Special Story: ପ୍ରେମ ପାଇଁ ରାଜକୁମାରୀ ଛାଡିବେ ରାଜକୀୟ ସୁଖ, ବିତାଇବେ ଏକ ସାଧାରଣ ଜୀବନ, ଦେଖନ୍ତୁ Video

ପ୍ରେମକୁ କିଏ ଅଢେଇ ଅକ୍ଷର ବୋଲି କୁହନ୍ତି ତ ଆଉ କିଏ ଚିର ଶାଶ୍ଵତ ବୋଲି ମାନନ୍ତି । ସମସ୍ତଙ୍କ ପାଇଁ ପ୍ରେମର ରୂପ ଓ ସ୍ଵାଦ ଭିନ୍ନ ଅଟେ । କେତେବେଳେ କାହା ସହ ପ୍ରେମ ହେବ ତାହା ମଧ୍ୟ କହି ହୁଏନାହିଁ । ଉଚ୍ଚ ନୀଚ, ଧନୀ ଗରିବ କିଛି ବି ଦେଖେନି ପ୍ରେମ । ଏଥିପାଇଁ କେବଳ ଦରକାର ସୁନ୍ଦର ହୃଦୟ ଟିଏ । ଆଜି ଆମେ ଆପଣଙ୍କୁ ଏପରି ଏକ ସୁନ୍ଦର ପ୍ରେମ କାହାଣୀ ବିଷୟରେ କହିବୁ ଯାହା ଶୁଣିଲେ ଆପଣ ବି ତାଜୁବ ହୋଇଯିବେ । ପ୍ରେମ ପାଇଁ ଜାପାନର ରାଜକୁମାରୀ ମାକୋ ଏବେ ଛାଡିବାକୁ ଯାଉଛନ୍ତି ରାଜ ଉଆଁସ ।

ରାଜକୀୟ ଜୀବନଶୈଳୀକୁ ପରିତ୍ୟାଗ କରି ଜଣେ ସାଧାରଣ ଯୁବକ କେଇ କାମୁରୋଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ସାରା ଦେଶରେ ଏହି ଚର୍ଚ୍ଚା ଜୋର ଧରିଛି । ଭେଦଭାବ ଭୁଲି ପ୍ରେମରେ ପଡି ମାକୋ ଏବେ ସେହି ଯୁବକଙ୍କୁ ବିବାହ କରିବେ ବୋଲି ଘୋଷଣା କରିଛନ୍ତି । ଏହି ସାଧାରଣ ଯୁବକଙ୍କୁ ବିବାହ କରିବା ପରେ ରାଜବଂଶୀୟ ମହିଳାଙ୍କୁ ମିଳୁଥିବା ସବୁ ସୁବିଧାରୁ ସେ ବଞ୍ଚିତ ହେବେ ବୋଲି କୁହାଯାଉଛି । ହେଲେ ଏହି ଆଇନ ରାଜବଂଶୀୟ ପୁରୁଷ ମାନଙ୍କ କ୍ଷେତ୍ରରେ ଲାଗୁ ହୋଇ ନଥାଏ ।

ମାକୋ ହେଉଛନ୍ତି ସମ୍ରାଟ ଆତିହିତୋଙ୍କ ବଡ ନାତୁଣୀ ତଥା ଜାପାନର ବର୍ତ୍ତମାନର ରାଜ ନରୁହିତାଙ୍କ ଭାଇ ସମ୍ରାଟ ଆକିସିନୋଙ୍କ ବଡ ଝିଅ । ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଏହି ବିବାହ ବିଷୟରେ ନିଜେ ଘୋଷଣା କରିଛନ୍ତି ମାକୋ । ବିବାହକୁ ନେଇ ସେ ବେଶ ଖୁସି ଥିବା ଦେଶବାସୀଙ୍କୁ କହିଛନ୍ତି ।

ପ୍ରାୟ ତିନି ବର୍ଷ ହେବ ରାଜକୁମାରୀଙ୍କୁ ବିବାହ କରିବାକୁ ଭାବି ସ୍ଵାମୀ କେଇ କାମୁରୋ, ମାକୋଙ୍କୁ ପ୍ରସ୍ତାବ ଦେଇଥିଲେ । ଶେଷରେ କାମୁରୋଙ୍କ ପ୍ରେମକୁ ସମ୍ମାନ ଜଣାଇ ରାଜକୁମାରୀ ରାଜକୀୟ ସୁଖ ଛାଡିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ରେମ ଏମିତି ଏକ ସତ ଯାହା ମଣିଷକୁ ଅନ୍ଧ କରିଦିଏ । ପ୍ରେମ ପାଇଁ କିଏ ସାତ ଦରିଆ ପାର ହୋଇଯାଏ ତ ଆଉ କିଏ ଧର୍ମ ପରିବର୍ତ୍ତନ କରିବାକୁ ମଧ୍ୟ ପଛଘୁଞ୍ଚା ଦିଏ ନାହିଁ । ଯାହାର ଏକ ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ଜାପାନ ରାଜକୁମାରୀ ମାକୋ ।

ମାକୋ ଓ କାମୁରୋଙ୍କ ବିବାହ ତାରିଖ ଘୋଷଣା ହୋଇ ନଥିଲେ ମଧ୍ୟ ବିବାହ ପରେ ସେମାନେ ଆମେରିକାରେ ରହିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିଅପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।