ନିଆରା ପ୍ରେମ କାହାଣୀ, PUBG ରୁ ଆରମ୍ଭ ହେଲା ପ୍ରେମ ଆଉ ପ୍ରେମିକ ପାଖକୁ ପାକିସ୍ତାନ ରୁ ଭାରତ ଆସିଲା ପ୍ରେମିକା

ପବଜି ରୁ ପ୍ରେମ ଆଉ ପାଗଳ କରିଲା ପ୍ରେମ । 4 ଜଣ ପିଲାଙ୍କ ଛାଡି ଭାରତ ଆସିଲା ପ୍ରେମିକା । ହଁ ଦର୍ଶକ ବନ୍ଧୁ ପ୍ରେମ କେତେବେଳେ କାହା ସହ ଆରମ୍ଭ ହୁଏ ତାହା ଜଣା ପଡି ନ ଥାଏ । ପ୍ରେମ କେବେ ଜାତି, ଧର୍ମ, ବୟସର ତାରତମ୍ୟ ଦେଖେ ନାହିଁ । ସେଥିପାଇଁ ତ ପ୍ରେମକୁ ଅନ୍ଧ ବୋଲି କୁହାଯାଏ । ମାତ୍ର ଅଢେଇ ଅକ୍ଷରର ଏହି ଶବ୍ଦ ଭିତରେ ରହିଛି ପ୍ରେମ ସଦା । ତେଣୁ କୁହାଯାଏ ଯିଏ ପ୍ରେମ କରିଛି ସିଏ ଜାଣିଛି ସଚ୍ଚା ପ୍ରେମ କଣ ?

କିନ୍ତୁ ଯେବେ ଭାରତ ପାକିସ୍ତାନ କଥା ଉଠେ ସେତେବେଳେ ଶତ୍ରୁତା କଥା ଆସିଥାଏ । ତେବେ ଏମିତି ଏକ ଘଟଣା ଏବେ ସାମନାକୁ ଆସିଛି । ପବଜିରୁ ଆରମ୍ଭ ହେଲା ଖେଳ ଆଉ ତାପରେ ପ୍ରେମ । ପ୍ରେମକୁ ପାଇବା ପାଇଁ ପାକିସ୍ତାନ ରୁ ଭାରତ ଆସି ପହଞ୍ଚିଛନ୍ତି । ତେବେ ଏମାନଙ୍କ ପ୍ରେମ କାହାଣୀ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ଆଉ କହିବେ ସତରେ କଣ ପ୍ରେମ ଏମିତି ପାଗଳ କରିପାରେ ।

ପାକିସ୍ତାନର 27 ବର୍ଷୀୟା ମହିଳା ସୀମା ହେଦର ଭାରତର ଗ୍ରେଟର ନାଏଡା ଅଞ୍ଚଳରେ ଗ୍ରୋସରି ଦୋକାନରେ କାମ କରୁଥିବା 22 ବର୍ଷିୟଙ୍କ ସଚିନ ଙ୍କ ପ୍ରେମ କାହାଣୀ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି । ଏହି ଦୁଇ ପ୍ରେମୀ ଯୁଗଳଙ୍କ ମାଧ୍ୟମ ସାଜିଲା ପବଜି । କୋରୋନା ମହାମରି ସମୟରେ ଉଭୟ ଅନଲାଇନରେ ପରିଚିତ ହୋଇଥିଲେ । 2020ରେ ପବଜି ଖେଳିବା ସମୟରେ ଦୁହିଙ୍କ ମଧ୍ୟରେ ବନ୍ଧୁତା ବଢିଥିଲା ।

ଆଉ ପରେ ପ୍ରେମର ରୂପ ନେଇଥିଲା ବନ୍ଧୁତା । ଶେଷରେ ପାକିସ୍ତାନରୁ ଆସି ସୀମା ଭାରତରେ ପହଞ୍ଚିଥିଲେ । ସୀମା ଙ୍କ ସ୍ବାମୀଙ୍କ ସାଉଦି ଆରବରେ ରୁହନ୍ତି । ପ୍ରଥମେ ତାଙ୍କର ପରିବାର ଭଲରେ ଚଳୁଥିଲା କିନ୍ତୁ ପରେ ଛୋଟ ଛୋଟ କଥାଙ୍କୁ ନେଇ ସୀମାଙ୍କ ସ୍ଵାମୀ ତାଙ୍କୁ ମାଡ ମାରୁଥିଲେ । ସୀମାଙ୍କ ସ୍ଵାମୀ ସାଉଦି ଆରବ ଗତ 4 ବର୍ଷ ହେବ ଯାଇଥିବା ବେଳେ ଏବେ ଯାଏଁ ତାଙ୍କର ଦେଖା ନାହିଁ ।

ଆଉ ଏହାରି ମଧ୍ୟରେ ପବଜି ଖେଳରୁ ସଚିନଙ୍କ ପ୍ରେମରେ ପଡିଥିଲେ ସୀମା । ଉଭୟ ବିବାହ କରିବାକୁ ଯୋଜନା କରିଥିଲେ । ସୀମା ନିଜର 4 ଜଣ ଛୁଆଙ୍କୁ ଧରି ସଚିନଙ୍କ ପାଖକୁ ଆସିବାକୁ ଭାବିଥିଲେ କିନ୍ତୁ ତାଙ୍କ ପାଖରେ ଏତେ ଅର୍ଥ ସମ୍ବଳ ନ ଥିଲା କିମ୍ବା ଭାରତ ଆସିବାକୁ ଭିଶା ନ ଥିଲା । ଶେଷରେ ଘର ବିକ୍ରି କରି ଭାରତ ଆସିବାକୁ ନିସ୍ପତି ନେଲେ ।

ନେପାଳ ଭିଷା ନେଇଥିଲେ ସୀମା ଆଉ କାଠମାଣ୍ଡୁ ରେ ଓଲହାଇ ବସ ଯୋଗେ ଭାରତ ଯାଇଥିଲେ । 4 ଜଣ ଛୁଆଙ୍କୁ ନେଇ ଯମୁନା ଏକ୍ସପ୍ରେରେ ଆସି ସଚିନଙ୍କ ପାଖରେ ପହଞ୍ଚିଥିଲେ ସୀମା । ଉଭୟ ଏକ ଭଡା ଘରେ ରହିଥିଲେ ଆଉ ଦୁହେଁ ଓକିଲଙ୍କ ପରାମର୍ଶ ନେଇଥିଲେ ଆଉ ଆଇନଜୀବୀ ଜଣକ ଭିଷା ମାଗିବା ପରେ ସନ୍ଦେହ କରି ଜାଣିପାରିଥିଲେ ସୀମା ପାକିସ୍ତାନରୁ ଆସିଛନ୍ତି । ଆଉ ଆଇନଜୀବୀ ପୋଲିସକୁ ଖବର ଦେଇଥିଲେ ଆଉ ଏବେ ତଦନ୍ତ ଜାରି ରହିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।