IPL Auction 2019: ନିଜ ବେସପ୍ରାଇସ ରୁ 42 ଗୁଣା ଅଧିକା ରେ ବିକ୍ରି ହେଲେ ଏହି ଖେଳାଳି, ପୁରା ଦୁନିଆ ହେଲା ଆଶ୍ଚର୍ଯ୍ୟ

IPL Auction 2019 ରେ ଗୋଟିଏ ଖେଳାଳି ପାଇଁ ଲାଗିଥିବା ବୋଲିରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା । ଏହି ଖେଳାଳୀକୁ ଜୟଦେବ ଉନଡକଟଙ୍କର ବରାବର ଟଙ୍କା ମିଲିଛି । ଉନଡକଟଙ୍କୁ ରାଜସ୍ଥାନ ରୟଲ୍ସ କିଣିଛନ୍ତି ଏବଂ ବରୁଣଙ୍କୁ କିଂଗ୍ସ ଇଲେବନ ପଞ୍ଜାବ ନିଜ ଟିମରେ ସାମିଲ କରିଛି ।

ବରୁଣ ଚକ୍ରବର୍ତୀ ନାମକ ଏହି ଖେଳାଳୀକୁ ପଞ୍ଜାବର ଟିମ ତାଙ୍କର ବେସପ୍ରାଇଜ ରୁ ୪୨ ଗୁନା ଅଧିକ ଟଙ୍କା ଖର୍ଚ କରି ନିଜର ଟିମରେ ସାମିଲ କରିଛନ୍ତି । ପଞ୍ଜାବ ପାଖରେ ବରୁଣ କୁ କିଣିବାର ଏକ ଅଲଗା କାରଣ ଅଛି ।

କାହିଁକି ବରୁଣ ଉପରେ ପଞ୍ଜାବ ଲଗାଇଲା ବଡ

କିଂଗ୍ସ ଇଲେବନ ପଞ୍ଜାବର ଟିମ ଏହି ଅଲରାଉଣ୍ଡର ଖେଳାଳୀ ଉପରେ ବଡ ବାଜି ଲଗାଇଲା । ବରୁଣ ଘରୋଇ କ୍ରିକେଟରେ ତାମିଲନାଡୁରୁ ଖେଳନ୍ତି । ପଞ୍ଜାବ ଟିମର କପ୍ତାନ ଆର ଅଶ୍ଵିନୀ ଅଛନ୍ତି ଏବଂ ସେ ବି ତାମିଲନାଡୁର ଘରୋଇ କ୍ରିକେଟରେ ଖେଳନ୍ତି । ଅଶ୍ଵିନୀ ବରୁଣଙ୍କୁ ତାମିଲନାଡୁ ପ୍ରିମିୟର ଲିଗରେ ବୋଲିଙ୍ଗ କରୁଥିବାର ଦେଖିଛନ୍ତି ଏବଂ ସେ ଏହି ଯୁବକଙ୍କର ଖେଳ ଦ୍ଵାରା ବହୁତ ପ୍ରଭାବିତ ହୋଇଛନ୍ତି ।

ଏମିତି ଲାଗିଲା ବରୁଣଙ୍କ ଟିମରେ ସାମିଲ କରିବା ପାଇଁ ଜୋର୍ଦାର

ପ୍ରଥମେ ବରୁଣଙ୍କୁ ନିଜ ଟିମରେ ସାମିଲ କରିବା ପାଇଁ ଦିଲ୍ଲୀ ଏବଂ ଚେନ୍ନାଇ ମଧ୍ୟରେ ଜବରଦସ୍ତ ଲଢାଇ ଦେଖିବାକୁ ମିଳିଥିଲା । ଏହା ମଧ୍ୟରେ ଚେନ୍ନାଇ ପାଖରେ ଟଙ୍କା ଶେଷ ହୋଇଗଲା ଏହା ପରେ କିଂଗ୍ସ ଇଲେବନ ପଞ୍ଜାବ ବୋଲି ଲଗାଇବା ଆରମ୍ଭ କରିଦେଲା ଏବଂ ଅନ୍ତରେ ୮ କୋଟି ୪୦ ଲକ୍ଷ ଟଙ୍କାରେ ପଞ୍ଜାବ ଏହି ମିଷ୍ଟ୍ରି ସ୍ପିନରକୁ ନିଜ ଟିମରେ ସାମିଲ କରାଗଲା ।

ଏମିତି ରହିଛି ବରୁଣଙ୍କର ରେକର୍ଡ

ବରୁଣ ଚକ୍ରବର୍ତୀ ତାମିଲନାଡୁ ପ୍ରିମିୟର ଲିଗ ରେ ୧୦ଟି ମ୍ୟାଚରେ ୭.୦୪ ର ଇକୋନୋମି ରେ ବୋଲିଙ୍ଗ କରି ବ୍ୟାଟସମ୍ୟାନଙ୍କର ଶିକାର କରିଥିଲେ । ଏତିକି ନୁହେଁ ବରୁଣ ଗତ ବର୍ଷ କୋଲକାତା ନାଇଟରାଉଡ଼ର୍ସର ଖେଳାଳିଙ୍କୁ ନେଟରେ ବି ଅଭ୍ୟାସ କରାଇଥିଲେ । ବରୁଣଙ୍କ ର ରେକର୍ଡ ବିଷୟରେ କହିଲେ ସେ ୯ ଟି ମ୍ୟାଚରେ ୨୨ ଟି ୱିକେଟ ନେଇଛନ୍ତି । ତାହ ପୁଣି ୪.୨୩ ଇକୋନୋମିରେ ।