ଓ ଦିନ ମଜୁରିଆ ମାନେ ମଧ୍ୟ ସେହି ସମୟରେ ଯେଉଁ ଦୁଃଖ ଦେଖିଛନ୍ତି ସେଥିରୁ ବାହାରିବା ପାଇଁ ଆଜି ଯାଏଁ ବି ଅଣ୍ଟା ଭିଡୁଛନ୍ତି । କୋଟି କୋଟି ଲୋକଙ୍କ ମନରେ ଭୟ ଆଉ ପେଟର ଭୋକ ସେହି ସମୟ ଦେଖିଛି । ସାଧାରଣ ଲୋକ ଠାରୁ ଆରମ୍ଭ କରି ଅଭିନେତା ଓ ଅଭିନେତ୍ରୀଙ୍କୁ ମଧ୍ୟ ଛାଡି ନଥିଲା ଆର୍ଥିକ ଅଭାବ ।

ନିଜ କରୋନା ସମୟର ଅନୁଭୂତି ବଖାଣି ଜଣେ ଅଭିନେତ୍ରୀ କହିଥିଲେ ସେ ସେତେବେଳେ ଓଡିଆ ସିରିଏଲରେ କାମ ପାଇବା ପାଇଁ ଚେଷ୍ଟା କରୁଥିଲେ । ଠିକ ସେହି ସମୟରେ ଲକଡାଉନ ହୋଇ ଯାଇଥିଲା । ଆଉ ସେ ହଷ୍ଟେଲରେ ରହିଥିଲେ । ତାଙ୍କ ଘରର ଆର୍ଥିକ ଅବସ୍ଥା ବି ସେତେ ଭଲ ନଥିଲା । ତାଙ୍କ ବାପା ମଧ୍ୟ କାମ ଛାଡି ଘରେ ବସିଥିଲେ । ତେଣୁ ସେ ନିଜ ଖର୍ଚ୍ଚ ପାଇଁ ଘର ଉପରେ ଚାପ ପକାଇବାକୁ ଚାହୁଁ ନଥିଲେ ।

ସେହି ସମୟରେ ସେ ଖାଇବାକୁ ବି ପାଉ ନଥିଲେ । ଦିନରେ କେବଳ ଗୋଟିଏ ଥର ଖାଇ ରହି ଯାଉଥିଲେ । ତାଙ୍କ ପର୍ସରେ ମାତ୍ର ୨୫୦ ଟଙ୍କା ଥିଲା । ଯାହାକି ସେ ଦରକାର ପଡିଲେ ଯେମିତି ଘରକୁ ଯାଇପାରିବେ ସେଥିପାଇଁ ରଖିଥିଲେ । ଏହି କଥା ପ୍ରକାଶ କରିବା ବେଳେ ସେ ଅତ୍ୟନ୍ତ ଭାବୁକ ହୋଇ ଯାଇଥିଲେ ଓ କାନ୍ଦି ପକାଇଥିଲେ ।

କରୋନା ମହାମାରୀର ଆରମ୍ଭ ସମୟ ଏପରି ଥିଲା ଯାହା ଅନେକ ବଡବଡିଆଙ୍କୁ ମଧ୍ୟ ଦୋହଲାଇ ରଖି ଦେଇଥିଲା । ଆପଣଙ୍କ ମହାମାରୀ ସମୟର କିଛି ଅନୁଭୂତି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।