ନାତୁଣୀକୁ ଗର୍ଭବତୀ କରି ଫେରାର ହୋଇଥିଲା ଅଜା, ଶେଷରେ ପୋଲିସ ହାତରେ ପଡିଲା ଧରା, ଦେଖନ୍ତୁ କଣ କହୁଛନ୍ତି ଥାନା ଅଧିକାରୀ

ଗତ କିଛିଦିନ ତଳେ ଅଜା ନାତୁଣୀକୁ ଗର୍ଭବତୀ କରିବା ଘଟଣା ରାଜ୍ୟରେ ଚହଳ ପକାଇଥିଲା । ଆଉ ଏହି ଖବର ପ୍ରସାରଣ ପରେ ଅଜା ଜଣକ କୁଆଡେ ପଳାଇଥିଲେ । ଏବେ ଦୀର୍ଘ ୯ ଦିନ ପରେ ଉକ୍ତ ବଳାତ୍କାରୀ ଅଜାଙ୍କୁ ଗିରଫ କରିଛି ପୋଲିସ । ଘଟଣାଟି ହେଉଛି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଧିନସ୍ଥ ଗୋବିନ୍ଦପୁର ପଞ୍ଚାୟତର କୈଳାଶ ମଲିକଙ୍କ ୧୬ ବର୍ଷିୟା ମା ଛେଉଣ୍ଡ ଝିଅକୁ ଅଜା ରାଜୀବ ମଲିକ ଗର୍ଭବତୀ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା ।

ଅଜା ନାତୁଣୀ ସହ ବଳପୂର୍ବକ ଜୋର ଜବରଦସ୍ତ ବାରମ୍ବାର ଅନୈତିକ ସମ୍ପର୍କ ରଖିଥିଲେ । ଏକଥା କାହାକୁ ନ ଜଣାଇବାକୁ ଧମକ ଚମକ ବି ଦେଇଥିଲେ । ହେଲେ ନାତୁଣୀ ଗର୍ଭବତୀ ହେବା ପରେ ତା’ର ଶାରୀରିକ ପରିବର୍ତ୍ତନକୁ ଲକ୍ଷ୍ୟ କରି ଘରଲୋକେ ସନ୍ଦେହ କରିଥିଲେ । ଆଉ ତାକୁ ପଚରାପଚାରି କରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା । ଆଉ ବର୍ତ୍ତମାନ ଅଜାକୁ ଗିରଫ କରିଛି ପୋଲିସ ।

ସୂଚନା ଅନୁଯାୟୀ ସନ୍ଧ୍ୟା ସମୟରେ ଅଜା ରାଜୀବ ମଲିକଙ୍କୁ ଗୋବିନ୍ଦପୁର ଫାଣ୍ଡି ଅଧିକାରୀ ନାରାୟଣ ସାହୁଙ୍କ ନେତୃତ୍ଵରେ ଏକ ଟିମ୍ ଯାଜପୁରର ବିଞ୍ଝାରପୁର ଥାନା ଅଞ୍ଚଳରୁ ଗିରଫ କରିଛି । ଏହାପରେ ଅଜାଙ୍କ ମେଡିକାଲ ଟେଷ୍ଟ କରାଯିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅଜା ରାଜୀବ ମଲିକ ନାଁରେ ଗତ ମାସ ୨୫ ତାରିଖରେ ନାବାଳିକା ନାତୁଣୀଙ୍କ ପରିବାର ପକ୍ଷରୁ ଏକ ଦୁଷ୍କର୍ମ ମାମଲା ରୁଜୁ କରା ଯାଇଥିଲା ।

ଏନେଇ ଅଜା ରାଜୀବ ମଲିକଙ୍କ ପରିବାର ଲୋକେ ଦାବି କରୁଥିଲେ ଯେ, ଅଜାଙ୍କୁ ଖୋଜା ଯାଇ ତାଙ୍କର ମେଡିକାଲ ଟେଷ୍ଟ କରାଯାଉ ଏବଂ ଏହାପରେ ସେ ଯଦି ଦୋଷୀ ତା’ହେଲେ ଦଣ୍ଡ ପାଇବେ । ସେମାନଙ୍କର ବିଶ୍ବାସ ଥିଲା ଯେ ରାଜୀବ ମଲିକ କେବେବି ଏମିତି କାର୍ଯ୍ୟ କରିପାରିବେ ନାହିଁ ।

ନାବାଳିକା ନାତୁନ୍ନୀ ନିଜେ ମଧ୍ୟ କହିଥିଲେ ଯେ ସେ ଅଜା ଘର ଗାଁକୁ ଯାଇଥିବା ବେଳେ ସେଠାରେ ଅଜା ପଛପଟୁ ଆସି ତାଙ୍କ ସହ ଖରାପ ସମ୍ପର୍କ ରଖିଥିଲେ । ନାତୁଣୀ ଏହାର ବିରୋଧ କରିଥିଲେ ମଧ୍ୟ ଲୋକଲଜ୍ଜା ଭୟରେ କାହାକୁ କହି ପାରି ନଥିଲେ । ଆଉ ଏବେ ସେ ୭ ମାସର ଗର୍ଭବତୀ ହେବା ପରେ ମାମଲା ସାମ୍ନାକୁ ଆସିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।