ପୋଲିସ ହେବ ତ ଏମିତି ! ଅଟୋ ବାଲା ପାଇଁ କରିଲେ କିଛି ଏମିତି କାମ ଶୁଣିଲେ ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ Video

ନାଗପୁରର ଏହି ପୋଲିସ ବାବୁଙ୍କ ମାନବିକତା ଓ ଉଦାରତା ସୋ-ସି-ଆ-ଲ ମି-ଡି-ଆ-ରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେଠାକାର ଜଣେ ଅଟୋବାଲାଙ୍କୁ ୨୦୦୦/- ଟଙ୍କାର ଜୋ-ରି-ମା-ନା ଲାଗୁ କରାଯାଇ ଥିଲା । କିନ୍ତୁ ଅଟୋ ଡ୍ରାଇଭରଙ୍କ ଆରଠୁକ ସ୍ଥିତିକୁ ନଜରରେ ରଖି ଜୋ-ରି-ମା-ନା ରାଶିକୁ ବହନ କରିଛନ୍ତି ନାଗପୁରର ଜଣେ ପୋଲିସ ଅଧିକାରୀ । ନାଗପୁରର ସିତାବୁଲ୍ଦି ଅଞ୍ଚଳରେ ଟ୍ରାଫିକ ନିୟମ ଭ-ଙ୍ଗ କରିଥିଲେ ରୋହିତ ଖାରସେ ନାମକ ଜଣେ ଅଟୋ ଡ୍ରାଇଭର ।

ସେଥିପାଇଁ ତାଙ୍କ ଉପରେ ବରିଷ୍ଠ ପୋଲିସ ଅଧିକାରୀ ଅମିତ ମାଲଭିୟା ଦୁଇ ହଜାର ଟଙ୍କାର ଜୋରିମାନା ଲଗାଇ ଥିଲେ । ଆଉ ତାଙ୍କ ଜମା ନ କରିବା ପର୍ଯ୍ୟନ୍ତ ପୋଲିସ ତାଙ୍କ ଅଟୋକୁ ଜବତ କରି ରଖିଥିଲା । ତେବେ ଡ୍ରାଇଭରଙ୍କ ପାଖରେ ନିର୍ଦ୍ଧାରିତ ଟଙ୍କା ନ ଅଥିବାରୁ ଘରୁ ନିଜ ପୁଅର ସଞ୍ଚିତା କୁମ୍ପିକୁ ନେଇ ପୋଲିସ ଥାନା ପହଞ୍ଚିଥିଲେ ରୋହିତ । ଏହା ଦେଖ ବରିଷ୍ଠ ଥାନା ଅଧିକାରୀ ଚକିତ ହୋଇ ପଡିଥିଲେ ଏବଂ କୁମ୍ପିକୁ ଥାନାକୁ ଆଣିବାର କାରଣ ପଚାରିଥିଲେ ।

ଜୋରିମାନା ଟଙ୍କା ଭରିବାକୁ ତାଙ୍କ ପାଖରେ ଟଙ୍କାନା ଥିବାରୁ ସେ ପୁଅର ସଞ୍ଚିତ କୁମ୍ପିକୁ ଥାନାକୁ ଆଣିଥିଲେ ବୋଲି ସେ ବରିଷ୍ଠ ଅଧିକାରୀଙ୍କୁ ସଫା ସଫା କହି ଦେଇଥିଲେ । ଏହା ଦେଖ ସେହି ବରିଷ୍ଠ ଥାନା ଅଧିକାରୀଙ୍କ ହୃଦୟ ତରଳି ଯାଇଥିଲା । ସେ ନିଜ ପକେଟରୁ ତାଙ୍କ ବଦଳରେ ଫାଇନ ଭରିବା ସହ ଅଟୋ ଡ୍ରାଇଭରଙ୍କ ପୁଅକୁ ଡକାଇ ସେହି କୁମ୍ପିକୁ ଫେରସ୍ତ କରି ଦେଇଥିଲେ । ପୋଲିସ ଅଧିକାରୀ ଅମିତ ମାଲଭିୟାଙ୍କ ଏହି ମାନବିକତାକୁ ଲୋକେ ଖୁବ ପ୍ରଶଂସା କରୁଛନ୍ତି ।

ଏହି ଘଟଣାକୁ ନାଗପୁର ପୋଲିସ ଟ୍ବିଟ କରିବା ପରେ ସୋ-ସି-ଆ-ଲ ମି-ଡି-ଆ-ରେ ଏହାକୁ ଖୁବ ସେ-ୟା-ର କରାଯାଉଛି । ଏନେଇ ନାଗପୁର ବରିଷ୍ଠ ପୋଲିସ ଅଧିକାରୀ ଅମିତ ମାଲଭିୟା କହିଛନ୍ତି ଯେ, ଉକ୍ତ ଅଟୋ ଡ୍ରାଇଭାର ତାଙ୍କ ଅଟୋକୁ ନୋ-ପାର୍କିଂ ଜୋନରେ ପାର୍କ କରିଥିବାରୁ ତାଙ୍କ ଉପରେ ଦୁଇ ହଜାର ତାଙ୍କ ଜୋ-ରି-ମା-ନା ଲାଗୁ ହୋଇଥିଲା । ତଦନ୍ତ ବେଳେ ଜାଣିବାକୁ ମିଳିଥିଲା ଯେ ରୋହିତଙ୍କ ନାମରେ ପୂର୍ବରୁ ମଧ୍ୟ ଦୁଇ ହଜାର ଟଙ୍କାର ଏକ ଫାଇନ ରହିଛି । ତେଣୁ ସେଠାରୁ ତାଙ୍କ ଅଟୋ ଜବତ କରାଯାଇ ଥିଲା ।

ଏହାପରେ ସେ ୫ ଟଙ୍କିଆ, ୧୦ ଟଙ୍କିଆ ଆଦି ଖୁଚୁରା ନୋଟ ସହ ଫାଇନ ଭରିବାକୁ ଆସିଥିଲେ । ଚାଲାଣ ରାଶି ଦେବା ସହ ଭବିଷ୍ୟତରେ ଏପରି ଭୁଲ କରିବେ ନାହିଁ ଏବଂ ଟ୍ରାଫିକ ନିୟମକୁ କଡାକଡି ପାଳନ କରିବେ ବୋଲି ଅଟୋ ଡ୍ରାଇଭର ଜଣକ ସଂକଳ୍ପ ନେଇଥିବା ପୋଲିସ ରିପୋର୍ଟରୁ ଜଣାପଡିଛି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିକେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।