ଭୟଙ୍କର ଷଡଯନ୍ତ୍ରର ହେଲା ଖୁଲାସା । ଖାଲି ଜମି ଅସଲି ହେଲେ ମାଲିକ, ସ୍ତ୍ରୀ, ପୁଅ ସହ ଅଫିସିଆଲ ଷ୍ଟାମ୍ପ ବି ନକଲି । ଜଣେ ନିରୀହ ବ୍ୟକ୍ତିଙ୍କୁ ଠକିବା ପାଇଁ ଭୟଙ୍କର ଷଡଯନ୍ତ୍ର ରଚା ଯାଇଥିଲା । ଜମି ମାଲିକ ବି ନକଲି, ନକଲି ସ୍ତ୍ରୀ ଓ ନକଲି ପୁଅ ସବୁକିଛି ନକଲି । ଏମିତିକି ଜମି ବିକିବା ପାଇଁ ଆବଶ୍ଯକୀୟ କାଗଜପତ୍ର ଓ ଅଫିସିଆଲ ଷ୍ଟାମ୍ପ ବି ନକଲି । ନକଲି ମାଲିକ ସାଜି ଜମି ବିକ୍ରି ଷଡଯନ୍ତ୍ରର ପର୍ଦ୍ଦାଫାଶ କରିଛି ଢେଙ୍କାନାଳ ଟାଉନଥାନା ପୋଲିସ ।
ଢେଙ୍କାନାଳର ଶ୍ୟାମଚରଣପୁର ଠାରେ ରହୁଥିବା ମୁରାଲି ପ୍ରସାଦ ପଣ୍ଡାଙ୍କ ୨୨ ଡେସିମିଲର ଜମିକୁ ନକଲି ଜମି ମାଲିକ ସାଜି ଜାଲ୍ କାଗଜପତ୍ର ଓ ପୌର କାର୍ଯ୍ୟଳୟର ନକଲି ଷ୍ଟାମ୍ପ ବ୍ୟବହାର କରି ଅନ୍ୟ ଜଣଙ୍କୁ ବିକ୍ରି କରି ଆଗୁଆ ୮ ଲକ୍ଷ ଟଙ୍କା ଲୁଟିବା ଘଟଣା ପୋଲିସ କଣରେ ପଡିଥିଲା । ଏହାପରେ ତନାଘନା ଆରମ୍ଭ କରି ଦେଇଥିଲା ପୋଲିସ । ଏହି ଘଟଣାରେ ସମ୍ପୃକ୍ତି ଥିବା ୮ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ଜଣେ ମହିଳା ଏବଂ ଦୁଇ ୱେଭ ମିଡିଆର ସାମ୍ବାଦିକ ।
ତେବେ ଠକାମିର ଶିକାର ହୋଇଥିବା ବ୍ୟକ୍ତିଜଣକଙ୍କ ନାମ ହେଉଛି ଭ୍ରମରବର ମହାକୁଡ । ସେ ଜାଗା କିଣିବାକୁ ଆଗ୍ରହୀ ଥିବାବେଳେ ତାଙ୍କ ଠକଙ୍କ ହାବୁଡରେ ପଡି ଯାଇଥିଲେ । ତାଙ୍କୁ ନେଇ ଅନ୍ୟଜଣଙ୍କ ଜମି ଦେଖାଇଥିଲେ ଠକମାନେ । ସେହି ଜମିର ପଟ୍ଟା ଓ ସମସ୍ତ କାଗଜପତ୍ର ଦେଖାଇ ଜମି କିଣିବା ପାଇଁ ତାଙ୍କୁ ମନାଇଥିଲେ । ଆଉ ଦିନେ ହଠାତ ଠକ କହିଥିଲେ ତାଙ୍କ ସ୍ତ୍ରୀ ମେଡିକାଲରେ ଆଡମିଟ ଅଛନ୍ତି ଆଉ ସେଥିପାଇଁ ତାଙ୍କୁ ଅର୍ଜେଣ୍ଟ ଟଙ୍କା ଦରକାର ।
ଆଉ ଦୁଇଜଣ ଆସି ରାତାରାତି ଆସି ଟଙ୍କା ଦେବା ପାଇଁ ତାଙ୍କୁ ଜବରଦସ୍ତି କରିଥିଲେ । ଆଉ ଅସଲ ଜମି ମାଲିକ ଯେତେବେଳେ ଏହି କଥା ଜାଣିବାକୁ ପାଇଲେ ସେ ଆସି ଜମି କିଣିଥିବା ବ୍ୟକ୍ତିଙ୍କୁ ସତ କଥା ସବୁ ଜଣାଇଥିଲେ । ଆଉ ଏହି ଘଟଣାର ତଦନ୍ତ କରିବା ପରେ ପୋଲିସ ଅଭିଯୁକ୍ତ ଆଠ ଜଣଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।
ସେହିପରି ଏକ ଜେରକ୍ସ ଦୋକାନରୁ କମ୍ପ୍ୟୁଟର, ପ୍ରିଣ୍ଟର, ପୌର କାର୍ଯ୍ୟଳୟର ନକଲି ଷ୍ଟାମ୍ପ, ନକଲି ଅଧାରକାର୍ଡ ଓ ଜାଲ୍ ଫଟୋ ଆଦି ଜବତ କରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।