ଗୋଟିଏ ଚାଷି ସବୁଦିନ ସକାଳେ ଉଠି ନିଜ ଗ୍ରାମର କୂଅରୁ ପାଣି ନେଇ ଘରକୁ ଆସୁଥିଲା । କୂଅରୁ ପାଣି ଆଣିବା ପାଇଁ ଚାଷି ପାଖରେ ଦୁଇଟି ହିଁ ମାଠିଆ ଥିଲା । କିନ୍ତୁ ଏହି ଦୁଇଟି ମାଠିଆ ମଧ୍ୟରୁ ଗୋଟିଏ ମାଠିଆ ମଝିରୁ ଭାଙ୍ଗି ଯାଇଥିଲା । ଯେଉଁ କାରଣରୁ ମାଠିଆରେ ପାଣି ଭର୍ତ୍ତି କରିଲେ ସେଥିରୁ ପାଣି ବାହାରି ଯାଉଥିଲା ଓ ସବୁଦିନ ଘରକୁ ୧.୫ ମାଠିଆ ପାଣି ହିଁ ଆସି ପାରୁଥିଲା ।
ଦିନେ ଭଙ୍ଗା ମାଠିଆ ନିଜ ଭିତରେ ଥିବା ଅଭାବ ପାଇଁ ବହୁତ ଦୁଃଖ ଅନୁଭବ କଲା ଓ ସେ ନିଜର ହୃଦୟର କଥା ଚାଷିକୁ କହିଲା । ମାଠିଆଟି ଚାଷିକୁ କହିଲା କି ‘ମୁଁ ଭଙ୍ଗା ମାଠିଆ ଅଟେ ଓ ଏହି କାରଣରୁ ଆପଣ ସବୁଦିନ ଅଧା ମାଠିଆ ପାଣି ହିଁ ଘରକୁ ଆଣି ପାରୁଛନ୍ତି । ଯେଉଁ କାରଣରୁ ଆପଣଙ୍କର ପରିଶ୍ରମ ବ୍ୟର୍ଥ ଯାଉଛି ।
ଚାଷି ଜଣକ ମାଠିଆର କଥାକୁ ବହୁତ ଗମ୍ଭୀରତା ସହ ଶୁଣୁ ଥିଲା ଓ ଶେଷରେ ମାଠିଆକୁ କହିଲା କି କାଲି କୂଅରୁ ଘରକୁ ଆସିବା ସମୟରେ ତୁମେ ନିଜ ଆଖପାଖରେ ଥିବା ଫୁଲକୁ ଦେଖିବ ।
ଚାଷିର କଥା ମାନି ତା ପର ଦିନ ମାଠିଆଟି ଘରକୁ ଫେରିବା ସମୟରେ ନିଜ ପଟେ ଥିବା ବହୁତ ଫୁଲ ଗୁଡିକ ଦେଖିଲା । କିନ୍ତୁ ଭଲ ମାଠିଆ ପଟେ ଭଙ୍ଗା ମାଠିଆକୁ କୌଣସି ବି ଫୁଲ ନଜର ଆସିଲା ନାହିଁ । ନିଜ ପଟେ ଥିବା ଫୁଲକୁ ଦେଖି ଭଙ୍ଗା ମାଠିଆ ବହୁତ ଖୁସି ହୋଇଗଲା । କିନ୍ତୁ ଘରେ ପହଞ୍ଚି ଦେଖିଲା କି ସେ ପୁଣି ଅଧା ପାଣି ହିଁ ଆଣି ପାରିଛି ଓ ପୁଣିଥରେ ସେ ଦୁଃଖୀ ହୋଇଗଲା ।
ଏହା ପରେ ଚାଷୀ ଜଣକ ମାଠିଆକୁ ପଚାରିଲେ କି ବର୍ତ୍ତମାନ ତୁମେ ବହୁତ ଖୁସି ଥିଲ, ଓ ଦୁଃଖୀ କାହିଁକି ହୋଇଗଲ ? ଏହା ପରେ ମାଠିଆ ନିଜ କମଜୋରିକୁ ଚାଷିକୁ କହିଲା । ମାଠିଆର କଥା ଶୁଣି ଚାଷି ଜଣକ କହିଲେ କି, ଯେଉଁ ଫୁଲ ଗୁଡିକ ଦେଖି ତୁମେ ଖୁସି ହେଉଥିଲ ସେ ଗୁଡିକ ତୁମ କାରଣରୁ ହିଁ ଫୁଟିଛନ୍ତି । କାହିଁକି ନା ଯେତେବେଳେ ବି ତୁମ ଭିତରୁ ପାଣି ବାହାରି ରାସ୍ତାରେ ପଡୁଥିଲା, ସେତେବେଳେ ଏହା ଦେଖି ମୁଁ ରାସ୍ତାରେ ଛୋଟ ଛୋଟ ଫୁଲ ଗଛ ଲଗାଇ ଦେଲି ।
ଏହି ଗଛ ଗୁଡିକ ଉପରେ ସବୁଦିନ ତୁମର ପାଣି ପଡୁଥିଲା । ଯେଉଁ କାରଣରୁ ଏହି ଫୁଲ ଗୁଡିକ ସତେଜ ଥିଲେ । ତୁମ କାରଣରୁ ଲୋକମାନେ ଫୁଲ ପାଆନ୍ତି । ଚାଷିର କଥା ଶୁଣି ମାଠିଆଟି ବହୁତ ଖୁସି ହୋଇଗଲା ଓ ତାକୁ ଅନୁଭବ ହେଲା କି ଭଙ୍ଗା ହୋଇଥିବା କାରଣରୁ ରାସ୍ତାରେ ସମସ୍ତ ଫୁଲ ସତେଜ ଅଛନ୍ତି ।
ଏହି କାହାଣୀରୁ ଆମକୁ ଏହି ଶିକ୍ଷା ମିଳୁଛି କି ମଣିଷ ଭିତରେ ଯଦି କୌଣସି ଅଭାବ ରହିଛି, ତେବେ ତା’ ପାଇଁ ଦୁଃଖ କରିବା ପରିବର୍ତ୍ତେ ସେହି କମଜୋରିକୁ ଶକ୍ତିରେ ପରିଣତ କରନ୍ତୁ । ଯାହା ଦ୍ଵାରା ତୁମେ ନିଜର କମଜୋରି ଉପରେ ହିଁ ସଫଳତା ହାସଲ କରି ପାରିବ ।