Durga Puja: ନବରାତ୍ରି ଆରମ୍ଭ ହେବା ପୂର୍ବରୁ ଶୀଘ୍ର ଘରୁ ହଟେଇ ଦିଅନ୍ତୁ ଏହି 5 ଜିନିଷ, ନଚେତ ରୁଷ୍ଟ ହୋଇଯିବେ ଦୂର୍ଗା ମା’, ଘରେ କରିବେନି ପ୍ରବେଶ

ନମସ୍କାର ବନ୍ଧୁଗଣ, ଆପଣ ମାନଙ୍କୁ ତ ଜଣା ହିନ୍ଦୁ ଧର୍ମରେ ସମସ୍ତ ଦେବା ଦେବୀଙ୍କ ପୂଜା ପାଇଁ ସ୍ଵତନ୍ତ୍ର ତିଥି ରହିଛି । ଏବଂ ସମସ୍ତେ ଚାହିଁଥାନ୍ତି ସେହିପୂଜା ଦିନ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ । ସେହିଭଳି ନବରାତ୍ରିରେ ମା ଦୂର୍ଗାଙ୍କର ପୂଜା ଅର୍ଚନା ଖୁବ ଧୁମଧାମରେ ପାଳନ କରାଯାଏ । ଏବଂ ଜାଣିରଖନ୍ତୁ କି ସେହି ନବରାତ୍ରି ସମୟରେ ଘରେ କେଉଁ ଜିନିଷ ସବୁ ରଖିବା ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ବିସ୍ତାରରେ ।

ପ୍ରଥମ: ଶାସ୍ତ୍ର ଅନୁସାରେ କୌଣସି ଖଣ୍ଡିତ ବା ଭାଙ୍ଗି ଯାଇଥିବା ମୂର୍ତିକୁ ପୂଜା କରନ୍ତୁ ନାହିଁ ବା ଘରେ ରଖନ୍ତୁ ନାହିଁ । କାରଣ ଏହାଦ୍ବାର ସେହି ପୂଜାର ବିପରୀତ ଫଳ ଆପଣଙ୍କୁ ପ୍ରାପ୍ତ ହେବ । ଦିତୀୟ: ପୁରୁଣା ଭାଙ୍ଗି ଯାଇଥିବା ଝାଡୁ କୁ ରଖୀ ଯଦି ଆପଣ ଆପଣଙ୍କ ଘରକୁ ସଫା କରୁଛନ୍ତି ତେବେ ଏହି କାର୍ଯ୍ୟ ଭୁଲରେ ମଧ୍ୟ କରନ୍ତୁ ନାହିଁ ।

ତୃତୀୟ: ଯଦି ଆପଣ ଆପଣଙ୍କ ଘରର ସମସ୍ତ ଭଙ୍ଗା ଭାଙ୍ଗି ଜିନିଷକୁ ଘରେ ରଖିଛନ୍ତି ତେବେ ଏହିସବୁକୁ ନବରାତ୍ରି ଆସିବା ପୂର୍ବରୁ ଘରୁ ବାହାର କରିଦିଅନ୍ତୁ । ଏସବୁ ଘରେ ରହିବା ଦ୍ଵାରା ନକରାତ୍ମକ ଶକ୍ତିର ପ୍ରଭାବ ଘରେ ପଡିଥାଏ । ଏବଂ ସେହି ଘରେ ମା କେବେ ପ୍ରବେଶ କରନ୍ତୁ ନାହିଁ ।

ଚତୁର୍ଥ: ଭାଙ୍ଗି ଯାଇଥିବା କାଚର ଜିନିଷ ଘରେ ରଖନ୍ତୁ ନାହିଁ । କାରଣ କାଚର ସମ୍ବନ୍ଧ ରାହୁ ଗ୍ରହ ସହ ହୋଇଥାଏ । ଏହିସବୁ ଘରେ ରହିବା ଦ୍ଵାରା ରାହୁର ନକରାତ୍ମକ ପ୍ରଭାବ ଘରେ ରହିଥାଏ । ଏହି ଘରେ ସବୁବେଳେ ହିଁ ଶୋକର ବାତାବରଣ ରହିଥାଏ । ଏବଂ ଏହି ଘରେ ମା ପ୍ରବେଶ କରନ୍ତି ନାହିଁ । ତେଣୁ ନବରାତ୍ରି ପୂର୍ବରୁ ଘରୁ ଏହିସବୁ ଜିନିଷ ବାହାର କରିଦିଅନ୍ତୁ ।

ପଞ୍ଚମ: ଘରେ ମାଂସ କିମ୍ବା ମଦ ଘରେ ରଖନ୍ତୁ ନାହିଁ ନବରାତ୍ରି ସମୟରେ । ନବରାତ୍ରି ଆସିବା ପୂର୍ବରୁ ହିଁ ଏହାକୁ ଘରୁ ବାହାରକୁ ଫୋପାଡି ଦିଅନ୍ତୁ । ଷଷ୍ଠ: ଯଦି ଆପଣ ଆପଣଙ୍କ ଘରେ କଣ୍ଟ ଜାତୀୟ ବୃକ୍ଷ ରଖିଛନ୍ତି ତେବେ ଏହାକୁ ମଧ୍ୟ ଘରୁ ବାହାର କରିଦେବା ଉଚିତ । ନବରାତ୍ରି ଆସିବା ପୂର୍ବରୁ ନିଜ ଘରକୁ ସ୍ବଚ୍ଛ କରିବା ଦରକାର । କାରଣ ମା ପବିତ୍ର ଘରକୁ ହିଁ ପ୍ରବେଶ କରନ୍ତି ଏବଂ ବାସ କରିଥାନ୍ତି ।

ଯଦି ଘରେ ବୁଢିଆଣୀ ଜାଲ ବୁନିଥାଏ ତେବେ ଏହାକୁ ତୁରନ୍ତ ସଫା କରିଦିଅନ୍ତୁ । ଘରକୁ ଲୁଣ ପାଣିରେ ପୋଛନ୍ତୁ ଏହାଦ୍ଵାରା ଘରୁ ସମସ୍ତ ନକରାତ୍ମକ ଶକ୍ତି ନଷ୍ଟ ହୋଇଯିବ । ଘରର ସମସ୍ତ ପୁରୁଣା କପଡାକୁ ଧୋଇ ରଖିବା ଉଚିତ । ନବରାତ୍ରି ଆସିବା ପୂର୍ବରୁ ରୋଷେଇ ଘରର ସମସ୍ତ ବାସନ ମଧ୍ୟ ସଫା କରିବା ଉଚିତ । ତେବେ ଯଦି ଆପଣ ମନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।