ବଲିଉଡର ଏହି ଦିଗ୍ଗଜ ଅଭିନେତ୍ରୀଙ୍କର ହେଲା ମୃତ୍ୟୁ – ପୁରା ବଲିଉଡରେ ଶୋକର ଛାୟା

ବଲୀଉଡର ଅଭିନେତା ଅକ୍ଷୟ ଖନ୍ନାଙ୍କର ମା ଏବଂ ସ୍ଵର୍ଗୀୟ ବିନୋଦ ଖନ୍ନାଙ୍କର ପତ୍ନୀ ଗୀତାଞ୍ଜଳିଙ୍କର ୭୦ ବର୍ଷ ବୟସରେ ନିଧନ ହୋଇ ଯାଇଛି । ସେ ନିଜର ଶେଷ ନିଶ୍ଵାସ ଅଲିବାଗ ସ୍ଥିତ ନିଜର ଘରେ ତ୍ୟାଗ କରି ଥିଲେ । ତାଙ୍କ ମୁର୍ତ୍ୟୁର ଅସଲି କାରଣ କଣ ଅଟେ ଏହା ବିଷୟରେ ସୂଚନା ଆସି ନାହିଁ ।

କିନ୍ତୁ ସେ ପୂର୍ବରୁ ହିଁ ରୋଗରେ ପୀଡିତ ଥିଲେ । ମିଡିୟା ରିପୋର୍ଟସ ଅନୁସାରେ ମାଣ୍ଡବା ସ୍ଥିତ ଫାର୍ମହାଉସରେ ଗୀତାଞ୍ଜଳି ଏବଂ ତାଙ୍କର ଦୁଇ ପୁଅ ଅକ୍ଷୟ ଏବଂ ରାହୁଲ ଏଠି ଯିବା ଆସିବା କରନ୍ତି । ଗୀତାଞ୍ଜଳି ଏବଂ ଅକ୍ଷୟ ଶନିବାର ଦିନ ସକାଳ ୧୧ ଟା ବେଳେ ଏଠାକୁ ଆସିଥିଲେ । ଦ୍ଵିପହର ସମୟରେ ଗୀତାଞ୍ଜଳି ନିଜ ଶରୀର ଅସୁସ୍ଥ ଲାଗୁଛି ବୋଲି କହିଥିଲେ ।

ଏହା ପରେ ସେ ଏକ ଡାକ୍ତରଙ୍କୁ ଦେଖାଇଥିଲେ । ଡାକ୍ତର ତାଙ୍କୁ କିଛି ଔଷଧ ଖାଇବା ପାଇଁ କହିଲେ । ଔଷଧ ଖାଇବା ପରେ ଗୀତାଞ୍ଜଳି ଶୋଇ ପଡିଥିଲେ । ରାତିରେ ଅକ୍ଷୟ ଯେତେବେଳେ ତାଙ୍କ ମାଙ୍କର ଶରୀରକୁ ଆସି ଚେକ କରିଲେ ସେ ସେତେବେଳେ ଦେଖିଲେ କି ତାଙ୍କ ମାଙ୍କର ଶରୀରର ତାପମାତ୍ରା କମ ହୋଇଯାଉଥିଲା ।

ଏହା ପରେ ଅକ୍ଷୟ ନିଜର ଭାଇ ରାହୁଳକୁ ଡାକିଲେ ଏବଂ ଦୁଇ ଜଣ ମାଙ୍କୁ ନେଇ ସିବିଲ ହସପିଟାଲରେ ପହଞ୍ଚିଲେ ।

ଯେଉଁଠି ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଲେ । ଗୀତାଞ୍ଜାଳୀଙ୍କର ଅନ୍ତିମ ସଂସ୍କାର କରାଦିଆ ଯାଇଛି । କହିଦେଉଛୁ ଯେ ଗତ ବର୍ଷ ବିନୋଦ ଖନ୍ନାଙ୍କର କ୍ୟାନ୍ସର କାରଣରୁ ନିଧନ ହୋଇଯାଇଛି । ଗୀତାଞ୍ଜଳି ଏବଂ ବୋନୋଦ ଖନ୍ନାଙ୍କର ବାହାଘର ୧୯୭୧ ମସିହାରେ ହୋଇଥିଲା । ଏହା ପରେ ୧୯୮୫ ରେ ତାଙ୍କର ତଲାକ ହୋଇ ଯାଇଥିଲା ।