ସହିଦ ପୁଅର ପାର୍ଥିବ ଶରୀରକୁ ଦେଖି ମା କରିଲେ ସ୍ୟାଲୁଟ, କହିଲେ – ମୋ ହିରୋ ଆସି ଗଲା, ବିକ୍ରମାଦିତ୍ୟକୁ ବଞ୍ଚାଉଥିବା ସମୟରେ…

ନୌସେନାର ବିମାନ ବାହକ ପୋତ ଆଈଏନଏସ ବିକ୍ରମାଦିତ୍ୟରେ ଶୁକ୍ରବାର ଦିନ ହୋଇଥିବା ଦୁର୍ଘଟଣାରେ ନୌସେନାର ଅଧିକାରୀ ଧର୍ମେନ୍ଦ୍ର ସିଂହ ଚୌହାନ ସହିଦ ହୋଇ ଯାଇଛନ୍ତି । ଶନିବାର ଦିନ ଧର୍ମେନ୍ଦ୍ରଙ୍କର ପାର୍ଥିବ ଶରୀରକୁ ନୌସେନା ସମ୍ମାନର ସହିତ ତାଙ୍କର ବାସଭବନ ରତଲାମରେ ପରିବାରକୁ ସମର୍ପିତ କରି ଦେଇଛନ୍ତି । ଯେଉଁଠି ତାଙ୍କର ଅନ୍ତିମ ସଂସ୍କାର ବି କରି ଦିଆ ଯାଇଛି ।

ଏହି ସମୟରେ ସହିଦ ଧର୍ମେନ୍ଦ୍ରଙ୍କର ପାର୍ଥିବ ଶରୀରକୁ ଦେଖି ତାଙ୍କର ମା ସର୍ବେ ପ୍ରଥମେ ନିଜ ପୁଅକୁ ସ୍ୟାଲୁଟ କରିଲେ । ଏବଂ ଏହା ପରେ କହିଲେ କି, ମୋ ହିରୋ ଆସି ଯାଇଛି । ଏହାକୁ ଦେଖି ସେଠି ଥିବା ସମସ୍ତଙ୍କ ଆଖିରୁ ଲୁହ ଚାଲି ଆସିଥିଲା । ଧର୍ମେନ୍ଦ୍ର ସିଂହଙ୍କର ପାର୍ଥିବ ଶରୀରକୁ ସମସ୍ତେ ଶ୍ରନ୍ଧାଜଳି ଦେଲେ । ଏହା ପରେ ଧ୍ରମେନ୍ଦ୍ରଙ୍କର ଘରୁ ବାହାରିଥିବା ଅନ୍ତିମ ଯାତ୍ରା ସମୟରେ ବିଭିନ୍ନ ଲୋକମାନେ ରାସ୍ତାରେ ଛିଡା ହୋଇ ତାଙ୍କ ଉପରେ ଫୁଲ ପକାଇ ଥିଲେ । ଏବଂ ଭାରତ ମାତାର ନାରା ଲଗାଇ ଥିଲେ ।

୧.୫ ମାସ ପୂର୍ବରୁ ହୋଇଥିଲା ବାହାଘର

ଧର୍ମେନ୍ଦ୍ର ସିଂହ ନୌସେନାରେ ଲେଫ୍ଟିନେଂଟ କମାଣ୍ଡର ରୂପରେ କାର୍ଯ୍ୟରତ ଥିଲେ । ଏବଂ ତାଙ୍କର ବୟସ ମାତ୍ର ୩୦ ବର୍ଷ ଥିଲା । ସେ ୨୦୧୩ ରେ ନୌସେନାରେ ସାମିଲ ହୋଇଥିଲେ । ଏବଂ ଧର୍ମେନ୍ଦ୍ରଙ୍କର ବାହାଘର ଏହି ବର୍ଷ ୧.୫ ମାସ ପୂର୍ବେ ହିଁ ହୋଇଥିଲା । କହିଦେଉଛୁ ଯେ ରତଲାମର ରିଦ୍ଧି-ସିଦ୍ଧି କଲୋନୀରେ ଧର୍ମେନ୍ଦ୍ର ସିଂହ ରହୁଥିଲେ ।

ଶୁକ୍ରବାର ଦିନ ହୋଇଥିଲା ଦୁର୍ଘଟଣା

କୁହାଯାଉଛି କି ଶୁକ୍ରବାର ଦିନ ନୌସେନାର ସବୁଠୁ ବଡ ବିମାନ ବାହକ ପୋତ ଆଈଏନଏସ ବିକ୍ରମାଦିତ୍ୟରେ ନିଆଁ ଲାଗି ଯାଇଥିଲା । ଏବଂ ନିଆଁ ସେତେବେଳେ ଲାଗିଥିଲା ଯେତେବେଳେ ଏହି ପୋତ କର୍ଣାଟକର କାରବାଡର ବନ୍ଦରରେ ପହଞ୍ଚିଥିଲା । କିନ୍ତୁ ଯବାନମାନେ ବହୁତ ଚେଷ୍ଟା ପରେ ନିଆଁକୁ ଆୟତ କରିବାରେ ସଫଳ ହେଲେ । ଏହି ସମୟରେ ଧର୍ମେନ୍ଦ୍ର ସିଂହ ଚୌହାନ ମଶୀନରୀ କଂପାର୍ଟମେଂଟକୁ ନିଆଁରୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କରିଥିଲେ ଏବଂ ନିଆଁକୁ ଲିଭାଇ ବି ଦେଲେ ।

କିନ୍ତୁ ଏହି ସମୟରେ ସେ ନିଆଁ ଏବଂ ଧୂଆଁ କାରଣରୁ ଅଚେତ ହୋଇଗଲେ । ଯାହା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଗଲା । କିନ୍ତୁ ଡାକ୍ତରମାନେ ଧର୍ମେନ୍ଦ୍ରଙ୍କୁ ବଞ୍ଚାଇ ପାରିଲେ ନାହିଁ ଏବଂ ସେ ସହିଦ ହୋଇଗଲେ । ଏହି ଦୁର୍ଘଟଣାର ଯାଞ୍ଚ ପାଇଁ ନୌସେନାର ଅଧିକାରୀମାନେ ବୋର୍ଡ ଅଫ ଇଂକ୍ୱାୟରୀକୁ ଆଦେଶ ଦେଇଛି । ଏହି ଇଂକ୍ୱାୟରୀ ପରେ ଜଣା ପଡିଯିବ କି କେଉଁଭଳି ଭାବରେ ଆଈଏନଏସ ବିକ୍ରମାଦିତ୍ୟରେ ନିଆଁ ଲାଗି ଥିଲା ।