ସନ୍ଦେହ ବଢାଉଛି ଅଭିନେତ୍ରୀ Vaishali Takkar ଙ୍କ ଶେଷଚିଠି, ସେ ଚିଠିରେ ଲେଖିଥିବା ଏହି Rahul କିଏ ? ସାମ୍ନାକୁ ଆସିଲା ଭୟଙ୍କର ତଥ୍ଯ

ଅଭିନେତ୍ରୀ ବୈଶାଳୀ ଠାକରଙ୍କ ଜୀବନ ହାରିବାର କାରଣ ତାଙ୍କ ହାତଲେଖା ଚିଠି ହିଁ ବୟାନ କରୁଛି । କେବଳ ରାହୁଲ ହିଁ ତାଙ୍କ ଜୀବନକୁ ନର୍କ କରି ଦେଇଛନ୍ତି ବୋଲି ସେ ଚିଠିରେ ଲେଖିଛନ୍ତି । ବୈଶାଳୀ ଲେଖିଛନ୍ତି କି, “ମୁଁ ଆଉ ବଞ୍ଚିବାକୁ ଚାହୁଁନି, ରାହୁଲ ମୋତେ ବହୁତ କଷ୍ଟ ଦେଲାଣି । ଶାରୀରିକ ଓ ମାନସିକ ନିର୍ଯ୍ୟାତନା ପାଇ ପାଇ ମୁଁ ଥକିଗଲିଣି । ଆଉ କେତେ କେତେ ଦିନ ଏତେ କଷ୍ଟ ସହିବି ? ପ୍ରତି ମୂହୁର୍ତ୍ତରେ ରାହୁଲ ମୋତେ କଷ୍ଟ ଦେଉଛି ଯାହାକି ମୋତେ ଖୁବ୍ ବାଧୁଛି ।

ଏ ଜୀବନ ରଖି ଲାଭ କଣ ? ବାପା ମାଆ ମୋତେ କ୍ଷମା କରିଦେବ । ମୁଁ ତୁମ କଥା ମାନି ପାରିଲିନି କି ଗୋଟିଏ ଭଲ ଝିଅ ହୋଇ ପାରିଲିନି । ମୁଁ ଯାଉଛି କିନ୍ତୁ ରାହୁଲ ଓ ତା’ ପରିବାରକୁ କେବେବି ଛାଡିବ ନାହିଁ । ସେମାନଙ୍କୁ କଠୋରରୁ କଠୋର ଦଣ୍ଡ ଦେବ । ଯଦି ସେମାନଙ୍କୁ ଦଣ୍ଡ ନେଦେବ ତେବେ ମୋତମା କେବେବି ଶାନ୍ତି ପାଇବ ନାହିଁ । ମିତେଶ ମୋତେ ତୁମେ କ୍ଷମା କରିଦେବ ।” ଆଜ୍ଞା ହଁ, ଚିରଦିନ ପାଇଁ ଦୁନିଆ ଛାଡି ଯିବା ଗରୁ ନିଜ ଚିଠିରେ ଏମିତି କିଛି ଲେଖି ଯାଇଛନ୍ତି ବୈଶାଳୀ ।

ଆଉ ଚିଠି ଶେଷରେ “I Quit” ବୋଲି ମଧ୍ୟ ଲେଖିଛନ୍ତି । ଯାହାକୁ ନେଇ ଏବଗେ ସବୁଠି ଚର୍ଚ୍ଚା ଲାଗି ରହିଛି । ମାତ୍ର ୩୦ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଥିବା ଟେଲି ଅଭିନେତ୍ରୀ ବୈଶାଳୀ ଠାକରଙ୍କ ମୃତ୍ୟୁକୁ କେହି ମଧ୍ୟ ସହଜରେ ଗ୍ରହଣ କରି ପାରୁନାହାନ୍ତି । ବୈଶାଳୀଙ୍କ ଇନ୍ଦିର ସ୍ଥିତ ନିଜ ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଜବତ କରିଛି ପୋଲିସ । ଏହାସହ ବୈଶାଳୀଙ୍କ ପାଖରୁ ତାଙ୍କ ହାତଲେଖା ଶେଷ ଚିଠି ମଧ୍ୟ ପୋଲିସ ଜବତ କରିଛି ।

ଚିଠି ପାଇବା ପରେ ପୋଲିସର ସନ୍ଦେହ ବଢିବାରେ ଲାଗିଛି । ବୈଶାଳୀଙ୍କୁ କିଏ ହଇରାଣ କରୁଥିଲା ? ଏହି ରାହୁଲ କିଏ ଓ ତାଙ୍କ ସହ ବୈଶାଳୀଙ୍କର କେବେଠୁ ସମ୍ପର୍କ ଥିଲା ? ଏମିତି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସୁଛି । ଏହି ରାହୁଲ ହେଉଛନ୍ତି ବୈଶାଳୀଙ୍କ ପଡୋଶୀ ଓ ପେଷାରେ ଜଣେ ବ୍ୟବସାୟୀ । ବୈଶାଳୀ ଶୀଘ୍ର ବିବାହ କରିବାକୁ ଚାହୁଁଥିବା ବେଳେ ରାହୁଲ ତାଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ବୈଶାଳୀଙ୍କ ପରିବାର । ରାହୁଲ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ବୈଶାଳୀ ନିଜ ଚିଠିରେ ରୋକଠୋକ କହିଛନ୍ତି ।

କିଛିଦିନ ହେବ ବୈଶାଳୀଙ୍କୁ କୌଣସି କାମ ମଧ୍ୟ ମିଳୁ ନଥିଲା । ତେଣୁ ସେ ଅବସାଦରେ ଥିଲେ । ଏହିସବୁ କାରଣ ନେଇ ବୈଶାଳୀ ଆତ୍ମହତ୍ୟା କରିଥିବା ସନ୍ଦେହ ହେଉଛି । ପ୍ରକୃତରେ ସତ କଣ ଏହା ତଦନ୍ତ ପରେ ହିଁ ଜଣାପଡିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।