ନସବନ୍ଦି ଅପରେସନ ପାଇଁ ପେଟ ଚିରିବା ମାତ୍ରେ ହିଁ ଦେଖାଗଲା କିଛି ଏମିତି କି ମହିଳାକୁ ଛାଡି ପଳାଇଲେ ଡାକ୍ତର ଓ ନର୍ସ

କହିବାକୁ ଗଲେ ବର୍ତ୍ତମାନ ଏମିତି ଏକ ଘଟଣା ଶୁଣିବାକୁ ମିଳୁଛି କି ତାକୁ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ମେହରୌନୀରେ ଜଣେ ମହିଳା ସହିତ ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନସବନ୍ଦି ଅପରେସନ ସମୟରେ ହୋଇଥିବା ଏକ ଅସାବଧାନତାର ମାମଲା ସାମ୍ନାକୁ ଆସୁଛି । କହିବାକୁ ଗଲେ ଏହି ମହିଳା ଜଣଙ୍କ ନିଜର ନସବନ୍ଦି ଅପରେସନ ପାଇଁ ଆସିଥିଲା । ଏହା ପରେ ଡାକ୍ତରମାନେ ବିନା ଚେକଅପ କରି ସେହି ମହିଳାର ନସବନ୍ଦି କରିବା ପାଇଁ ପେଟ ଚିରି ଦେଲେ ।

ଏହା ପରେ ଡାକ୍ତରମାନେ ଯାହା ଦେଖିଲେ ସେମାନଙ୍କର ହୋସ ଉଡିଗଲା । ଡାକ୍ତରମାନଙ୍କୁ ଜଣା ପଡିଲା କି ମହିଳା ଜଣକ ଗର୍ଭବତୀ ଅଟେ । ଏହା ପରେ ଡାକ୍ତରମାନେ ଅପରେସନ କରିବା ପରେ ଷ୍ଟିଚ କରି ଗାୟବ ହୋଇଗଲେ ଓ ପରେ ଏହି ମହିଳାର ଅବସ୍ଥା ଖରାପ ଦେଖି ଜିଲ୍ଲା ହସ୍ପିଟାଲକୁ ରେଫର କରି ଦିଆଗଲା ।

ଯେତେବେଳେ ମାମଲା ଗମ୍ଭୀର ହେବାକୁ ଲାଗିଲା ତେବେ CMHO ଏହି ମାମଲାକୁ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଲେ । କହିଦେଉଛୁ କି ଏହି ମହିଳା ମେହରୌନୀରେ ବଂଜର୍ଜିୟା ଗ୍ରାମର ନିବାସୀ ୨୫ ବର୍ଷୀୟ ବିଣ୍ଟା ପତ୍ନୀ ବୀରନ କୁଶୱାହ ଅଟେ । କୁହାଯାଉଛି କି କିଛି ସମୟ ପୂର୍ବେ ଏହି ମହିଳା ଜଣକ ନସବନ୍ଦି ପାଇଁ ଗ୍ରାମରୁ ଆଶା କାର୍ଯ୍ୟକର୍ତ୍ତାଙ୍କ ସହିତ ମେହରୌନୀରେ ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଥିଲା ।

ଯେଉଁଠି ସେହି ମହିଳାକୁ ନସବନ୍ଦି ଅପରେସନ ପାଇଁ କକ୍ଷକୁ ପଠାଗଲା । କିନ୍ତୁ ଅପରେଶନ ସମୟରେ ଡାକ୍ତର ରାକେଶ ଦତ୍ତ ମହିଳାର ପେଟକୁ ଯାଞ୍ଚ କରିଲେ ଜାଣି ପାରିଲେ କି ମହିଳା ଜଣକ ଗର୍ଭବତୀ ଅଛି । ତେବେ ସେ ସଙ୍ଗେ ସଙ୍ଗେ ଅପରେସନକୁ ଅଟକାଇ ଦେଲେ ଓ ପେଟକୁ ସିଲେଇ କରି ଦେଲେ । କିନ୍ତୁ ପରେ ମହିଳାର ଅବସ୍ଥା ଖରାପ ହେବାକୁ ଲାଗିଲା ।

କହିଦେଉଛୁ କି ଡାକ୍ତରମାନେ ଅନ୍ୟ ପାଞ୍ଚ ଜଣ ମହିଳା ଯେଉଁମାନେ ନସବନ୍ଦୀ କରାଇବାକୁ ଆସିଥିଲେ ସେମାନଙ୍କୁ ବି ବେହୋସର ଇଂଜେକ୍ସନ ଲଗାଇଥିଲେ । ଏହା ପରେ ଏହି ଘଟଣାଟି ଖରାପ ହେବାର ଦେଖି ସମସ୍ତଙ୍କୁ ସେହିପରି ବେହୋସି ଅବସ୍ଥାରେ ଛାଡି ଡାକ୍ତର ସହିତ ଅପରେସନ କରୁଥିବା ଷ୍ଟାଫ ବି ଗାୟବ ହୋଇଗଲେ । ଏହା ପରେ ପରିବାର ଲୋକମାନେ ଚିନ୍ତିତ ହୋଇ ମୁଖ୍ୟ ଚିକିଶ୍ଚକ ଅଧିକାରୀ ଡା. ପ୍ରତାପ ସିଂହଙ୍କୁ କହିଲେ ।

ଏହା ପରେ ଡାକ୍ତର ପ୍ରତାପ ସିଂହ କହିଲେ କି ନସବନ୍ଦୀ କରିବା ପାଇଁ ଆସିଥିବା ମହିଳାର ୧୦ ମାସର ଝିଅଟିଏ ବି ଅଛି । ମହିଳାକୁ ଏହା ବିଷୟରେ ଜଣା ବି ନ ଥିଲା କି ସେ ଗର୍ଭବତୀ ଅଟେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।