ହସ୍ତରେଖା ବିଜ୍ଞାନ ଏବଂ ଜ୍ୟୋତିଷ ଶାସ୍ତ୍ରରେ ଏମିତି ବହୁତ କଥା କୁହାଯାଇଛି ଯାହା ବିଷୟରେ ଜାଣି ଆପଣ ନିଜର ଭବିଷ୍ୟତ ବିଷୟରେ ଜାଣି ପାରିବେ । ଏହା ଦ୍ଵାରା ଆପଣ ଭିବିଷ୍ୟତରେ ଘଟିବାର ଥିବା ଘଟଣାର ଅନ୍ଦାଜ ଲଗାଇ ପାରିବେ । ଆମର ହାତରେ ଏବଂ ଗୋଡରେ ଏମିତି ରେଖା ଗୁଡିକ ଅଛି ଯାହା ଆମକୁ ଜୀବନ ସହିତ ଜଡିତ କିଛି ନା କିଛି କଥା ବିଷୟରେ ଅବଶ୍ୟ ଜଣାଇ ଥାଏ ।
ଏହି ରେଖାମାନଙ୍କର କୌଣସି ନା କୌଣସି ଅର୍ଥ ନିଶ୍ଚୟ ହୋଇଥାଏ । ହସ୍ତରେଖାର ଶାସ୍ତ୍ରକୁ ଇଂଗ୍ଲିଶରେ palmistry କୁହାଯାଏ, ଏହାକୁ ମାନିବେ ତ ବ୍ୟକ୍ତିର ନଖ ତାହାର ଜୀବନ ସହ ଜଡିତ କିଛି ରହସ୍ୟକୁ ଖୋଲି ଥାଏ ।
ଆପଣ କେବେ ନଖ ଉପରେ ଧ୍ୟାନ ଦେଇଥିବେ ତେବେ ଆପଣ ଦେଖିଥିବେ କି ତାହା ଉପରେ ଧଳା ରଙ୍ଗର ଅଧା ଚାନ୍ଦ ପରି ଏକ ଚିହ୍ନ ହୋଇ ଥାଏ । କିନ୍ତୁ ଏହି ଚିହ୍ନ ସମସ୍ତଙ୍କ ନଖ ଉପରେ ହୋଇ ନଥାଏ । କୁହନ୍ତି କି ଯେଉଁ ବ୍ୟକ୍ତିର ନଖ ଉପରେ ଏହି ଚିହ୍ନ ଥାଏ ସେ ବହୁତ ଭାଗ୍ୟଶାଳୀ ହୋଇଥାଏ । ଏହି ଆର୍ଟିକୀଲ ଜରିଆରେ ଆମେ ଆପଣଙ୍କୁ କହିବୁ ଯେ ନଖ ଉପରେ ହୋଇଥିବା ଅଧା ଚନ୍ଦ୍ରମାର ଚିହ୍ନର ଅର୍ଥ କଣ ଅଟେ । ତେବେ ଆସନ୍ତୁ ଜାଣିବା ।
ନଖ ଉପରେ ହୋଇଥିବା ଅଧା ଚନ୍ଦ୍ରମାର ଚିହ୍ନର ଅର୍ଥ –
ଯେଉଁ ଲୋକମାନଙ୍କ ନଖ ଉପରେ ଏହି ପ୍ରକାରର ଚିହ୍ନ ହୋଇଥାଏ ତାଙ୍କ ଜୀବନ ବହୁତ ଖୁସିରେ ବ୍ୟତିତ ହୋଇଥାଏ । ଏହି ଲୋକମାନେ ବହୁତ କଠିନ ପରିଶ୍ରମ କରିଥାନ୍ତି ଏବଂ ଏମାନଙ୍କୁ ନିଜର ପରିଶ୍ରମର ଫଳ ନିଶ୍ଚିତ ମିଳିଥାଏ ।
ନଖ ଉପରେ ଏହି ପ୍ରକାରର ଚିହ୍ନର ଲୋକମାନେ ଲାଇଫ ପାର୍ଟନର ମାମଲାରେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କର ଯିଏ ବି ଜୀବନସାଥି ହେବ ସେ ହୃଦୟରୁ ବହୁତ ଭଲ ହେବ । ଏତିକି ନୁହେଁ ସେ ଆପଣଙ୍କୁ ବହୁତ ଭଲ ମଧ୍ୟ ପାଇବ ।
ଯେଉଁ ଲୋକମାନଙ୍କର ନଖରେ ଅଧା ଚନ୍ଦ୍ରମାର ଚିହ୍ନ ହୋଇଥାଏ ସେ ବହୁତ ପରିଶ୍ରମୀ ସ୍ଵଭାବର ଅଟନ୍ତି । ଏମାନେ ଯେଉଁ କାମକୁ କରିବା ପାଇଁ ନିଷ୍ପତି ନିଅନ୍ତି ତାହାକୁ ପୁରା କରି ହିଁ ଛାଡନ୍ତି ।
ଯେଉଁମାନଙ୍କର ନଖରେ ଏମିତି ଚିହ୍ନ ହୋଇଥାଏ ତାଙ୍କୁ ଜୀବନ କିଛି ବଡ ଦେବାର ଅଛି । କିନ୍ତୁ ଅଳ୍ପ ଚେଷ୍ଟା କରିବାର ଅଛି ସେହି ଜିନିଷକୁ ହାସଲ କରିବା ପାଇଁ । ସେଥିପାଇଁ ଆପଣ ଥକି କରି ବସି ଯିବେ ନାହିଁ ଏବଂ ଚେଷ୍ଟା ଜାରି ରଖିଥିବେ ।
ଏହିଭଳି ଲୋକମାନଙ୍କୁ ନିଜ ଦେଶ ପାଇଁ କିଛି ବଡ କାମ କରିବା ପାଇଁ ସୁଯୋଗ ମିଳିବ । ଏମାନଙ୍କୁ କେବଳ ନିଜର ସଚଟୋତା ସହ କାମ କରିବା ଅଛି ଏବଂ ସୁଯୋଗ ମିଳିବା ମାତ୍ରେ ହିଁ କୌଣସି ଭାବରେ ସେହି ସୁଯୋଗକୁ ହାତ ଛଡା କରିବେ ନାହିଁ ।
ଲେଖାଟି ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ । ଆଗକୁ ଏମିତି ଅନେକ ଜ୍ଯୋତିଷ ସମ୍ବଧୀୟ ଆଲୋଚନା ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।