ସରପଞ୍ଚ ହେବ ତ ଏମିତି! ନିଜ ଦରମା ଟଙ୍କାରେ ଗାଁ ଲୋକଙ୍କୁ ଚାଉଳ ବାଣ୍ଟିଲେ ଏହି ସରପଞ୍ଚ ବାବୁ, ସମସ୍ତେ କରୁଛନ୍ତି ପ୍ରଶଂସା…. ଦେଖନ୍ତୁ ଭିଡିଓ

କଥା ଦେଇଥିଲେ କଥା ରଖିଲେ । ନିର୍ବାଚନ ପ୍ରତିଶ୍ରୁତି କୁ ପୁରା କରିଲେ । ଲୋକେ କହୁଛନ୍ତି ସରପଞ୍ଚ ହେବ ତ ଏମିତି । ଭୋଟ ବେଳେ ନେତା ମାନେ ଆସନ୍ତି ଆଉ ପୁଳା ପୁଳା ପ୍ରତିଶ୍ରୁତି ଦିଅନ୍ତି । ଆଉ ଭୋଟ ସରିଗଲେ ଜନତା ଙ୍କୁ ଭୁଲି ଯାଆନ୍ତି । ଏଭଳି ଉଦାହରଣ ବନ୍ଧୁଗଣ ଆପଣ ନିଶ୍ଚୟ ଦେଖିଥିବେ ।

 

କିନ୍ତୁ ଭୋଟ ବେଳେ ଦେଇଥିବା ପ୍ରତିଶ୍ରୁତି ନେତା ଙ୍କୁ ଆଜି ଆପଣ ମାନେ ନିଶ୍ଚୟ ଏହି ଭିଡିଓ ରେ ଦେଖିବାକୁ ପାଇବେ । ଏ ହେଉଛନ୍ତି ନୂଆପଡା ଜିଲ୍ଲା କୋମନା ପଞ୍ଚାୟତ ର ସରପଞ୍ଚ ମୃତ୍ୟୁଞ୍ଜୟ ପାଣିଗ୍ରାହୀ । ଯିଏ ଜନତା ଙ୍କୁ ନିଜ ପରିବାର ବୋଲି କୁହନ୍ତି । ଆଉ ସେମାନଙ୍କ ଦୁଖ ସୁଖରେ ଠିଆ ହୋଇଥାନ୍ତି ।

ଗତ ପଞ୍ଚାୟତ ନିର୍ବାଚନ ବେଳେ ଯାହା ଯାହା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ସେ ଭୋଟ ଅପିଲ କରିଥିଲେ ଏବେ ଗୋଟି ଗୋଟି କରି ସେ ସବୁ ପୁରା କରୁଛନ୍ତି । କିଛି ଦିନ ହେବ ନୂଆପାଡା ଜିଲ୍ଲା ରେ ଅସହ୍ୟ ଖରା ହେବା ସହ ଦିନ 9ଟା ରୁ ରାସ୍ତା ଘାଟ ସୁନସାନ ହୋଇ ଯାଉଛି । ଲୋକେ ଘରେ ଭିତରେ ରହିବା କଷ୍ଟକର ଆଉ ବାହାରକୁ ବାହାରିବେ ବା କେମିତି ।

ଟାଏଁ ଟାଏଁ ଖରା ରେ କିନ୍ତୁ ଏମାନଙ୍କୁ 3ରୁ 4 କିମି ଦୂର କୋମନା ପଞ୍ଚାୟତ କୁ ଯାଇ ଚାଉଳ ଆଣିବାକୁ ପଡୁଥିଲା । ସକାଳୁ ସକାଳୁ ବାହାରି ଗଲେ ଲୋକ ମାନେ ସନ୍ଧ୍ୟା ରେ ଯାଇ ଘରକୁ ଫେରୁଥିଲେ । ହନ୍ତସନ୍ତ ହୋଇ ଯାଉଥିଲେ ଲୋକେ । ଲୋକଙ୍କ ଏ ଦୁଖ ଦେଖି ସହିପାରିଲେ ନାହିଁ ସରପଞ୍ଚ ।

ସେଥିପାଇଁ ନିଜର ମାସିକ ଦରମା ଟଙ୍କାରେ ଏକ ଟ୍ରାକ୍ଟର ଭଡାରେ ଆଣି ଲୋକଙ୍କ ଘରକୁ ଚାଉଳ ଯୋଗାଇ ଦେବାକୁ ନିସ୍ପତି ନେଲେ । ଏବେ ଆଉ ଲୋକଙ୍କୁ ଖରା ତାତି ରେ ଏତେ ଦୂରକୁ ଜୀବକଉ ପଡୁ ନାହିଁ । ଅସହ୍ୟ ତାତି କୁ ଖାତିର ନାହିଁ । ବଡ ପାହାଡ ଘେରା ଫରୁଆ ମୁଣ୍ଡା ବୀର ସିଂ ପଡା, ପହରିଆ ପଡା ଆଦି ଗାଁ  ର ଘରକୁ ଘର ଯାଇ ଚାଉଳ ନେବା ପାଇଁ ଲୋକଙ୍କୁ ଡାକୁଛନ୍ତି ସରପଞ୍ଚ ।

ଯିଏ ଚାଉଆଲ ବୋହି ନେବାକୁ ଆକ୍ଷମ ନିଜେ ବୋହି ଘରବେ ଦେଇ ଆସୁଛନ୍ତି । ଜଣେ ଜନ ପ୍ରତିନିଧି ହିସାବରେ ନିଜ କର୍ତ୍ତବ୍ୟ କୁ ଠିକ ବୁଝିଛନ୍ତି ମୃତ୍ୟୁଞ୍ଜୟ । ସରକାର ତାଙ୍କୁ ମାସିକ 2050 ଟଙ୍କା ଭତ୍ତା ଦିଅନ୍ତି ସେହି ଟଙ୍କାରେ ଏକ ଟ୍ରାକ୍ଟର ଭଡାରେ ଆଣି ଗାଁ ଗାଁ ଯାଇ ଲୋକଙ୍କୁ ଚାଉଳ ବାଣ୍ଟୁଛନ୍ତି । 3ଟି ଗାଁ ର 110 ଜଣଙ୍କୁ ଚାଉଳ ଯୋଗାଇ ଦେଉଛନ୍ତି ସରପଞ୍ଚ ମୃତ୍ୟୁଞ୍ଜୟ । ନିଜ ଗାଁ ରେ ଘରେ ବସି ଚାଉଳ ମିଳିଯିବା ନେଇ ଲୋକେ ମଧ୍ୟ ବେଶ ଖୁସି ପ୍ରକାଶ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।