ବର୍ତ୍ତମାନ ଅର୍ଚ୍ଚନା ନାଗଙ୍କ ମାମଲା ସାରା ରାଜ୍ୟକୁ ହୁଲୁସ୍ତୁଲ କରି ରଖିଥିବା ବେଳେ ଏବେ ଆଉ ଏକ ମାମଲା ସାମ୍ନାକୁ ଆସିଛି । ଅର୍ଚ୍ଚନାଙ୍କୁ ନେଇ ଅନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ସମାନ ଢଙ୍ଗରେ ଆଉ ଏକ ଘଟଣାର ପର୍ଦ୍ଦାଫାଶ ହୋଇଛି । ଗତ ସପ୍ତାହରେ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଏସକର୍ଟ ସର୍ଭିସ ଚଲାଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିବା ୬ ଜଣିଆ ଗ୍ୟାଙ୍ଗକୁ ଗିରଫ କରିଥିଲା । ଏହି ଗ୍ୟାଙ୍ଗର ମୁଖ୍ୟ ସୁଶାନ୍ତ ପାତ୍ର ତାଙ୍କ ଷଷ୍ଠ ପତ୍ନୀଙ୍କ ସହ ମିଶି ଅର୍ଚ୍ଚନାଙ୍କ ଭଳି ଅନେକଙ୍କୁ ବ୍ଳାକେମେଲିଂ କରୁଥିଲା ।
ସୁଶାନ୍ତ ଧରା ପଡିଥିବା ବେଳେ ସମ୍ପୃକ୍ତ ପତ୍ନୀ ଏବେ ଫେରାର ଅଛନ୍ତି । ଅନ୍ୟପଟେ ସୁଶାନ୍ତଙ୍କ ପ୍ରଥମ ପତ୍ନୀ ଖୋଲିଛନ୍ତି ଏହି ରହସ୍ୟ । ଅର୍ଚ୍ଚନା ନାଗଙ୍କ ବ୍ଳାକମେଲିଂ ଘଟଣା ସାମ୍ନାକୁ ଆସିବା ପରେ ପୁରୁଷ ବ୍ଲାକମେଲର ସୁଶାନ୍ତ ପାତ୍ରଙ୍କ ପ୍ରଥମ ପତ୍ନୀ ଏନେଇ ମୁହଁ ଖୋଲିଛନ୍ତି । ସେ ଶନିବାର ଦିନ ରାଜଧାନୀ ପୋଲିସକୁ ସ୍ଵାମୀ ସୁଶାନ୍ତଙ୍କ କାରନାମା ବିଷୟରେ ଜଣାଇଛନ୍ତି । ସୁଶାନ୍ତ କେମିତି ବ୍ଳାକମେଲିଂ କରନ୍ତି ? କାହା ଜରିଆରେ ଏହି କାମ କରନ୍ତି ?
କେତେ ଯୁବତୀଙ୍କୁ ହାତରେ ରଖିଛନ୍ତି ? ସେ ଏସବୁର ପ୍ରମାଣ ପୋଲିସକୁ ଦେଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ସୁଶାନ୍ତଙ୍କ ଷଷ୍ଠ ପତ୍ନୀ ଓ ଖୋର୍ଦ୍ଧା ବାଣପୁରର ଜଣେ ଯୁବତୀ ସୁଶାନ୍ତଙ୍କ ଇଙ୍ଗିତରେ ଗ୍ରାହକଙ୍କ ପାଖକୁ ଯିବା ସହ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଉଠାଇ ବ୍ଳାକମେଲ କରନ୍ତି । ଆଉ ତା’ପରେ ଲୁଟି ଚାଲନ୍ତି ଲକ୍ଷ ଲକ୍ଷ ଟଙ୍କା । ପ୍ରଥମ ପତ୍ନୀଙ୍କ ଅଭିଯୋଗ ଅନୁସାରେ ୨୦୧୬ ମସିହାରେ ସୁଶାନ୍ତ ଖୋର୍ଦ୍ଧାର ଏକ ପୋଷ୍ଟଅଫିସରେ ଚାକିରି କରୁଥିବା ବେଳେ ଉଭୟଙ୍କର ପ୍ରେମ ବିବାହ ହୋଇଥିଲା ।
ଅଧିକ ଟଙ୍କା ରୋଜଗାର ଆଶାରେ ସୁଶାନ୍ତ ଚାକିରି ଛାଡି ଅନଲାଇନରେ ଗଞ୍ଜେଇ ବେପାର ଓ ଏସକର୍ଟ ସର୍ଭିସ ଆରମ୍ଭ କରିଥିଲେ । ଏଥିରେ ସେ ତାଙ୍କ ସାନ ଭାଇ ଓ ସମ୍ପର୍କୀୟ ଭଉଣୀମାନଙ୍କୁ ପ୍ରଥମେ ବ୍ୟବହାର କରିଥିଲେ । ରୋଜଗାର ବଢିବା ପରେ ଏକାଧିକ ଯୁବତୀଙ୍କୁ ସେ ବିବାହ କରି ଚାଲିଥିଲେ । ପ୍ରଥମ ପତ୍ନୀ ଏକଥା ଜାଣି ତାଙ୍କୁ ପଚାରିବା ପରେ ରାଗିଯାଇ ପତ୍ନୀଙ୍କର ଅଶ୍ଳୀଳ ଫଟୋ ଭାଇରାଲ କରି ଦେଇଥିଲେ ।
ପତ୍ନୀ ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ତଦନ୍ତରେ ଢିଲା କରା ଯାଇଥିଲା । ଏକଥା ଜାଣିବା ପରେ ସୁଶାନ୍ତଙ୍କ ଅନ୍ୟ ଚାରି ପତ୍ନୀ ମଧ୍ୟ ତାଙ୍କୁ ଛାଡି ପଳାଇଥିଲେ । ଆଉ ଏବେ ତାଙ୍କ ପ୍ରଥମ ପତ୍ନୀ ସୁଶାନ୍ତଙ୍କ କଳା କାରନାମା ସାମ୍ନାକୁ ଆଣିବା ସହ ଅର୍ଚ୍ଚନା ନାଗୁଣୀ ହେଲେ ଇଏ ଡବଲ୍ ନାଗ ବୋଲି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।